No Result
View All Result
୨୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଓଡିଶା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟିକରିଥିବା ଖଣ୍ଡପଡା ବିଧାୟକ ସୋମ୍ୟରଞ୍ଜନ ପଟନାୟକଙ୍କୁ ଦଳ କ’ଣ ଠେସା କରିଦେବାରୁ, ସୋମ୍ୟ ପଟନାୟକ ଏବେ ବାର ଦୁଆର ଘୁରିବୁଲୁଛନ୍ତି । ଦୀଲ୍ଲିର ୧୧୦ ଜନପଥକୁ ଯାଇ ଏଆଇସିସିର ସାଧାରଣ ସଂପାଦକ ବେନୁଗୋପାଳଙ୍କୁ ଭେଟିଥିବାର ଖବର ଯୋର ଚର୍ଚ୍ଚା ଧରିଛି । କଂଗ୍ରେସ ସହିତ ହାତ ମିଳାଇଲେ, କଂଗ୍ରେସ ସମସ୍ତ ସହଯୋଗ କରିବ ବୋଲି କହିଥିବା ସୋମ୍ୟ କଂଗ୍ରେସରେ ମିଶି ଓଡିଶାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଆଶା ବାନ୍ଧିଛନ୍ତି ।
ସେଥିପାଇଁ ରାଜ୍ୟ କଂଗ୍ରେସ ଚାହୁଁନାହିଁ ସୋମ୍ୟ କଂଗ୍ରେସରେ ମିଶନ୍ତୁ ବୋଲି । ଓଡିଶାର ଆଉ ଏକ ପ୍ରମୁଖ ରାଜନୈତିକ ଦଳ ବିଜେପି ଉପରେ ସୋମ୍ୟ ଆସ୍ଥାପ୍ରକଟ କରିଥିବା ବେଳେ ଦଳର ପୁରୁଖା ନେତା ମାନେ ସୋମ୍ୟକୁ ତାଙ୍କ ଗୁହାଳରେ ପୁରାଇବା ଲାଗି ରାଜି ନୁହନ୍ତି । ଏୟା ଭିତରେ ସବୁଠାରୁ ବଡ କଥା ହେଲା ବିଜେଡି ବିଜେପି କଂଗ୍ରେସର ବିଦ୍ରୋହି ମାନଙ୍କୁ ଏକାଠି କରି ସୋମ୍ୟ ଆମ ଆଦମି ପାଟିକୁ ଓଡିଶାରେ ଛିଡାକରିବା ଲାଗି ଅଣ୍ଟାଭିଡିଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।
ପୁର୍ଣ୍ଣଶ୍ଚ ସୋମ୍ୟଙ୍କ ନିଜ ରାଜନୈତିକ ଦଳ ଆମ ଓଡିଶା ଯାହା ଅଧାଗଢା ହୋଇ ରହିଛି ତାକୁ ନିର୍ବାଚନୀ ବୈତରଣୀରେ ଛିଡା କରିବାକୁ ହେଲେ ଅନ୍ତତ ପକ୍ଷେ ୧୦୦ କୋଟି ଟଙ୍କାର ଆବଶ୍ୟକ ଥିବା ବେଳେ ଏହା ସୋମ୍ୟ ଏବଂ ତାଙ୍କ ସହଯୋଗୀ ମାନଙ୍କ ଚିନ୍ତାର କାରଣ ପାଲଟିଛି । କିନ୍ତୁ ସୋମ୍ୟ ପଟନାୟ ୨୦୨୪ରେ ଏକ ବିରାଟ ରାଜନୈତିକ ପରିବର୍ତ୍ତନ ଆଣିପାରନ୍ତି ବୋଲି ଶିକ୍ଷିତ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।


No Result
View All Result