No Result
View All Result
୨୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> ନିଆଳି କସର୍ଦ୍ଧା ଦିପୋଟି ମେଳଣ ପଡ଼ିଆ ଠାରେ ବିରାଟ କାୟ ଗଣେଶ ମୂର୍ତ୍ତି । ଏହା କୁ ଦେଖିବା ଲାଗି ଭିଡ଼ ଲାଗିଥିଲା । ଏହା କଟକ ଜିଲ୍ଲା ନିଆଳି ବ୍ଳକ ଅନ୍ତର୍ଗତ କସର୍ଦ୍ଧା ର ପ୍ରସିଦ୍ଧ ଦିପୋଟି ମେଳଣ ପଡ଼ିଆ ଠାରେ ଗଣେଶ ପୂଜା ଉପଲକ୍ଷେ ୫୦ ଫୁଟ ର ବିରାଟ କାୟ ଗଣେଶ ମୂର୍ତ୍ତି ଦେଖିବା କୁ ମିଳିଛି । ଏହି ଗଣେଶ ମୂର୍ତ୍ତି କୁ ତିଆରି କରିବା ଲାଗି କାରିଗର ବସନ୍ତ ମଲ୍ଲିକ ଏବଂ ତାଙ୍କ ପୁତ୍ର କାହ୍ନା ଙ୍କୁ ଦୀର୍ଘ ୩ ମାସ ସମୟ ଲାଗିଥିଲା ।

କସର୍ଦ୍ଧା ଠାରେ ପ୍ରତି ବର୍ଷ ଗଣେଶ ମୂର୍ତ୍ତି ନିର୍ମାଣ ହୋଇଆସୁଥିବା ବେଳେ ଏ ବର୍ଷ ର ଗଣେଶ ମୂର୍ତ୍ତି ସବୁ ଠାରୁ ନିଆରା ବୋଲି ଗଣେଶ ପୂଜା କମିଟି ପକ୍ଷରୁ କୁହାଯାଇଛି । ଖବର ପାଇ ଗ୍ରାମାଞ୍ଚଳ ର ଏତେ ବଡ଼ ଗଣେଶ ମୂର୍ତ୍ତି ଦେଖିବା ଲାଗି ବିଶିଷ୍ଟ ସମାଜ ସେବୀ ଅଭିମନ୍ୟୁ ମଲ୍ଲିକ କସର୍ଦ୍ଧା ର ଗଣେଶ ପୂଜା ମଣ୍ଡପ ଠାରେ ପହଞ୍ଚି ଗଣେଶ କୁ ଦର୍ଶନ କରି ଆନନ୍ଦିତ ହୋଇଥିଲେ ।

ଏହି ଗଣେଶ ମୂର୍ତ୍ତି କଟକ ଜିଲ୍ଲା ଅଞ୍ଚଳ ରେ ପୂଜା ପାଉଥିବା ଗଣେଶ ମୂର୍ତ୍ତି ମାନଙ୍କ ମଧ୍ୟରୁ ଏଠାର ମୂର୍ତ୍ତି ସବୁ ଠାରୁ ଭିନ୍ନ ଧରଣ ବୋଲି ଶ୍ରୀ ମଲ୍ଲିକ କହିବା ସହ କାରିଗରୀ ବସନ୍ତ ମଲ୍ଲିକ ଓ ତାଙ୍କ ପୁତ୍ର ଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଥିଲେ । ଏଠାରେ ବର୍ଷା ଠାକୁର ଙ୍କ ଦର୍ଶନ ରେ ବାଧକ ସାଜିଥିଲା ।


No Result
View All Result