୨୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :-> ଅଗ୍ରପୂଜ୍ୟ ପ୍ରଭୁ ଗଜାନନ ଙ୍କ ପୂଜା ଉପଲକ୍ଷେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଖାଲମଡା ଗ୍ରାମ ହରିଜନ ସାହି, କାପ୍ତାପଲ୍ଲୀ ପଞ୍ଚାୟତ ବେତନଟି ,ଗୁମି ପଞ୍ଚାୟତ ତୋଟା ସାହି, ଡିମିରି ପଲ୍ଲୀ ହରିଜନ ସାହି, ଉଦୟପୁର ପଞ୍ଚାୟତ ନଇ ତଇଲା,କୋରଡ଼ା ପଞ୍ଚାୟତ ମହିତମା, ସିକ୍ରୀଡ଼ା ପଞ୍ଚାୟତ ନୂଆସାହି ଗ୍ରାମ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ପ୍ରଭୂ ଗଜାନନ ଙ୍କୁ ଦର୍ଶନ କରି ଜନସାଧାରଣ ଙ୍କ ସୁଖ , ସମୃଦ୍ଧି କାମନା କରି ଅନୁଷ୍ଠାନ ର ଉତ୍ତୋରତର କାମନା କରିଥିଲେ।ତତ୍ ସହିତ ଅନୁଷ୍ଠାନ ଗୁଡ଼ିକର ବିକାଶ ପାଇଁ ସହଯୋଗ ସର୍ବଦା ରହିଛି ଏବଂ ଆଗକୁ ମଧ୍ୟ ରହିବ ବୋଲି ଦଶପଲ୍ଲା ବିଧାୟକ କହିଥିଲେ।ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,

ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ନୟାଗଡ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ କମିଟି ଅଧ୍ୟକ୍ଷା,ନୂଆଗାଁ ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମନାଭ ପରିଡ଼ା,ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା, ଢେଙ୍କେଣା ସରପଞ୍ଚ ଯୁଗଳ କିଶୋର ସାହୁ, ମାଇଛେଳୀ ସରପଞ୍ଚ ଙ୍କ ପ୍ରତିନିଧି ଦାଶରଥି ପ୍ରଧାନ ଙ୍କ ସମେତ କୋରଡ଼ା, କାପ୍ତାପଲ୍ଲୀ , ଜାକେଡା,

ସିକ୍ରିଡା ଆଦି ପଞ୍ଚାୟତ ର ସରପଞ୍ଚ ,ସମିତି ସଭ୍ୟ ସଭ୍ୟା ଙ୍କ ସହିତ ଗୋଲଖ ବିହାରୀ ଗୋଚ୍ଛାୟତ,ରମେଶ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଖାଲମଡା ହରିଜନ ସାହି କଳାକାର ମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିବା ଦ୍ରୌପଦୀ ଲେଖୁଛି ମହାଭାରତ ସାମାଜିକ ନାଟକ ଦର୍ଶନ ମାନଙ୍କ ମନମୁଗ୍ଧ କରିଦେଇଥିଲା ।














