୧୯ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ଆଜି ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଲବ ,ପାଠାଗାର ଆଦି ରେ ଧୁମ ଧାମରେ ଗଣେଶ ପୂଜା ପାଳନ କରାଯାଇଛି । ସେହିପରି ପ୍ରେସ୍ କ୍ଲବ କଟକର ସଦସ୍ୟ ମାନଙ୍କ ପକ୍ଷରୁ ଆଜି ଓଏମପି ଛକ ନିକଟରେ ଗଣେଶ ପୂଜା ପାଳନ କରାଯାଇଛି । ଏହି ଉତ୍ସବରେ କଟକ ଚୌଦ୍ୱାର ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ,

ମଙ୍ଗଳାବାଗ ଆଇଆଇସି ସୁଧାଶୁଂ ଭୂଷଣ ଜେନା, ସିଆରଆରଆଇ ଥାନା ଆଇଆଇସି କୃପାସିନ୍ଧୁ ବରାଡ଼ , ମଧୁପାଟଣା ଥାନା ଆଇଆଇସି , ତୁଷାର କାନ୍ତ ସେଠୀ, ମାଲଗୋଦାମ ଥାନା ଆଇଆଇସି ରଜନୀ କାନ୍ତ ଦାସ, ଜଗତପୁର ଥାନା ଆଇଆଇସି ରବିନ୍ଦ୍ର ନାଥ ମହେର , ୪୨ ମୌଜା ଥାନା ଆଇଆଇସି ଗିରିଶ ଚନ୍ଦ୍ର ମହାରଣା, ପୁରୀ ଘାଟ ଥାନା ଆଇଆଇସି ଜତିନ୍ଦ୍ର ନାଥ ସେଠୀ ,

ଦରଘା ବଜାର ଥାନା ଆଇଆଇସି ଚିନ୍ତେଶ୍ୱର ମୁଣ୍ଡା, କର୍ପୋରେଟର ମୀନା ସାହୁ, ଓଡିଶା ଟ୍ରକ ମାଲିକ ସଂଘର ସଭାପତି ଶରତ ପ୍ରଧାନ, ଟ୍ରକ ଓନର ଫେଡେରେସନର ରାଜ୍ୟ ସଭାପତି ରବି ନାରାୟଣ ଶତପଥି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉତ୍ସବରେ ପ୍ରେସ୍ କ୍ଲବର ସଭାପତି ଶିବୁ କୁମାର ସାହୁ, ସଂପାଦକ ନିରଞ୍ଜନ ପଟ୍ଟନାୟକ ଙ୍କ ସମେତ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ ।
















