No Result
View All Result
୧୮ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ପ୍ରାଥମିକ ଶିକ୍ଷକ ମାନଙ୍କ ର ଦାବୀ ପୂରଣ ନ କରି ଆନ୍ଦୋଳନ କୁ ଭଣ୍ଡୁର କରିବା ପାଇଁ ସରକାରୀ ଉଦ୍ୟମ ଚିଲିକା ବ୍ଲକ୍ ରେ ବ୍ୟର୍ଥ ହୋଇଛି।ସମସ୍ତ ଶିକ୍ଷକ ଗଣ ଛୁଟି ନେଇ ଧାରଣା ଅବ୍ୟାହତ ରଖିଥିବାରୁ ଗଣଶିକ୍ଷା ବିଭାଗ ହାଇସ୍କୁଲ ଶିକ୍ଷକ ମାନଙ୍କୁ ଡେପୁଟେସନ ରେ ପଠାଇ ବିଦ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମଧ୍ୟାହ୍ନ ଭୋଜନ ଦାୟିତ୍ୱ ନେବା ପାଇଁ ମନା କରିଦେବା ପରେ ସରକାର ଙ୍କ ର ଚିନ୍ତା ବଢି ଯାଇଛି।
ଆଜି ଚିଲିକା ବ୍ଳକ ର ଛୟାଅଶୀ ଟି ବିଦ୍ୟାଳୟ ମଧ୍ୟରୁ ଅଠଷଠି ସ୍କୁଲ ହାଇସ୍କୁଲ ରୁ ଡେପୁଟେସନ୍ ରେ ଆସି ଥିବା ଶିକ୍ଷକ ମାନଙ୍କ ଦ୍ବାରା ଖୋଲା ହୋଇଥିଲେ ମଧ୍ୟ ମଧ୍ୟାହ୍ନ ଭୋଜନ କାର୍ଯ୍ୟ କ୍ରମ ସମ୍ପୂର୍ଣ୍ଣ ଠପ୍ ରହିଛି। ଶିକ୍ଷଣ କାର୍ଯ୍ୟ ପ୍ରାୟତଃ ବନ୍ଦ ରହିଛି। ଚିଲିକା ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ବିଦ୍ୟାଧର ପଟ୍ଟଯୋଶୀ, ସଂପାଦକ ପୂର୍ଣାନନ୍ଦ ସ୍ବାଇଁ,ଉପ ସଭାପତି ଦମୟନ୍ତୀ ବିଶ୍ଵାଳ, କୋଷାଧ୍ୟକ୍ଷ ସୀତାକାନ୍ତ ନନ୍ଦ,
ଶିକ୍ଷକ ନେତା ପ୍ରଦୀପ ସାଶମଲ,ନରେନ୍ଦ୍ର ବାଘ ସିଂହ, ଦେବରାଜ ପରିଡା, ପୂର୍ଣାନନ୍ଦ ସାହୁ, ଗୀତାଞ୍ଜଳି ମିଶ୍ର, ମନ୍ଦାକିନୀ ଦାଶ ପ୍ରମୁଖ ଆଜି ଆନ୍ଦୋଳନ ର ଦଶମ ଦିନରେ ମଣ୍ଡଳ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉଦ୍ ଵୋଧନ ଦେଇଥିଲେ।

No Result
View All Result