୧୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ଆଜି ରଣପୁରରେ ପାଳିତ ହୋଇଯାଇଛି ଦେବ ଶିଳ୍ପୀ ପବିତ୍ର ବିଶ୍ୱକର୍ମାଙ୍କ ପୂଜା । ଏହି ଅବସରରେ ଆଜି ଗାଁରୁ ସହର ସବୁଠି ଉତ୍ସବ ମୁଖର । କଳକାରଖାନା ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନରେ ବେଶ ଧୂମାଧାମରେ ପାଳନ କରାଯାଉଛି ପୂଜା । ନୟାଗଡ଼ ଜିଲ୍ଲା ରଣପୁରର ବିଭିନ୍ନ ଅନୁଷ୍ଠାନରେ ସକାଳୁ ସକାଳୁ ପୂଜା ଆରମ୍ଭ ହୋଇଯାଇଛି । ରଣପୁରର ଛକ ସ୍ଥାନ ଗୁଡିକରେ ଆଜି ସକାଳୁ ପୂଜା ଅନୁଷ୍ଠିତ ହେଉଛି । ଛକ ସ୍ଥାନ ଗୁଡିକରେ ବିଶ୍ଵକର୍ମା ମୂର୍ତ୍ତି ସ୍ଥାପନ କରାଯାଇ ,

ଧୂପ ଦୀପ ନୈବେଦ୍ୟ ଅର୍ଘ୍ୟ ଦେଇ ପୂଜା ଅର୍ଚ୍ଚନା କରାଯାଇଥିଲା । ସେହିଭଳି ସମସ୍ତ ଶିଳ୍ପୀପରିବାର ଙ୍କ ଘରେ ଘରେ ପାଳନ ହୋଇଯାଇଛି ଦେବଶିଳ୍ପୀ ପବିତ୍ର ବିଶ୍ୱକର୍ମାଙ୍କ ପୂଜା ବେଶ ଧୁମ ଧାମରେ ପାଳିତ ହୋଇଯାଇଛି । ଗତକାଲି ଠାରୁ ରଙ୍ଗ ବେରଙ୍ଗର ଆଲୋକ ଓ ଆକର୍ଷଣୀୟ ତୋରଣରେ ଝଲସୁଥିବା ବେଳେ ଶ୍ରଦ୍ଧାଳୁ ଙ୍କ ଭିଡ ଦେଖିବାକୁ ମିଳିଥିଲା ।

ବିଦ୍ୟୁତ୍ କାର୍ଯ୍ୟାଳୟ, ପୂର୍ତ୍ତ ବିଭାଗ, ଠିକାଦାର ସଂଘ, ଘରୋଇ ବସ ମାଲିକ ସଂଘ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକରେ ବେଶ ଧୁମଧାମରେ ବିଶ୍ଵକର୍ମା ପୂଜା ପାଳନ କରାଯାଇଥିଲା । ମୋଟର ଗ୍ୟାରେଜ ମାନଙ୍କରେ ସୁଦୃଶ୍ୟ ତୋରଣ ସାଙ୍ଗକୁ ପ୍ରଭୁ ଶ୍ରୀ ଶ୍ରୀ ବିଶ୍ୱକର୍ମାଙ୍କ ଆକର୍ଷଣୀୟ ପ୍ରତିମୂର୍ତ୍ତି ଓ ସୁନ୍ଦର ସାଜସଜ୍ଜା କେନ୍ଦୁଝର ସହରକୁ ଉତ୍ସବମୁଖର ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି ।















