
ଓଡିଶା ତାଜା ନ୍ୟୁଜ୍ (୬ ଜୁଲାଇ ୨୦୨୦ ସୋମବାର) କଟକ, ମାହାଙ୍ଗା :- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ରେ ଗୋଷ୍ଟି ସଂକ୍ରମଣ କୁ ରୋକିବା ପାଇଁ ଉଷୁମା ପଂଚାୟତ କୁ ସରପଞ୍ଚ ରୀନା ସେଠି ସଟ ଡାଉନ ଘୋଷଣା କରିବାର ଦୁଇଦିନ ପରେ ଆଜି 1ଓ 2 ନଂ ୱାର୍ଡକୁ କଣ୍ଟେନ ମେଣ୍ଟ ଜୋନ ଭାବେ ବ୍ଲକ ପ୍ରଶାସନ ଘୋଷଣା କରିଛନ୍ତି, ଏହାର ପଡୋଶୀ ପଂଚାୟତ ଚାହାପଡା ର ଛତ୍ରତୋଟା ବଜାର କୁ ମଧ୍ୟ ସଟ ଡାଉନ ଘୋଷଣା କରାଯାଇଛି, ଉଷୁମା ପଂଚାୟତ ରୁ 6 ଜଣ କରୋନା ଚି଼ହ୍ନଟ ପରେ ପ୍ରଶାସନ ପଦକ୍ଷେପ ନେବା ଶହ ଉକ୍ତ ଅଂଚଳରୁ ଆଜି ଲୋକଙ୍କ ସ୍ୱାବ ସଂଗ୍ରହ କରାଯାଇଛି,

ବଡମ୍ବା ର ସିପାହୀ ଆକ୍ରାନ୍ତ ହେବା ଶହ ନିଜ ଗ୍ରାମ ଉଷୁମା ରେ ଲୋକଙ୍କ ଶହ ମିଶିଥିଲେ, ତାଙ୍କ ସଂସ୍ପର୍ଶରେ ଆସି 6 ଜଣ ଆକ୍ରାନ୍ତ ହୋଇଥିବା ମାହାଙ୍ଗା ବିଡ଼ିଓ ନିହାର ରଞ୍ଜନ ମଲିକ ସୁଚନା ଦେଇଛନ୍ତି, ଏଥି ସହ ଉକ୍ତ ଗ୍ରାମରେ ମେଡିକାଲ ଟିମ ପହଂଚି ଆଜି 150 ରୁ ଉର୍ଦ୍ଧ ଲୋକଙ୍କ ସ୍ୱାବ ସଂଗ୍ରହ କରି କୋବିଡ ପରୀକ୍ଷା ପାଇଁ ପଠାଯାଇଥିବା ଜଣା ଯାଇଛି, (ରିପୋର୍ଟ – ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ)














