No Result
View All Result
୧୬ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାରେ ଏକ ୪୦୭ ଭ୍ୟାନରେ ମୂଲ୍ୟବାନ ଶାଗୁୟାନ ଗଣ୍ଡି ମୋହନା ରେଞ୍ଜ ଅଞ୍ଚଳରୁ ଚୋରା ଚାଲାଣ ହେଉଥିବାବେଳେ ଗଣ୍ଡି ସହ ଭ୍ୟାନଟିକୁ ଜବତ କରାଯାଇଛି. ଏହି ଘଟଣାରେ ଚୋରା ଚାଲାଣକାରୀ ଅତ୍ୟନ୍ତ ଚତୁରତାର ସହ ଖସି ଚାଲି ଯାଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ,କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି ମୋହନା ବନାଞ୍ଚଳ ସଂରକ୍ଷିତ ଜଙ୍ଗଲ ଉପରେ ।
ସ୍ଥାନୀୟ ବନ ବିଭାଗ କର୍ମଚାରୀ ମାଫିଆ ମାନଙ୍କ ଉପରେ କଡ଼ା ନଜର ରଖୁ ଆସୁଥୁଲେ ସୁଦ୍ଧା ବିଭିନ୍ନ ଗଳାବଟ ଦେଇ ମାଫିଆ ମାନେ ଜଙ୍ଗଲରୁ ମୂଲ୍ୟବାନ କାଠ ଚୋରୀ କରି ନେବାରେ ସଫଳ ହେଉଥିବା ବେଳେ କେତେକାଂଶରେ ଧରା ମଧ୍ୟ ପଡୁଛନ୍ତି । ମୋହନା ଓ ଅଡବା ବନ ବିଭାଗ କର୍ମଚାରୀ ମାନେ ଶୁକ୍ରବାର ରାତି ପ୍ରାୟ ୩ଟା ରାତ୍ରକାଳୀନ ପେଟ୍ରୋଲିଙ୍ଗ କରୁଥିବା ବେଳେ ଅଡବା ଥାନା ଅନ୍ତର୍ଗତ ଡମ୍ବଗୁଡ଼ା ପଞ୍ଚାୟତ ଅଧୁନ ନାଡାମା ଗ୍ରାମ ନିକଟ ଜଙ୍ଗଲରୁ ୨୮ ଘନଫୁଟ ପରିବେଷ୍ଟିତ ୧୧ଟି ଶାଶୁଆନ ଗଣ୍ଠି ଜବତ କରିଛି ।
ଯାହାର ଆନୁମାନିକ ବଜାର ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ରେଞ୍ଜର ଲକ୍ଷ୍ମୀପ୍ରସାଦ ବିଷୋୟୀ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଜଙ୍ଗଲ ମଧ୍ୟରେ ଏକ ୪୦୭ ଗାଡି ନମ୍ବର ORO4 C 4910ରେ ଶାଶୁଆନ ଗଣ୍ଠି ଗୁଡ଼ିକୁ ଲୋଡ ହୋଇ ରଖାଯାଇଥିଲା। ଜଙ୍ଗଲ ମଧ୍ୟରେ ଗାଡ଼ି ରହିଥିବା ଦେଖୁ ମୋହନା ଫରେଷ୍ଟର ଦେବାଶୀଷ ଶତପଥୀ, ଅଡ଼ବା ଫରେଷ୍ଟଗ ସନ୍ତୋଷ କୁମାର ପାଣିଗ୍ରାହୀ ଓ କର୍ମଚାରୀମାନେ ଯିବାବେଳେ ଗାଡି ଛାଡ଼ି ମାଫିଆମାନେ ଘଟଣାସ୍ଥଳରୁ ଜଙ୍ଗଲ ମଧ୍ୟକୁ ଛୁ ମାରିଥିଲେ।

No Result
View All Result