୧୬ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ତୁ ଗଲାପରେ କାଠ ଓ ନିଆଁ ଠାରୁ ପାଣି ଓ ପବନ ଯାଏଁ ସବୁଥିରେ ଡର ମୋର । ଗାଡ଼ିର ଶବ୍ଦ ଓ ଦୁରର କଥା ଏପରି କି ନିଜ ପାଦ ତଳର ବାଦାମ ଚୋପା ଫାଟବା ଶବ୍ଦରେ ମୁଁ ଚମକି ପଡୁଛି ବାରମ୍ବାର । ମୁଁ ଶୁଣୁଛି .. ଆଜିକାଲି କୁଆଡେ଼ କଲେଜ ରେ ଖୁବ ବର୍ଷା ଓ ଝଡ଼ । ଶିକ୍ଷକ ଠୁ ସହପାଠୀ ଯାଏ ସଭିଏ ଲୁହଲୁହାଣ । କଲେଜ ର ବଗିଚା ରେ ଫୁଟୁନାହିଁ ଫୁଲ ,ପକ୍ଷୀ ଆଉ ଗାଉ ନାହୁ ଗୀତ ଚେକା ଚେକା ହୋଇ ଭାଙ୍ଗିପଡ଼ୁଛି ବିତ୍ତିର୍ଣ୍ଣ ଆକାଶ । କାରୁଣ୍ୟ ଏକ ସଫେଦ ରେ ଆପଦ ମସ୍ତକ ଆଚ୍ଛାଦିତ ସମଗ୍ର କଲେଜ ।
ତୁ ଯେଉଁଠୁ ଅଛୁ ମାଆ ସେଇଠିଁ ଥା ଭଲରେ ଥା । ସମସ୍ତ ସୁଖକୁ ଗୋଟିଏ ମୁହୂର୍ତ୍ତ ରେ ଗାଏବ କରିଥିବା । ପୃଥିବୀ ଆମର ଦରକାର ନାହିଁ । ଆକାଶ ରେ ସବୁଦିନ ପାଇଁ ତାରା ହୋଇ ଥା । ଏକା ବୋଲି ନିଜକୁ କେବେ ଭାବିନୁ ମାଆ । ମୁଁ ଯେବେ ତାରା ହେବି ଫୁଲ ଗଛ ହୋଇ ଜନ୍ମ୍ ହେବି । ମୁଁ ତୋର କବର ପାଖରେ ଯେତେ ଖରା ଯେତେ ବର୍ଷା ଶୀତ ସବୁ ଯେତେ । ଢାଙ୍କିଦେବୀ ତୋତେ ଖାଲି ଫୁଲରେ ଫୁଲରେ । ଅରୁଣ କୁମାର ପଟ୍ଟନାୟକ ଅବସରପ୍ରାପ୍ତ ପ୍ରଧ୍ୟାପକ ,ଜବାହାରଲାଲ କଲେଜ ପାଟଣାଗଡ଼ ।














