୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବଲାଙ୍ଗିର :-> ବଲାଙ୍ଗୀର ଜିଲ୍ଲା ବେଲପଡା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଜଣ ସଟ୍ଟା ବେପାରୀ କୁ ଗିରଫ କରିଛି |ଗିରଫ ଅଭିଯୁକ୍ତ ମାନେ ହେଲେ ଛୁଇନରା ଗାଁର ଚୂଲଚନ୍ଦ୍ର ଭୁଏ ଓ ନୁନହାଡ଼ ଗାଁର ଚମ୍ପେଶ୍ୱର ମେହେର | ଏମାନେ ଦୀର୍ଘ ଦିନ ଧରି ସଟ୍ଟା କରବାର ରେ ଲିପ୍ତ ହୋଇ ଅଂଚଳ ରେ ବେଆଇନ ଟଙ୍କା କାରବାର କରୁଥିଲେ | ଏନେଇ ପୁଲିସ ପୃଥକ ଭାବେ ଦୁଇଦିନ ହେବ ଅତର୍କିତ ଚଢ଼ାଉ କରି ଏମାନଂକୁ ଗିରଫ କରିଛି |

ଗିରଫ ବେଳେ ଚୂଲ ଚନ୍ଦ୍ର ଠାରୁ ୧୦ ହଜାର ୫ଶହ ଏବଂ ଚମ୍ପେଶ୍ୱର ଠାରୁ ୨୧ଶହ ୨୦ ଟଙ୍କା ସହ ସଟ୍ଟା ଚିଟ କଲମ ଜବତ କରିଛି ପୁଲିସ | ବେଲପଡା ଥାନା ରେ ପୃଥକ ପୃଥକ ଭାବେ ଏକ ମାମଲା ରୁଜୁ କରି କେଶ ନଂ ୨୧୭ /୨୩ ଓ ୨୧୮/ ୨୩ ଦଫା ୟୁଏସ ୨୯୪ (ଏ) /୪୨୦ ରେ ଗିରଫ କରି ଦୁଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି । ସେଠାରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତ କୁ ପଠାଇଦିଆଯାଇଥିବା ଥାନା ଅଧିକାରୀ ବିନୟ ପ୍ରସାଦ ପରିଡା ସୂଚନା ଦେଇଛନ୍ତି । ଆଗକୁ ମଧ୍ୟ ଏମିତି ଚଢ଼ାଉ ଜାରି ରହିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି |















