ଏଭର ଗ୍ରୀନ୍ ଫୋରମ ପକ୍ଷରୁ ଓଡିଶା ବୈଷୟିକ କନକ୍ଲେଭ୍ ଆୟୋଜିତ ଅଗ୍ରଣୀ ଅନୁଷ୍ଠାନ ଏଭର ଗ୍ରୀନ୍ ଫୋରମ ପକ୍ଷରୁ ଇଂଜିନିୟରସ୍ ଦିବସ ଉପଲକ୍ଷେ
୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଓଡିଶା ବୈଷୟିକ କନ୍କ୍ଲେଭ୍ ସଫଳତାର ସହିତ ଆୟୋଜିତ ହୋଇଯାଇଛି । ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଶ୍ରମ ମନ୍ତ୍ରୀ ଇଂ ସାରଦା ପ୍ରସାଦ ନାୟକ ଯୋଗ ଦେଇଥିଲେ ା ଫୋରମର ପ୍ରତିଷ୍ଠାତା ତଥା ଜାତୀୟ ଯୁବ ପରୁସ୍କାରର ବିଜେତା ଡଃ ପ୍ରକାଶ ଜେନାଙ୍କ ସଭାପତିତ୍ୱରେ ଅନିଷ୍ଟିତ ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ଏବଂ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଇଂ ପ୍ରିତିରଜଂନ ଘଡାଇ,ଓୟୁଟିଆରର କୁଳପତି ପ୍ରଫେସର ବିଭୁତି ଭୂଷଣ ବିଶ୍ୱାଳ ଓ ପୁନେସ୍ଥିତ ଏରୋସ୍ପେସର ସିଇଓ ଇଂ ଗୁରୁ ପ୍ରସାଦ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ରାଷ୍ଟ୍ର ପ୍ରଗତିରେ ଇଂଜିନିୟରମାନଙ୍କ ଭୁମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବିପିୟୁଟିର କୁଳପତି ପ୍ରଫେସର ଅମିୟ କୁମାର ରଥଙ୍କୁ ଜୀବନବ୍ୟାପି ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା ବେଳେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟକୁ ଶ୍ରେଷ୍ଟ ବୈଷୟିକ ବିଶ୍ୱବିଦ୍ୟାଳୟ ସମ୍ମାନ ଦିଆ ଯାଇଥିଲା ।
ପୂର୍ବାହ୍ନରେ ଆୟୋଜିତ ମଡେଲ ପ୍ରର୍ଦଶନୀକୁ ପୋଲିସ କମିଶନର ସୌମ୍ୟନ୍ଦ୍ର ପ୍ରିୟଦର୍ଶୀ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ବିଶିଷ୍ଟ ଟିଭି ଉପସ୍ଥାପିକା ସୁପ୍ରିୟା ଦାସଙ୍କ ସଂଯୋଜନାରେ “ଭାରତର ଗୌରବ ପୁନ୍ନରୁଦ୍ଧାରରେ ଇଂଜିନିୟର ମାନଙ୍କ ଭୁମିକା” ଶିର୍ଷକ ଦୁଇଟି ଦଳଗତ ଆଲୋଚନା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଦଳଗତ ଆଲୋଚନାରେ ଏନ୍ଆଇସିର ଯୁଗ୍ମନିର୍ଦେଶକ ଇଂ ନିଳାଦ୍ରି ବିହାରୀ ମହାନ୍ତି, ଡ୍ରାଇଭଗ୍ରୋଥର ଏମ୍ଡି ଇଂ ଦିଲିପ ମିଶ୍ର, ଏରୋସ୍ପେସ୍ର ସିଇଓ ଇଂ ଗୁରୁ ପ୍ରସାଦ ବିଶ୍ୱାଳ, ଓୟୁଟିଆରର ପ୍ରଫେସର ଡଃ ଅରୁଣା ତ୍ରିପାଠୀ, ଭିଏସ୍ଏସ୍ୟୁଟିର ପ୍ରଫେସର ଡଃ ରମାକାନ୍ତ ପାଣିଗ୍ରାହୀ ପ୍ରମୁଖ ଅଂଶଗ୍ରହଣ କରିଥିଲା ବେଳେ କନିଷ୍ଠ ଦଳଗତ ଆଲୋଚନାରେ ଶାଶ୍ୱତୀ ଦାସ୍ ଚୌଧୁରୀ, ଈସା ଗିରୀ,ଏଲ୍. ବନ୍ସିକା, ଏଡି ପ୍ରଭୁ ପ୍ରିତମ, ତମନ୍ନା ମହାପାତ୍ର, ଅଭିକ୍ ଧଳ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।ଗୁଗୁଲ୍ ଡେଭଲପର ଗ୍ରୁପ୍ ଭୁବନେଶ୍ୱର ପକ୍ଷରୁ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।

ଏହି ଅବସରରେ ଡ୍ରାଇଭ୍ଗ୍ରୋଥର ଏମ୍ଡି ଇଂ ଦିଲିପ ମିଶ୍ର ଏବଂ ଏରୋସ୍ପସ୍ର ସିଇଓ ଇଂ ଗୁରୁପ୍ରସାଦ ବିଶ୍ୱାଳ, ଏନଆଇଟି ରାଉରକେଲାର ପ୍ରଫେସର ସୁବ୍ରତ ପଣ୍ଡା, ଓୟୁଟିଆରର ପ୍ରଫେସର ଅରୁଣା ତ୍ରିପାଠୀ, ଭିଏସ୍ଏସ୍ୟୁଟିର ପ୍ରଫେସର ରମାକାନ୍ତ ପାଣିାଗ୍ରାହୀ, ଆଜିଆଇଟିର ପ୍ରଫସେର ବିଭୁ ପ୍ରସାଦ ପାଣିଗ୍ରାହୀ, ଡ୍ରିମ୍ସର ଅଧ୍ୟକ୍ଷ ଡଃ ନୟନ ରଞ୍ଜନ ସାମଲଙ୍କୁ ଓଡିଶା ଟେକ୍ନୋକ୍ରାପ୍ଟ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ହାଇଟେକ୍ ଗ୍ରୁପ୍ର ସହଯୋଗୀ ନିର୍ଦ୍ଧେଶକ ଅନିଲ ପାଣିଗ୍ରାହୀ, ବାଲେଶ୍ୱର ଆଲଏଜ୍ ସିଏସ୍ଆର ମୁଖ୍ୟ ଇଂ ପାର୍ଥସାରଥିୀ ମୁଦୁଲୀ ଓ ସିଭି ରମଣ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଡଃ ଆଦ୍ୟାଶା ରଥଙ୍କୁ ଓଡିଶା ଯୁବ ଟେକ୍ନାକ୍ରାଟ୍ ସମ୍ମାନ ଦିଆଯାଇଥିଲା । ଶ୍ରେଷ୍ଠ ଶିକ୍ଷକ ସମ୍ମାନରେ ଡଃ ପୁଣ୍ୟପ୍ରିୟା ମିଶ୍ର ଓ ଡଃ ରଜତ ସାମଲ, ଓୟୁଟିଆରର ଡଃ ଦେବାଶିଷ ଗୌଉନ୍ତିଆ, କିଟ୍ ପଲ୍ଲିଟେକ୍ନିକ୍ର ଡଃ ସଂଯୁକ୍ତା ସାହୁ,
ସରକାରୀ ପଲିଟେକ୍ନିକ୍ର ଡଃ ସରିତାଞ୍ଜଳୀ ନାୟକ, କେମ୍ବିବ କଲେଜର ଅଧ୍ୟକ୍ଷ ଡଃ ବିଜୁନି ସୁତାର ଓ ଇଂ ପ୍ରସନ୍ନ ଦିକ୍ଷିତିଙ୍କୁ ସମ୍ମାନିତ କରାଯାଇଥିଲା । ବିଭିନ୍ନ ଅନୁଷ୍ଠାନ ଯଥା ସ୍ୃଷ୍ଟି ଏକାଡେମୀ, ରୋନାଲ୍ଡ ଫାର୍ମାସି କଲେଜ, ଭୁବନାନନ୍ଦ ଓଡିଶା ଇଂଜିନିୟରିଂ ସ୍କୁଲ, ସରସ୍ୱତୀ କଲେଜ, ଟେଟ୍ରାହେଡ୍ରନ୍ କଲେଜ, ଆରିୟାନ ଇଂଜିନିୟରିଂ କଲେଜ, ମ୍ୟାରି ଏଲିଜା ନର୍ସିଂ କଲେଜ, ସାଇ ସମର୍ଥ କଲେଜ ଓ ଗୁଗୁଲ ଡେଭ୍ଲପର ଗ୍ରୁପ ଭୁବନେଶ୍ୱରକୁ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ସମ୍ମାନିତ କରାଯାଇଥିଲା । ବିଭିନ୍ନ ବୈଷୟିକ ଅନୁଷ୍ଠାନର ୭ ଜଣ ଛାତ୍ରଛାତ୍ରୀଙ୍କୁ ବିଶେଶ୍ୱରାୟ ପ୍ରତିଭା ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରାୟ ୫୦୦ ଛାତ୍ର ଛାତ୍ରୀ ଅଶଂ ଗ୍ରହଣ କରିଥିଲେ । ଶେଷରେ କନକ୍ଲେଭର ଅଧ୍ୟକ୍ଷ ଡଃ ଦିପକ ରାଉତ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକର୍ମର ସଫଳତା ପାଇଁ ଡଃ ସଂଗ୍ରାମ ମହାନ୍ତି, ଡଃ ଶୁଭେନ୍ଦୁ ପାଣି, ଡଃ ନରେନ୍ଦ୍ର ରାଉତ, ଶିବ ସନୋଷ ଖୁଣ୍ଟିଆ ତାପସୀ ପଣ୍ଡା, ଇଂ ସଙ୍କେତ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।














