୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଜ୍ୟ ଅତିଥିଭବନରେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହିତ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ରାଜ୍ୟର ବିଭିନ୍ନ ଉନ୍ନତି ପାଇଁ ପଦକ୍ଷେପମାନ ନେଇଥିଲେ । ଓଡ଼ିଶାର ଶିମିଳିପାଳର ଦେବକୁଣ୍ଡ, ଖିଚିଙ୍ଗ, ବରେଇପାଣି ଇତ୍ୟାଦି ପର୍ଯ୍ୟଟନଗୁଡିକ ପର୍ଯ୍ୟଟକଙ୍କ ଆକର୍ଷଣ କରିବା ପାଇଁ ପଦକ୍ଷେପମାନ ନେଇଥିଲେ । ଭାରତ ସରକାରଙ୍କ ପର୍ଯ୍ୟଟନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜି.କିଶନ ରେଡ୍ଡିଙ୍କ ସହ ଆଲୋଚନା କରି ଓଡ଼ିଶାର ପର୍ଯ୍ୟଟନସ୍ଥଳ ଶିମିଳିପାଳକୁ ଜାତୀୟସ୍ତରର ପର୍ଯ୍ୟଟକମାନଙ୍କ ଆକର୍ଷଣ କରାଯାଇ ପାରିବ ସେନେଇ ପଦକ୍ଷେପ ନେଇଥିଲେ । ଶ୍ରୀ ଟୁଡୁ କେନ୍ଦ୍ରରୁ ପର୍ଯ୍ୟବେକ୍ଷଣ ଅଧିକାରୀଙ୍କୁ ଆଣି ପର୍ଯ୍ୟଟନ ସ୍ଥଳକୁ ଭ୍ରମଣ କରାଇ ଏକ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟସରକାରଙ୍କୁ ହସ୍ତାନ୍ତର କରି ନିବେଦନ କରାଯାଇଥିଲା ଯେ, କେନ୍ଦ୍ର ସରକାରଙ୍କ ପ୍ରସାଦ ଓ ସ୍ୱଦେଶ ଦର୍ଶନ ସ୍କିମ୍ରେ ସାମିଲ କରାଇବେ ।

କିନ୍ତୁ ରାଜ୍ୟ ସରକାର ଅବହେଳା କରି ଦୀର୍ଘ ୨ବର୍ଷ ହେଲା କାର୍ଯ୍ୟକାରୀ କରିନାହାନ୍ତି । ଏନେଇ ଶ୍ରୀ ଟୁଡୁ ଆଜି ଆଡସିନାଲ ଚିପ୍ ସେକ୍ରେଟାରୀ ସୁରେନ୍ଦ୍ର କୁମାର ଓ ଡାଇରେକ୍ଟରଙ୍କ ସହ ଆଲୋଚନା କରି ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି ଟିପୋର୍ଟକୁ କେନ୍ଦ୍ର ସରକାରଙ୍କୁ ତୁରନ୍ତ ପଠାଯାଉ । ସେହିଭଳି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକମାନଙ୍କରେ ଥିବା ପ୍ରାଚୀନ ମନ୍ଦିର ଏବଂ ପର୍ଯ୍ୟଟନ ସ୍ଥାନମାନଙ୍କୁ ଉନ୍ନତୀ ଓ ତଦାରଖ କରିବା ପାଇଁ ଶ୍ରୀ ଟୁଡୁ ପଦକ୍ଷେପ ନେଇଥିଲେ । ଗତ ମେ ୨୭ତାରିଖରେ ମୟୂରଭଞ୍ଜର ୮ଟି ପ୍ରାଚୀନ ଉନ୍ନତି ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ । ତାହା ଆଜିପର୍ଯ୍ୟନ୍ତ କିଛି କାର୍ଯ୍ୟ ହୋଇନାହିଁ । ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କୁ କହିଛନ୍ତି ଯଥାଶୀଘ୍ର ଏହି କାର୍ଯ୍ୟକୁ ତ୍ୱରାନିତ କରନ୍ତୁ ।

ସେହିପରି ଏକଲବ୍ୟ ମଡେଲ ସ୍କୁଲ, ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନା ବିଷୟରେ ଶ୍ରୀ ଟୁଡୁ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ଜନଜାତି ମନ୍ତ୍ରଣାଳୟ ଅଧିକାରୀମାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାରଙ୍କ ନିର୍ଦ୍ଦେଶରେ ଯେଉଁ ଟଙ୍କା ଆସୁଛି ତାହା ଜନଜାତିଙ୍କ ପାଖରେ ପଂହଚିବ ସେ ନେଇ ପଦକ୍ଷେପ ନେବା ଉଚିତ । ଜନଜାତି ସମସ୍ୟା ପ୍ରତ୍ୟେକ ଭାବରେ ବୁଝି ସମାଧାନ କରିବାକୁ ଶ୍ରୀ ଟୁଡୁ ଆଦେଶ ଦେଇଛନ୍ତି । ଫ୍ରିଡମଫାଇଟର ମ୍ୟୁଜିୟମ ଓଡ଼ିଶାରେ ନାହିଁ । ତାହାକୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି କରିଥିଲେ କିନ୍ତୁ ଏଯାଏଁ ହୋଇନାହିଁ ।
















