• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗ୍ରାମୀଣ ଆରଓପି ଯତ୍ନ ପ୍ରକଳ୍ପ ପାଇଁ ଏଲଭିପିଇଆଇକୁ ପିଏମଆଇ ସାଉଥ୍ ଏସିଆ ପକ୍ଷରୁ “ପ୍ରୋଜେକ୍ଟ ଅଫ୍ ଦି ଇୟର୍ ଆୱାର୍ଡ”

Proprietor Abhimanyu Maharana by Proprietor Abhimanyu Maharana
September 15, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଗ୍ରାମୀଣ ଆରଓପି ଯତ୍ନ ପ୍ରକଳ୍ପ ପାଇଁ ଏଲଭିପିଇଆଇକୁ ପିଏମଆଇ ସାଉଥ୍ ଏସିଆ ପକ୍ଷରୁ “ପ୍ରୋଜେକ୍ଟ ଅଫ୍ ଦି ଇୟର୍ ଆୱାର୍ଡ”
Share on FacebookShare on TwitterWhatsapp

୧୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଏଲ୍‌ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ (ଏଲଭିପିଇଆଇ)ର ଗ୍ରାମୀଣ ଓଡ଼ିଶା ଆରଓପି ପ୍ରକଳ୍ପର ଉଲ୍ଲେଖନୀୟ ସଫଳତା ପାଇଁ ଏନଜିଓ ବର୍ଗରେ ୨୦୨୩ ମସିହାର ପ୍ରୋଜେକ୍ଟ ମ୍ୟାନେଜମେଂଟ ଇନଷ୍ଟିଚ୍ୟୁଟ୍ ସାଉଥ୍ ଏସିଆ (ପିଏମ୍‌ଆଇ) ପୁରସ୍କାର ଲାଭ କରିଛି । ଓଡ଼ିଶାର ୮ଟି ଜିଲ୍ଲାରେ ପ୍ରି-ଟର୍ମ ଶିଶୁମାନଙ୍କଠାରେ ଆରଓପିର ପରୀକ୍ଷଣ ଏବଂ ଉପଚାର ଶୀର୍ଷକ ଏହି ପ୍ରକଳ୍ପ ପାଇଁ କଗ୍ନିଜାଂଟ ଫାଉଣ୍ଡେସନ୍ ପାଣ୍ଠି ଯୋଗାଇ ଦେଉଛି । ଏଲଭିପିଇଆଇର ମିଠୁ ତୁଲସୀ ଚନରାଇ କ୍ୟାମ୍ପସ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମିଳିତ ସହଯୋଗରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଇଛି । ଏଲଭିପିଇଆଇ ତରଫରୁ ପ୍ରୋଜେକ୍ଟ ଲିଡ୍ ଡାକ୍ତର ତାପସ ରଞ୍ଜନ ପାଢ଼ୀଙ୍କ ସମେତ ଟିମ୍ ର ଅନ୍ୟ ସଦସ୍ୟ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହା ସମଗ୍ର ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବ ଅଟେ ।

ରେଟିନୋପାଥି ଅଫ୍ ପ୍ରିମାଚ୍ୟୁରିଟି (ଆରଓପି) ଏକବିଂଶ ଶତାବ୍ଦୀରେ ଦେଖାଦେଇଥିବା ଏକ ଭୟଙ୍କର ଚକ୍ଷୁ ରୋଗ । ଗତ ଦୁଇ ଦଶନ୍ଧି ଧରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ନବଜାତ ଶିଶୁଙ୍କ ମୃତ୍ୟୁହାର ହ୍ରାସ ପାଇଁ କରାଯାଇଥିବା ପ୍ରୟାସ ଯୋଗୁଁ ଆଜି ଅଧିକରୁ ଅଧିକ ପ୍ରି-ଟର୍ମ ଶିଶୁମାନେ ବଂଚିପାରୁଛନ୍ତି । ଅନୁସନ୍ଧାନରୁ ଜଣାପଡ଼େ ଯେ ଆରଓପି କାରଣରୁ ଓଡ଼ିଶାରେ ପ୍ରତିବର୍ଷ ପ୍ରାୟ ୧୦୦୦ ରୁ ଊର୍ଦ୍ଧ୍ୱ ଶିଶୁ ଅନ୍ଧତ୍ୱ ହେବାର ଆଶଙ୍କା ଥାଏ । ଦୁଇ କିଲୋଗ୍ରାମ୍ କିମ୍ୱା ମା’ ଗର୍ଭରେ ୩୪ ସପ୍ତାହ ପୂର୍ବରୁ ଜନ୍ମ ନେଇଥିବା ଏହି ଶିଶୁଙ୍କଠାରେ ଆରଓପି ରୋଗର ଆଶଙ୍କା ଶତକଡ଼ା ୩୦ ରୁ ୫୦ ଏବଂ ଅନ୍ଧତ୍ୱ ଆଶଙ୍କା ୧୦ରୁ ୧୮% । ଜନ୍ମର ୩୦ ଦିନ ଭିତରେ ଚକ୍ଷୁ ପରୀକ୍ଷା ଓ ଦରକାର ପଡ଼ିଲେ ସଠିକ୍ ଚିକିତ୍ସା ଏହି ରୋଗର ନିରାକରଣର ଏକମାତ୍ର ଉପାୟ ।

ଭୁବନେଶ୍ୱର ସ୍ଥିତ ଏଲଭିପିଇଆଇ କ୍ୟାମ୍ପସ୍ ହେଉଛି ଓଡ଼ିଶାର ଏକମାତ୍ର କେନ୍ଦ୍ର ଯେଉଁଥିରେ ନିଓନାଟାଲ୍ ରେଟିନାଲ୍ ଇମେଜିଂ, ଲେଜର ଇଂଟ୍ରାଭିଟ୍ରିଏଲ୍ ଇଞ୍ଜେକ୍ସନ, ମିନି ନିଓନାଟାଲ୍ ଇଂଟେନସିଭ୍ କେୟା,ର୍ ଅତ୍ୟାଧୁନିକ ପେଡିଆଟ୍ରିକ୍ ରେଟିନାଲ୍ ମାଇକ୍ରୋସର୍ଜରୀ, କମ୍ ଦୃଷ୍ଟିଶକ୍ତି ଏବଂ କ୍ଷୀଣ ଦୃଷ୍ଟିଶକ୍ତି ଶିଶୁମାନଙ୍କ ଥଇଥାନ ତାଲିମ୍ ଆଦି ସମସ୍ତ ସୁବିଧା ସହଜରେ ଉପଲବ୍ଧ । ପିଏମ୍‌ଆଇ ଦ୍ୱାରା ପୁରସ୍କାର ଲାଭ କରିଥିବା ଏହି ପ୍ରକଳ୍ପ ଓଡ଼ିଶାରେ ଏଲଭିପିଇଆଇ ଦ୍ୱାରା ଚାଲିଥିବା ଆରଓପି କାର୍ଯ୍ୟକଳାପର ଅଂଶବିଶେଷ । ଏହି ପ୍ରକଳ୍ପ ମାଧ୍ୟମରେ ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, କେନ୍ଦୁଝର, ରାୟଗଡ଼ା, ସୁନ୍ଦରଗଡ଼ ଏବଂ ପୁରୀ ଭଳି ୮ଟି ଜିଲ୍ଲାର ପ୍ରି-ଟର୍ମ ଶିଶୁମାନେ ଉପକୃତ ହୋଇପାରିଛନ୍ତି ।

ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ଥିଲା ୩୪ ସପ୍ତାହ ପୂର୍ବରୁ ଜନ୍ମ କିମ୍ୱା ଜନ୍ମ ବେଳେ ୨ କିଲୋଗ୍ରାମରୁ କମ୍ ଥିବା ଶିଶୁ ଓ ଦୁର୍ବଳ ଶିଶୁଙ୍କୁ ଆରଓପି ଚକ୍ଷୁ ପରୀକ୍ଷଣ କରାଇନେବା । ଏହି ପ୍ରକଳ୍ପଟିରେ ଏକ ବର୍ଷ ମଧ୍ୟରେ ୧୩୩୩ ଜଣ ପ୍ରି-ଟର୍ମ ଶିଶୁଙ୍କୁ ପରୀକ୍ଷା କରି ସେମାନଙ୍କ ମଧ୍ୟରୁ ୨୧୬ ଜଣଙ୍କୁ ଅନ୍ଧତ୍ୱରୁ ରକ୍ଷା କରାଯାଇପାରିଅଛି । ରିଅଲ୍ ଟାଇମ୍ ଆରଓପି ସ୍କ୍ରିନିଙ୍ଗ୍ ନାମକ ଏକ ଅଭିନବ ଓ ଉନ୍ନତ ଶୈଳୀର ଟେଲିସ୍କ୍ରିନିଙ୍ଗ୍ ପ୍ରକ୍ରିୟାରେ ଅନେକ ଦୂରରେ ଓ ଗ୍ରାମାଂଚଳରେ ଥିବା ଶିଶୁମାନଙ୍କୁ ମଧ୍ୟ ପରୀକ୍ଷଣ କରାଯାଇପାରୁଅଛି” ବୋଲି ଡାକ୍ତର ତାପସ ରଞ୍ଜନ ପାଢ଼ୀ କହିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026
ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

June 20, 2026
ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

June 20, 2026
ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

June 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026
ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

June 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version