
ଓଡିଶା ତାଜା ନ୍ୟୁଜ୍ (୦୪ ଜୁଲାଇ ଶନିବାର ) ପାରଳଖେମୁଣ୍ଡି :- ପାରଳାଖେମୁଣ୍ଡି ସହରର ଇନ୍ଦିରା ନଗର ନିକଟରେ ଥିବା ଶଙ୍କର ଇଣ୍ଡଷ୍ଟ୍ରୀ ପରିସରରେ ପ୍ରଥମ ଶନିଦେବଙ୍କ ମନ୍ଦିର ପ୍ରତିଷ୍ଠା ହୋଇଛି ଗତ ୩ତାରିଖ ଓ ୪ତାରିଖ ୨ଦିଧରି ଏଠାରେହୋମ,ଯଜ୍ଞ,ପ୍ରାଣଦାନ,ଶନିଶ୍ଲୋକ ଉଚ୍ଚାରଣ,ପୁଜାପାଠ ଆଦିରେ ପୁଜକ ଜଗନ୍ନାଥ ପଣ୍ଡାଙ୍କ ଦ୍ୱାରା ମନ୍ଦିର ପ୍ରତିଷ୍ଠା ହୋଇଥିଲା । ଇଣ୍ଡଷ୍ଟ୍ରୀର ମାଲିକ ଭରତ ମହାରଣା ଏଠାରେ ଶନି ମନ୍ଦିର ପ୍ରତିଷ୍ଠା କରିବା ପାଇଁ ମନାସୀ ଥିଲେ ।
ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ଶଙ୍କର ମହାରଣା ଓ ସନ୍ତୋଷ ମହାରଣାଙ୍କ ସମେତ ପରିବାରର ସଦସ୍ୟମାନେ ସାମାଜିକ ଦୁରତା ରକ୍ଷା କରି ଯୋଗ ଦେଇଥିଲେ । ପାରଳାଖେମୁଣ୍ଡି ସହରର ସର୍ବସାଧାରଣଙ୍କ ଦର୍ଶନ ଓ ପୁଜାପାଠ ପାଇଁ ଏହି ଶନି ମନ୍ଦିର ସବୁ ଦିନେ ଖୋଲା ରହିବ ବୋଲି ମନ୍ଦିରର ପ୍ରତିଷ୍ଠାତା ଭରତ ମହାରଣା ସୁଚନା ଦେଇଛନ୍ତି । ( ରିପୋର୍ଟ – ଗରୁଡ଼ ଧ୍ୱଜ ଚୌଧୁରୀ )















