No Result
View All Result
୧୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଓଡ଼ିଶା ମିଲେଟ୍ସ ମିଶନ (ଓ.ଏମ୍.ଏମ୍) ର ଏକ ପ୍ରମୁଖ ଉଦ୍ଦେଶ୍ୟ ହେଉଛି ସହରାଞ୍ଚଳ ଓ ଗ୍ରାମାଞ୍ଚଳବାସୀଙ୍କ ମଧ୍ୟରେ ମିଲେଟ୍ସର ଲୋକପ୍ରିୟତା ବୃଦ୍ଧି କରିବା । ଏଥିପାଇଁ ଅତି ସକ୍ରିୟ ଭାବରେ ଓ.ଏମ୍.ଏମ୍ କ୍ଷେତରୁ ଖାଦ୍ୟ ଥାଳି ପର୍ଯ୍ୟନ୍ତ ପ୍ରୋତ୍ସାହିତ କରୁଛି । ଓ.ଏମ୍.ଏମ୍ ଓ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଣ୍ଟଆସୋସିଏସନ୍ ଅଫ୍ ଓଡ଼ିଶା ର ମିଳିତ ସହଯୋଗର ଏକ ଅଂଶ ଭାବରେ, ଭବନେଶ୍ୱର ଇନ୍ଷ୍ଟିଚ୍ୟୁଟ ଅଫ୍ ହୋଟେଲ ମ୍ୟାନେଜମେଣ୍ଟଣ୍ଟ (ଆଇ,ଏଚ୍,ଏମ) ସହଭାଗିତାରେ ମିଲେଟ୍ସ ରେସିପି ତାଲିମ ଆୟୋଜିତ ହୋଇଛି । ସେପ୍ଟେମ୍ବର ୧୧ ଓ ୧୨ ତାରିଖରେ ବିଭିନ୍ନ ହୋଟେଲର ସେଫ୍ମାନଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଆଇ,ଏଚ୍.ଏମ ମୁଖ୍ୟ ପାଠ୍ୟକ୍ରମ ଧାରାରେ ମିଲେଟ୍ସ ପ୍ରସ୍ତୁତି ଉପରେ ଧ୍ୟାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆଇ,ଏଚ୍,ଏମର ଅଧ୍ୟକ୍ଷ ଉଦଘାଟନ କରିଥିଲେ ।

ଏଥିରେ ଓଡ଼ିଶାର ପ୍ରସିଦ୍ଧ ହୋଟେଲ ଯଥା ମେଫେୟାର ଲାଗୁନ, ସ୍ୱସ୍ତି ପ୍ରିମିୟମ୍, ଏମ୍ପାୟର୍ସ, ଦି ନିୟୁ ମାରିୟନ୍, ହୋଟେଲ ବାଜୋର୍ଜିସ୍, ପ୍ରମୋଦ ରିସୋଟ୍ସ ଇତ୍ୟାଦିର ସେଫ୍ ମାନେ ଯୋଗ ଦେଇଥିଲେ । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ମିଲେଟ୍ସରୁ ପ୍ରସ୍ତୁତ ଜଳଖିଆ ଓ ବେକେରୀ ପ୍ରସ୍ତୁତି ଉପରେ ତାଲିମ ଦିଆଯାଇଥିଲା । ଏହି ତାଲିମ କାର୍ଯ୍ୟକ୍ରମକୁ ସେଫ୍ ମାନେ ଅତ୍ୟନ୍ତ ସକରାତ୍ମକ ଭାବରେ ଗ୍ରହଣ କରିଥିଲେ କାରଣ ବିଭିନ୍ନ ଅଭିନବ ତଥା ପାରମ୍ପରିକ ମିଲେଟ୍ସ ଆଧାରିତ ରେସିପି ତିଆରି କରିବା ତାଲିମ ଲାଭ କରିଥିଲେ । ଏହା କେବଳ ସ୍ୱାଦିଷ୍ଟ ନୁହେଁ ସ୍ୱାସ୍ଥ୍ୟକର ଜୀବନଯାପନର ଏକ ଉନ୍ନତ ବିକଳ୍ପ ମଧ୍ୟ ।

ପ୍ରଥମ ପର୍ଯ୍ୟାୟ ତାଲିମ ଆଧାରରେ ବିଭିନ୍ନ ହୋଟେଲରେ ମିଲେଟ୍ସ ପ୍ରସ୍ତୁତ ଜଳଖିଆ ଓ ବେକେରୀ ଆଇଟମ୍ ମାନଙ୍କର ସଫଳ ଅନ୍ତର୍ଭୁକ୍ତି ସ୍ୱାଧିନତା ଦିବସ ଅବସରରେ ହୋଇଥିଲା । ଏହି ବିଶେଷ କାର୍ଯ୍ୟକ୍ରମରେ ଏମ୍ପାୟର୍ସ, ହୋଟେଲ ବାଜୋର୍ଜିସ୍ ଭଳି ହୋଟେଲମାନେ ସକ୍ରିୟ ଭାବରେ ସେମାନଙ୍କ ମେନୁରେ ମିଲେଟ୍ସକୁ ଅନ୍ତର୍ଭୁକ୍ତ କରିଥିଲେ । ତାଲିମର ଦ୍ୱିତୀୟ ଦିନରେ କୃଷି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଗୌରହରି ବିଶ୍ୱାଳ ଯୋଗଦେଇ ମିଲେଟ୍ସ ଭିତ୍ତିକ ରେସିପିକୁ ଉତ୍ସାହିତ କରିଥିଲେ ଏବଂ ସକାରାତ୍ମକ ମତାମତ ପ୍ରଦାନ କରିଥିଲେ । ଓଡ଼ିଶା ମିଲେଟ୍ସ ମିଶନ ଓ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟଣ୍ଟ ଆସୋସିଏସନ୍ ଅଫ୍ ଓଡ଼ିଶା ମଧ୍ୟରେ ଏହି ଦୀର୍ଘକାଳୀନ ସହଯୋଗ ଓଡ଼ିଶାର ପ୍ରତ୍ୟେକ ପରିବାରରେ ମିଲେଟ୍ସର ଲୋକପ୍ରିୟତା ବୃଦ୍ଧି ପାଇଁ ପଥ ପରିଷ୍କାର କରିବ ।

No Result
View All Result