No Result
View All Result

୧୩ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ଆମ୍ବେଦକର ସ୍ମୃତି ପରିଷଦ କଟକ ପକ୍ଷରୁ ଆଜି ଦିନ ୧୨ ଟାରେ ତିନି ଦଫା ଦାବିନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆମ୍ବେଦକର ସ୍ମୃତି ପରିଷଦର ସଭାପତି ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ପରିଷଦର ସଦସ୍ୟ ମାନେ ଦିନ ୧୧ ଟାରେ ପୁରୀଘାଟ ଥାନା ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି, ଚୌଧୁରୀ ବଜାର ସ୍ଥିତ ସିଏମସି କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସିଏମସି କତ୍ତୃପକ୍ଷ ୫୬,୫୭,୫୮,୫୯ ନମ୍ବର ୱ।ର୍ଡ଼କୁ ସବୁ କ୍ଷେତ୍ରରେ ଅଣଦେଖା କରିଆସୁ ଥିବାବେଳେ,

ଏହି ୪ ଗୋଟି ୱ।ର୍ଡ଼ରେ ଡେଙ୍ଗୁ ଏବଂ ମଶା ଦାଉରୁ ରକ୍ଷା ପାଇଁ ନିରୋଳା ପାଣିକୁ ମଶାତେଲ ଦର୍ଶାଇ ପକା ଯାଉଛି ବୋଲି ଆମ୍ବେଦକର ସ୍ମୃତି ପରିଷଦର ସଭାପତି ସୁକାନ୍ତ ସେଠୀ ଅଭିଯୋଗ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ସିଏମସି କତ୍ତୃପକ୍ଷ ଉକ୍ତ ୪ଗୋଟି ୱ।ର୍ଡ଼ର ବସବାସ କରୁଥିବା ଗରିବ ବସ୍ତି ବାସିନ୍ଦାଙ୍କ ଘରକୁ ଯାଇ ଫଟୋ ଉଠାଇବା ସହ ଚିହ୍ନଟ ତାଲିକା ପ୍ରସ୍ତୁତ କରି ନେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଜାଗା ମିଶନରେ ଜମି ପଟ୍ଟା ପ୍ରଦାନ କରିବାର ନାଗନ୍ଧ ଧରୁ ନାହାନ୍ତି ।

ସେହିପରି ରାସ୍ତା ଘାଟ ଖାଲଖମାରେ ପରିପୂର୍ଣ୍ଣ ହୋଇଥିବା ରୁ ଏହାର ନିର୍ମାଣ କାର୍ଯ୍ୟ କରା ଯାଉନାହିଁ । ଯାହା ଫଳରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ଏସବୁ ଦିଗରେ ସିଏମସି ମେୟର ଏବଂ କମିଶନର ତୁରନ୍ତ ଦୃଷ୍ଟି ଦେବା ନେଇ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ସଭାପତି ସୁକାନ୍ତ ସେଠୀଙ୍କ ନେତୃତ୍ବରେ କେତେକ ସଦସ୍ୟ କମିଶନରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଏହି ବିକ୍ଷୋଭରେ ମହିଳା ନେତ୍ରୀ ଅନିମା ନାୟକ , ଗୀତାଞଳି ସ୍ୱାଇଁ, ଚୈତନ୍ୟ ସାମଲ, ବଳରାମ ସ୍ୱାଇଁ, ଶ୍ୟାମ ସାମଲ, କିଶୋର ଚନ୍ଦ୍ର ଦାସ , ଅମର ସାମଲ ପ୍ରମୁଖ ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ ।

No Result
View All Result