No Result
View All Result

୧୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଜଟଣୀ-ଖୋର୍ଦ୍ଧା :-> ବାଛରା ମୁଣ୍ଡିଆ ହିଲ୍ ଟପ୍ ପାର୍କର ୩୩ ଏକର ଯାଗାରେ ଲାଗିବ ଗଛ। ଆଜି ସୋମବାର ବିଡ଼ିଏ ଏବଂ ବନ ବିଭାଗ ପକ୍ଷରୁ ଲାଗିଲା ୮ ହଜାର ଗଛ। ଭୁବନେଶ୍ୱର ଡେଭଲପମେଣ୍ଟ ଅଥରଟି ଏବଂ ଖୋର୍ଦ୍ଧା ବନ ବିଭାଗ ମିଳିତ ଭାବେ ଏହି ବୃକ୍ଷ ରୋପଣ କାର୍ଯ୍ୟ କରିବେ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ୩୩ ଏକର ପରିମିତ ବାଛରା ହିଲ୍ ଟପ୍ ପାର୍କରେ ଆଜି ଏହି ବୃକ୍ଷ ରୋପଣ କାର୍ଯ୍ୟ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ସବୁଜ ପାହାଡ଼ ଯୋଜନାରେ ଏହି ବୃକ୍ଷ ରୋପଣ କାର୍ଯ୍ୟ ଆରମ୍ଭ କରାଯାଇଛି ।

ଏଥିରେ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କମିଶନରେଟ ପୋଲିସର ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ ମୂଖ୍ୟ ଅତିଥି ଭାବେ ଯୋଗ’ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଵିଡିଏର ଉପାଧ୍ୟକ୍ଷ ବଲବନ୍ତ୍ ସିଂ,ଖୋର୍ଦ୍ଧା ଡିଏଫଓ ପୁର୍ଣିମା ପାଣ୍ଡିଆନ, ତହସିଲଦାର ରୁମାନା ଜାଫ୍ରି,ପୌର ଅଧକ୍ଷ ଅନନ୍ତ ବେହେରା,ନିର୍ବାହୀ ଅଧିକାରୀ ଦିଲୀପ ମହାନ୍ତି, ସମେତ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା,

ବିଦ୍ୟାଳୟ ଏବଂ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ପ୍ରାୟ ୮ହଜାର ବୃକ୍ଷ ରୋପଣ କରିଥିଲେ। ତେବେ ଏହି ବାଛରା ପାହାଡ଼କୁ ୧୨ ଗୋଟି ଜୋନରେ ବିଭକ୍ତ କରାଯାଇଛି।ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ଗୋଟିଏ ଗୋଟିଏ ଜୋନରେ ବୃକ୍ଷ ରୋପଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଛି ।

No Result
View All Result