୧୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ ର ଶିଶୁ ବିକାଶ ପ୍ରକଳ୍ପ କାର୍ଯାଳୟ ସଭାଗୃହରେ ଶିକ୍ଷାବିତ୍ ମନୋଜ କୁମାର ପାତ୍ରଙ୍କ ଅଧକ୍ଷ୍ଯତାରେ ଏକ ବୈଠକ କରାଯାଇ ବିଦାୟୀ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀ ମତୀ ସଂକୁତଳା ଦାସ ଓ ନୂତନ ଭାବେ ଯୋଗ ଦେଇଥିବା ପ୍ରକଳ୍ପ ଅଧିକାରୀ ମାଧୁରୀ ପଂଡା ମହୋଦୟାଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ଉପରୋକ୍ତ ସଭାରେ କାର୍ଯାଳୟ ର ସମସ୍ତ ମହିଳ ପରିଦର୍ଶିକା,

ଅଫିସ୍ କର୍ମ ଚାରୀ ଓ ଡାଟାଏଣ୍ଟ୍ରି କର୍ମ ଚାରୀ ଯୋଗଦେଇ ନିଜ ନିଜର ବକ୍ତବ୍ଯ ମାଧ୍ୟମରେ ବିଦାୟୀ ପ୍ରକଳ୍ପ ଅଧିକାରୀ ମହୋଦୟାଙ୍କ କାର୍ୟ୍ଯ ଦକ୍ଷତା, ଅଫିସ ପରିଚାଳନା ତଥା ସର୍ବୋପରି ମିଷ୍ଟ ଭାଷି କଥାବାର୍ତ୍ତା ର ଗୁଣଗାନ କରିଥିଲେ । ସଭାପତି ତାଙ୍କର କାର୍ଯ୍ୟ ଦକ୍ଷତାର ଗୁଣଗାନ କରି ଭବିଷ୍ଯତ କର୍ମ ମୟ ଜୀବନ ରେ ସୁନାମ ଅର୍ଜନ କରିବା ସହିତ ନିରାମୟ ଜୀବନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରି ଥିଲେ ।

ଉକ୍ତ ସଭାରେ ନୂତନ ଭାବେ ଯୋଗଦେଇ ଥିବା ପ୍ରକଳ୍ପ ଅଧିକାରୀ ଶ୍ରୀ ମତୀ ମାଧୁରୀ ପଣ୍ଡା ମହୋଦୟା ଓ ବିଦାୟ ନେଉଥିବା ପ୍ରକଳ୍ପ ଅଧିକାରୀ ସଙ୍କୁତଳା ଦାସଙ୍କୁ ପୁଷ୍ପ ଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା । ଶେଷରେ କନିଷ୍ଠ କିରାଣୀ ଗଣେଶ ନାୟକ ଉପସ୍ଥିତ ସମସ୍ତ କର୍ମ କର୍ତ୍ତାକୁ ଧନ୍ଯବାଦ ଅର୍ପଣ କରିଥିଲେ ।














