No Result
View All Result

୯ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ଖୋର୍ଦ୍ଧାଜିଲ୍ଲା ଜଟଣୀ ବ୍ଲକ ପଧାନସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁହା କ୍ଷେତ୍ରପାଳି ସରକାରୀ ଉଚ୍ଚ ବିଦ୍ୟାଳୟର ଆଲୁମିନା କମିଟି ଆନୁକୂଲ୍ୟରେ ବିଦ୍ୟାଳୟର ଛାତ୍ର,ଛାତ୍ରୀ ମାନଙ୍କୁ ଫଳଗଛ ଚାରା ବଣ୍ଟନ କରଯାଇଛି । ବିଦ୍ୟାଳୟର ପୂରାତନ ଛାତ୍ର,ଆଲୁମିନା କମିଟିର ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର

ଛାତ୍ରୀ ମାନଙ୍କୁ ବର୍ତ୍ତମାନ ସମୟରେ ଗଛ ନ’ଥିବାରୁ ଗ୍ଲୋବାଲ ଓର୍ମିଙ୍ଗ ବା ଉତପ୍ତ ଜଳବାୟୁ,ଗଛ ଲଗାଇବା ଦ୍ୱାରା ସବୁଜ ଜଳବାୟୁ ସମ୍ପର୍କରେ ଆଲୋକପାତ କରିବା ସହିତ ଚାରା ବଣ୍ଟନ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଆଲୁମିନା କମିଟି ସଭାପତି ସାରଙ୍ଗଧର ସେନାପତି ସଭ୍ୟ ହୃଷିକେଶ ସେନାପତି,ଅନିଲ କୁମାର ପାଇକରାୟ,ମୂରଲୀଧର ପାଇକରାୟ,ଅକ୍ଷୟ କୁମାର ସେନାପତି ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

No Result
View All Result