ଓଡିଶା ନିଜ ଜନ୍ମ ମାଟି କୁ ଫେରୁଥିବା ଓଡ଼ିଆ ଶ୍ରମିକ ଦିଲ୍ଲୀରେ ନିଖୋଜ ।
୯ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବାଲୁଗାଁ :–> ରାମ ଚନ୍ଦ୍ର ପଲାଇ : ଆବୁଧାବି ରୁ ଓଡିଶା ନିଜ ଜନ୍ମ ମାଟି କୁ ଫେରୁଥିବା ଓଡ଼ିଆ ଶ୍ରମିକ ଦିଲ୍ଲୀରେ ନିଖୋଜ । କାନ୍ଦ ବୋବାଳି ରେ ଫାଟି ପଡୁଚି ବାଲୁଗାଁ ବେଲପଡା ଗ୍ରାମରେ ଥିବା ଓଡ଼ିଆ ଶ୍ରମିକ ଙ୍କ ପରିବାର । ପେଟ ପାଇଁ ଦି ମୁଠା ଆହାର ଯୋଗାଡ଼ିବା ପାଇଁ ନିଜ ପରିବାର ଛାଡି କିଏ କେତେ ଦୂର ଦାଦନ ଯାଉଛନ୍ତି ! ଆଉ ଯାହା ଦି ପଇସା ରୋଜଗାର କରନ୍ତି ସେଥିରେ ପରିବାର ଚଳେ ! ପୁଅ ଯାଇଛି ସୁଦୂର ଆବୁଧାବି, ବହୁ ବର୍ଷ ପରେ ପୁଅ ଘରକୁ ଫେରୁଛି, ଏପଟେ ଘରେ ଖୁସିରେ ଅପେକ୍ଷା କରିଛନ୍ତି ବାପା ଆଉ ମା !

ହେଲେ ପରିବାର ଲୋକେ ଜାଣିବାକୁ ପାଇଲେ ପୁଅ ଆସୁଥିବା ସମୟରେ ଦିଲ୍ଲୀ ରୁ କୁଆଡେ ନିଖୋଜ ହୋଇଯାଇଛି ! ଘରକୁ ଆଉ ଫେରୁନାହିଁ ! ଏପଟେ ମା ବାପା ବାହୁନି ବାହୁନି କାନ୍ଦୁଛନ୍ତି, ଆଉ କହୁଛନ୍ତି ଆମର ଧନ ଦରକାର ନାହିଁ, କି ଟଙ୍କା ପଇସା ଦରକାର ନାହିଁ, ଆମକୁ ଆମ ପୁଅ ଫେରାଇଦିଅ ବୋଲି ପ୍ରଶାସନ ଙ୍କୁ ନେହୁରା ହେଉଛନ୍ତି ! ଏମିତି ଏକ ଦୁଖଦଃ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବେଲପଡା ଗ୍ରାମରେ !

ରଞ୍ଜନ ସ୍ୱାଇଁ, ବୟସ ପ୍ରାୟ ୩୦ ବର୍ଷ , ତିନି ବର୍ଷ ପୂର୍ବେ ପରିବାର ପ୍ରତି ପୋଶଣ ପାଇଁ ଶ୍ରମିକ ଭାବରେ ଆବୁଧାବି ଯାଇଥିଲେ କାମ କରିବା ପାଇଁ ! ବହୁଦିନ ହେବ ଘରକୁ ନଆସିବାରୁ ମା କହିଲେ ପୁଅରେ ତୁ ବହୁତ ଦିନ ହେଲା ଘରକୁ ଆସିନୁ, ତତେ ଦେଖିବାକୁ ବହୁତ ଇଛା ହେଉଛି, ତୁ ଜଲଦି ପଳେଇଆସେ ! ଆଉ ରଞ୍ଜନ ଆବୁଧାବି ରୁ ବାହାରିବା ସମୟ ରେ ଘର ଲୋକଙ୍କୁ କହିଥିଲା ହଁ ମା ମୁଁ ଏଠୁ ବାହାରିଲି ଆଉ ଦୁଇ ଦିନ ପରେ ଘରେ ପହଞ୍ଚିବି !

ହେଲେ ଘରେ ଆଉ ପହଞ୍ଚିଲା ନାହିଁ ! ଗତ ୧୮ ତାରିଖ ରେ ରଞ୍ଜନ ଅବୁଧାବି ରୁ ଭାୟା ମୁମ୍ବାଇ ଦେଇ ଦିଲ୍ଲୀ ଆସୁଥିଲା, ଆଉ ଦିଲ୍ଲୀ ରୁ ଟ୍ରେନ ଯୋଗେ ବାଲୁଗାଁ ! ହେଲେ ରଞ୍ଜନ ବାଲୁଗାଁ ରେ ପହଞ୍ଚିଲା ନାହିଁ ! ଏପଟେ ଏତେଦିନ ହେଲା ରଞ୍ଜନ ଘରେ ନ ପହଞ୍ଚିବା ଯୋଗୁଁ ପରିବାର ଲୋକେ ବ୍ୟସ୍ତ ହୋଇଗଲେ ! ରଞ୍ଜନ ଅବୁଧାବି ରେ କାମ କରୁଥିବା କମ୍ପାନୀ ସହିତ ପରିବାର ଲୋକେ ଯୋଗାଯୋଗ କରି ରଞ୍ଜନ ବିଷୟରେ ପଚାରି ବୁଝିଲେ ! ସେପଟେ କମ୍ପାନୀ ତରଫରୁ ପରିବାର ଲୋକଙ୍କୁ କହିଲେ ରଞ୍ଜନ ସହିତ ଫାଇମ ଅହମଦ ବୋଲି ଜଣେ ପିଲା ରଞ୍ଜନ ସହିତ ୧୮ ତାରିଖ














