• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଇଆଇଏ ଲିଡରସିପ୍ କନ୍‌କ୍ଲେଭ୍ ଆଣ୍ଡ୍ ଡିଜାଇନ୍ କାର୍ନିଭାଲ୍ ୨୦୨୩ : ପ୍ରଥମ ଦିନରେ ଏକ ଦୂରଦର୍ଶୀ ଶୁଭାରମ୍ଭର ଉନ୍ମୋଚନ

Proprietor Abhimanyu Maharana by Proprietor Abhimanyu Maharana
September 9, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଆଇଆଇଏ ଲିଡରସିପ୍ କନ୍‌କ୍ଲେଭ୍ ଆଣ୍ଡ୍ ଡିଜାଇନ୍ କାର୍ନିଭାଲ୍ ୨୦୨୩ : ପ୍ରଥମ ଦିନରେ ଏକ ଦୂରଦର୍ଶୀ ଶୁଭାରମ୍ଭର ଉନ୍ମୋଚନ
Share on FacebookShare on TwitterWhatsapp

୯ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟର ପକ୍ଷରୁ “ସମର୍ଥସ୍ଥପତିଙ୍କୁ ସଶକ୍ତ କରିବା’ ବିଷୟବସ୍ତୁ ଉପରେ ପର୍ଯ୍ୟବେସିତ ଦୁଇଦିନିଆ କାର୍ଯ୍ୟକ୍ରମ ଆଇଆଇଏ ଲିଡରସିପ୍‌ କନ୍‌କ୍ଲେଭ୍ ଆଣ୍ଡ୍ ଡିଜାଇନ୍ କାର୍ନିଭାଲ୍ ୨୦୨୩ ବିଷୟରେ ଘୋଷଣା କରାଯାଇଛି । ଏହି ସମ୍ମାନଜନକ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଦିବସରେ ବକ୍ତା, ଅତିଥି, ବୈଷୟିକ ଅଧିବେଶନ, ପ୍ୟାନେଲ୍ ଆଲୋଚନା, ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଏକ ଚମତ୍କାର ସଙ୍ଗୀତ ନାଇଟ୍ ଦେଖିବାକୁ ମିଳିଛି । ଏଥିରେ ଓଡ଼ିଶା ସରକାରଙ୍କ ଉନ୍ନୟନ କମିସନର ଓ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆଇଆଇଏର ଅଧକ୍ଷ ସ୍ଥପତି ବିଳାସ ଅବଚତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି ।

ଏହି ଅବସରରେ ଆଇଆଇଏ ଓଡ଼ିଶା ଚାପ୍ଟରର ସଭାପତି ସ୍ଥପତି ସ୍ୱପ୍ନଦତା ମହାନ୍ତି, ସମ୍ପାଦକ ସ୍ଥପତି ଅକ୍ଷୟ କୁମାର ବେଉରିଆ, ଉପ ସଭାପତି ସ୍ଥପତି ମୌସୁମୀ ନନ୍ଦ ଓ ସ୍ଥାପତ୍ୟ ଓ ଡିଜାଇନ୍ ସମୁଦାୟର ଅନ୍ୟ ବିଶିଷ୍ଟ ଅତିଥିମାନେ ଅଂଶଗ୍ରହଣ କରିଥିଲେ । ଆଇଆଇଏ ଓଡ଼ିଶା ଚାପ୍ଟରର ସଭାପତି ସ୍ଥପତି ସ୍ୱପ୍ନଦତା ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରି ଦିବସରେ ଏକ ସମୃଦ୍ଧ ଅନୁଭବ ଓ ଆଲୋଚନା ପାଇଁ ମଂଚ ପ୍ରସ୍ତୁତ କରିଥିଲେ । ପ୍ରଥମ ଦିବସରେ ଦୁଇଟି ବୈଷୟକି ଅଧିବେଶନ ଆୟୋଜନ କରାଯାଇଥିଲା । ଉଦଘାଟନୀ ଅଧିବେଶନର ନେତୃତ୍ୱ ନେଇଥିବା ମାଷ୍ଟର ସ୍ଥପତି ସଞ୍ଜୟ ମୋହେ ଏବଂ ଦ୍ୱିତୀୟ ଅଧିବେଶନରେ ବିଶିଷ୍ଟ ସ୍ଥପତି ମୁରଲୀ ମୁରୁଗମ ନେତୃତ୍ୱ ନେଇଥିଲେ । ଏହି ଦୁଇ ଅଧିବେଶନ ସ୍ଥାପତ୍ୟ ଓ ଡିଜାଇନର ଭବିଷ୍ୟତ ଉପରେ ମୂଲ୍ୟବାନ ଜ୍ଞାନ ପ୍ରଦାନ କରିଥିଲା ।

ଏକ ଚିନ୍ତାଶୀଳ ପ୍ୟାନେଲ ଆଲୋଚନା ମଧ୍ୟ ଆୟୋଜନ କରାଯାଇଥିଲା ଯେଉଁଥିରେ ପ୍ୟାନେଲିଷ୍ଟ୍ ଭାବେ ଓବିସିସିର ପରିଚାଳନା ନିର୍ଦ୍ଦେଶକ ଇଂ ଜେ କେ ଦାସ, ଇନ୍‌ଟାଚ୍‌ର ସଦସ୍ୟ ଶ୍ରୀ ଅନିଲ ଧୀର, ବରିଷ୍ଠ ସ୍ଥପତି ଶ୍ରୀ ରାମହରୀ ଜେନା, ବିଶିଷ୍ଟ ଟୁର ପ୍ଲାନର ଏଲ୍ ପି ପଟ୍ଟନାୟକ, ଏଆର୍‌. ଗିରିଧର ଅଗ୍ରୱାଲ୍‌, ବକୁଳ ଫାଉଣ୍ଡେସନର ସଦସ୍ୟ ଶ୍ରୀ ସୁଜିତ ବକୁଳ, ନିଉ ଇଣ୍ଡିଆନ ଏକ୍ସପ୍ରେସର ସମ୍ପାଦକ ଶ୍ରୀ ଶିବ ମହାନ୍ତି ଓ ବରିଷ୍ଠ ସ୍ଥପତି ସଂଗ୍ରାମ ମହାନ୍ତି । ସେମାନେ ସ୍ଥାପତ୍ୟ, ଅର୍ବାନ ପ୍ଲାନିଂ ଓ ସ୍ଥାୟିତ୍ୱର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆକର୍ଷଣୀୟ ସ୍ଥାପତ୍ୟ ଓ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଯେଉଁଥରେ ପରବର୍ତୀ ପିଢ଼ିର ସ୍ଥପତିଙ୍କ ମଧ୍ୟରେ ପ୍ରତିଭା ଓ ଅଭିନବ ଚିନ୍ତାଧାରା ଦେଖିବାକୁ ମିଳିଥିଲା ।

ଆଇଆଇଏ ଲିଡରସିପ୍ କନ୍‌କ୍ଲେଭ୍ ଆଣ୍ଡ୍ ଡିଜାଇନ୍ କାର୍ନିଭାଲ୍ ୨୦୨୩ ଏକ ସ୍ୱତନ୍ତ୍ର ମଂଚ ପ୍ରଦାନ କରିଥିଲା ଯେଉଁଥିରେ ୬୦୦ରୁ ଅଧିକ ଅତିଥି, ଡିଜାଇନ ସ୍କୁଲର ପ୍ରତିନିଧି ଏବଂ ୨୦୦ ସ୍ଥାପତ୍ୟ ପାଠ୍ୟକ୍ରମର ଛାତ୍ରଛାତ୍ରୀ, ଶିଳ୍ପ ଅଂଶୀଦାର ଓ ଶିଳ୍ପ ସହଯୋଗୀ ଯୋଗ ଦେଇଥିଲେ । ଆଇଆଇଏ ଓଡ଼ିଶା ଚାପ୍ଟରର ସଭାପତି ସ୍ଥପତି ସ୍ୱପ୍ନଦତା ମହାନ୍ତି କହିଛନ୍ତି ଯେ, “ସମର୍ଥ-ସ୍ଥପତିଙ୍କୁ ସଶକ୍ତ କରିବା, କେବଳ ଏକ କାର୍ଯ୍ୟକ୍ରମ ନୁହେଁ; ଏହା ହେଉଛି ପଦକ୍ଷେପ ଗ୍ରହଣ କରିବା ପାଇଁ ଆହ୍ୱାନ । ମିଳିତ ଭାବେ ଆମେ ଏଭଳି ଏକ ଦୀର୍ଘସ୍ଥାୟୀ ସହରାଂଚଳ କ୍ଷେତ୍ର ବିକାଶ କରିବାକୁ ଉଦ୍ୟମ କରୁଛୁ ଯାହା କେବଳ ଜୀବନକୁ ସମୃଦ୍ଧ କରିବ ନାହିଁ ବରଂ ପରବର୍ତୀ ପିଢ଼ି ପାଇଁ ପରିବେଶର ସୁରକ୍ଷା କରିବ ।

ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଯିବା ପାଇଁ ସ୍ଥପତିମାନଙ୍କୁ ଆମେ ସଶକ୍ତ କରୁଥିବା ବେଳେ ଆସନ୍ତୁ ଆମର ଏହି ରୂପାନ୍ତରୀତ ଯାତ୍ରାରେ ଯୋଡ଼ିହୁଅନ୍ତୁ ।’’ “ସମର୍ଥ-ସ୍ଥପତିଙ୍କୁ ସଶକ୍ତ କରିବା’ ବିଷୟବସ୍ତୁ ଏକ ମିଳିତ ଲକ୍ଷ୍ୟର ଗୁରୁତ୍ୱ ଏବଂ ଏକ ସ୍ଥାୟୀ କ୍ଷେତ୍ର ସୃଷ୍ଟି କରିବାର ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ଯାହା ସମୟର ଆହ୍ୱାନକୁ ମୁକାବିଲା କରିପାରିବ । ଏହି କାର୍ଯ୍ୟକ୍ରମ ଆଇଆଇଏ କର୍ମକର୍ତାଙ୍କୁ ଆବଶ୍ୟକ କୌଶଳ ଓ ଜ୍ଞାନ ପ୍ରଦାନ କରୁଥିବା ବେଳେ ଜାତୀୟ କର୍ମକର୍ତା, ପରିଷଦ ସଦସ୍ୟ ଏବଂ ବିଭିନ୍ନ ଚାପ୍ଟର, କେନ୍ଦ୍ର ଓ ଉପ-କେନ୍ଦ୍ରଗୁଡ଼ିକର ପ୍ରତିନିଧିଙ୍କ ସହ ପ୍ରତ୍ୟକ୍ଷ ଆଲୋଚନାର ସୁଯୋଗ ପ୍ରଦାନ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026
ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

June 20, 2026
ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

June 20, 2026
ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

June 20, 2026

Recent News

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026
ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

June 20, 2026
ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

June 20, 2026
ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

June 20, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026
ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

June 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version