No Result
View All Result
୮ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ପାର୍ବଣ ଋତୁ ଆରମ୍ଭ ହେବା ପାଇଁ କିଛି ଦିନ ଅପେକ୍ଷା ଥିବା ବେଳେ ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଜୁଆ ଖେଳ ଏବେ ଠାରୁ ଆରମ୍ଭ ହେବାର ପୂର୍ବାଭାସ ଦେଖିବାକୁ ମିଳିଛି।ଏହି ପାରମ୍ପରିକ ଖେଳ ନାଁ ରେ ଏହି ବେଆଇନ ଜୁଆ ଖେଳ ଜୁଆଡିଙ୍କୁ ସର୍ବସ୍ୱାନ୍ତ କରୁଥିବା ବେଳେ ଧନ ଜୀବନ ପ୍ରଭାବିତ ହେଉଥିବା ନଜିର ରହିଛି।ତଥାପି ଜୁଆଡିଙ୍କ ଲାଗି ଧନ ରୋଜଗାରର ଏକ ପ୍ରମୁଖ ମାଧ୍ୟମ ପାଲଟି ଥିବା ଜୁଆଖେଳ ଏବେ କିଛି ପେଷାଦାର ଜୁଆଡିଙ୍କୁ ଦିନରାତି ଖେଳ ନିଶା ଘାରିଛି ।
ନିକାଞ୍ଚନ ସ୍ଥାନ ଏବେ ଜୁଆଡିଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟି ଥିବା ବେଳେ ରୀତିମତ ଭାବେ ବହୁ ଜୁଆ ଆଡ୍ଡା ହିଞ୍ଜିଳି ଥାନା ଇଲାକାରେ ଏବେ ମୁଣ୍ଡ ଟେକିବା ଆରମ୍ଭ ହୋଇଛି। ଗୁରୁବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ସୋମପୁର ନିକଟସ୍ଥ ଘୋଢେଇଶୁଣୀ ମନ୍ଦିରର ଅତି ନିକଟରେ ବହୁ ଦିନ ଧରି ଚାଲିଥିଲା ଏକ ବଡ ଧରଣର ଜୁଆ ଆଡ୍ଡା। କୌଣସି ସୂତ୍ରରୁ ଖବର ପାଇ ହିଞ୍ଜିଳି ପୁଲିସର ଏକ ଟିମ୍ ଅତର୍କିତ ଚଢ଼ାଉ କରିଥିଲା । ଚଢାଉ ବେଳେ ପୁଲିସ ୫ ଜଣ ଜୁଆଡିଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିବା ବେଳେ କିଛି ଜୁଆଡି ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲେ ।
ଗିରଫ ଜୁଆଡିଙ୍କ ଠାରୁ ପୋଲିସ ୧ଲକ୍ଷ ୨୯ ହଜାର ଟଙ୍କା ସମେତ ୫ଟି ମୋବାଇଲ୍ ଫୋନ୍ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନା କେସ ନମ୍ବର ୬୪୪/୨୩ ରେ ଏକ ମାମଲା ରୁଜୁ କରିଛି। ଆଗାମୀ ଦିନରେ ସ୍ଥାନୀୟ ଥାନା ଅଞ୍ଚଳରେ ଚାଲିଥିବା ଜୁଆ ଖେଳ ଉପରେ କଡା ନଜର ରଖିବା ସହ ସହ ଜୁଆଡିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ଚଢ଼ାଉ ସମୟରେ ଥାନା ଏଏସଆଇ ଅନନ୍ତ ଶବର, ଉପେନ୍ଦ୍ର କ୍ରାସ୍କା, ମନୋଜ ସେନାପତି, କନେଷ୍ଟବଳ ସରୋଜ ରଣସିଂ, ଜିତେନ୍ଦ୍ର ଗୌଡ,ଦଣ୍ଡପଣି ମଲ୍ଲିକ ଓ ପ୍ରଦୀପ ରାୟ ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

No Result
View All Result