୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବାଲୁଗାଁ :-> ପ୍ରଜାପିତା ବ୍ରହ୍ମା କୁମାରୀ ଶିବ ଜ୍ୟୋତି ଧାମ ବାଲୁଗାଁ ଶାଖା ପକ୍ଷରୁ ଆଜି ନନ୍ଦ ଉତ୍ସବ ଅନୁଷ୍ଠିତ ହୋଇଅଛି । ପ୍ରାତଃ ସମୟରେ ସ୍ଥାନୀୟ ଅଂଚଳ ର ଶତାଧିକ ଶ୍ରଦ୍ଧାଳୁ ଆଶ୍ରମ ପରିସର ରେ ପହଞ୍ଚି ଧ୍ୟାନ, ରାଜ ଯୋଗ କାର୍ଯ୍ୟକ୍ରମ ପରେ କୁନି କୁନି ପିଲା ମାନେ ରାଧା କୃଷ୍ଣ ବେଶ ରେ ବିଭିନ୍ନ ପ୍ରକାର ନୃତ୍ୟ, ଗୀତ ପରିବେଷଣ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମ ରେ ବାଲୁଗାଁ ମହାବିଦ୍ୟାଳୟ ର ଅଧ୍ୟାପକ ଅକ୍ଷୟ କୁମାର ମିଶ୍ର ଅତିଥି ଭବେ ଯୋଗ ଦେଇ। ମାନବ ସମାଜ ପାଇଁ ଓଁ ଶାନ୍ତି ର ଉପାଦେୟତା ସମ୍ପର୍କ ରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ଶେଷ ରେ ପ୍ରାସାଦ ସେବନ କରି ଶ୍ରଦ୍ଧାଳୁ ମାନେ ଫେରିଥିଲେ ।















