୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଦଶପଲ୍ଲା :-> ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ୨ ନଂ ୱାର୍ଡ ନାହାକପଡ଼ା ଠାରେ ବହୁ ଧୁମ୍ ଧାମରେ ନନ୍ଦଉତ୍ସବ ପାଳିତ ହେଉଅଛି । ଏହି କାର୍ଯ୍ୟକ୍ରମରେ ଆଜି ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରା ଙ୍କୁ ନାହାକପଡ଼ା ଗ୍ରାମବାସୀ ଏକ ବିରାଟ ପଟୁଆରରେ ପାଛୋଟି ନେଇଥିବାବେଳେ

ବିଧାୟକ ଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷ ଉପେନ୍ଦ୍ର କୁମାର୍ ସାହୁ ,ଦଶପଲ୍ଲା ବ୍ଲକ ବିଜେଡ଼ି ସଭାପତି ଶ୍ରୀ ସୁଦାମ ଚରଣ ନାୟକ,ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଜଣାପଡ଼ିଛି ।

ଏବଂ ନାହାକପଡ଼ାଠାରେ ରାଧାକୃଷ୍ଣ ଗୋପାଳଜୀଉ ଙ୍କ ଏକ ନୂତନ ମନ୍ଦିର ନିର୍ମାଣ କରିବା ପାଇଁ ବିଧାୟକ ଆଜି ଶୁଭ ଦେଇଥିବାବେଳେ ଖୁବଶୀଘ୍ର ମନ୍ଦିରର ନିର୍ମାଣ କାର୍ଯ୍ୟ ସରିବ ବୋଲି କହିଛନ୍ତି ।ଏବଂ ବିଧାୟକ ଙ୍କ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଲୋକାଭିମୁଖି କାର୍ଯ୍ୟକୁ ନେଇ ନାହାକପଡ଼ା ଗ୍ରାମବାସୀ ବିଧାୟକ ଙ୍କୁ ଭୂୟସୀ ପ୍ରଶଂସା କରିଥିବା ଶୁଣିବାକୁ ମିଳିଛି ।














