୬ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ଜନ୍ମାଷ୍ଟମୀ ର ପବିତ୍ର ଦିବସ ଅଵସରରେ ରଣପୁର ବ୍ଲକ ଜଙ୍କିଆ ଗ୍ରାମ ପଂଚାୟତର କୃଷ୍ଣଚନ୍ଦ୍ରପୁର ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢୁ ଥିବା ଛୋଟ ଛୋଟ ଶିଶୁ ମାନେ କୃଷ୍ଣ ଏବଂ ରାଧାଙ୍କର ବେଶ ଧାରଣ କରି କେନ୍ଦ୍ରକୁ ଆସିଥିଲେ । ଉକ୍ତ କେନ୍ଦ୍ରର କର୍ମୀ ଶ୍ରୀମତୀ ଉର୍ମିଳା ପାଇକରାୟ ଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଛାତ୍ର,ଛାତ୍ରୀ ମୀନଙ୍କର ସମସ୍ତ ଅଭିଭାଵକ ମାନେ ସଵହୁ ପରିମାଣରେ ଯୋଗ ଦେଇଥିଲେ ।

ସହୟିକା ଶ୍ରୀମତୀ ଟୁକୁନା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶ୍ରୀମତୀ ପ୍ରଭାସିନୀ ପାତ୍ର ଯାଞ୍ଚ କମିଟି ସଦସ୍ୟ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ।ସର୍ବଶେଷରେ ସମସ୍ତ ଅଭିଭାବକ ମାନେ ସାହାର୍ଯ୍ୟ, ସହଯୋଗ କରିଥିବାରୁ ଶ୍ରୀମତୀ ପାଇକରାୟଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏପରି ଵହୁ ଆଡମ୍ଵର ଭାଵେ ଆୟୋଜନ କରାଯାଇଥିବା ସାଂସୃତିକ କାର୍ଯ୍ୟକ୍ରମଟି ଵେଶ୍ ଦେଖେଣାହାରୀଙ୍କ ମନୋମୁଗ୍ଧଧ ହୋଇପାରିଥିଲା ।















