୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ବେଲଗଛିଆ ସ୍ଥିତ ଇଣ୍ଡିଗୋ ଉଚ୍ଚ ମାଧ୍ୟମିକ ବିଜ୍ଞାନ ଓ ବାଣିଜ୍ୟ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଭାଗବତ ଶୁକ୍ଳଙ୍କ ଅଧ୍ୟକ୍ଷତାରେ ଗୁରୁ ଦିବସ ଏବଂ ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପର୍ବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଭବାନୀ ପ୍ରସାଦ ମିଶ୍ର , ଅଧ୍ୟାପକ ଶୁଶିଲ କୁମାର ପ୍ରଧାନ , ବ୍ଯଙ୍ଗକବି ଧର୍ମଛଡା , ପ୍ରଦ୍ୟୁମ୍ନ କୁମାର ମିଶ୍ର , ହେମାବତୀ ନନ୍ଦନ ସାମଲ , ଆୟୁଷ୍ମାନ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗୁରୁ ଦିବସ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ମନୀଷା ଶୁକ୍ଳ , ମମତା ମହାନ୍ତି , ଶିବାଙ୍ଗୀ ସୁଭଦର୍ଶିନୀ ଭୁୟାଁ , ପ୍ରିତୀ ପ୍ରଜ୍ଞା ପଣ୍ଡା , ଜୟଶ୍ରୀ ସିଂ , ରାଜେଶ ପାଣିଗ୍ରାହୀ , ସୌଭାଗ୍ୟ ପଣ୍ଡା , ଆକାଶ ରାଉତ , ରାଜେଶ ସ୍ବାଇଁ , ଜ୍ୟୋତି ରଞ୍ଜନ ଦାସ , ଗଦାଧର ଜେନା , ସତ୍ୟଜିତ ସ୍ବାଇଁ , ରଶ୍ମିରଞ୍ଜନ ପାତ୍ର ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ହିମାଂଶୁ ଶେଖର ଖୁଣ୍ଟିଆ , ବଳଭଦ୍ର ଦାସ , ଶେଖ୍ କାତର ଅଲ୍ଲୀ , ମୀନି ସେଠୀ , ମମତା ଜେନା , ବବିତା ସାହୁ , ଦୀପକ ଜେନା ଏବଂ ଅନୀତା ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।














