ଗୋଟିଏ ନାମରେ ଚାଲିଥିଲା ତିନିଟି ଜୁଏଲାରୀ, କୋଟି କୋଟି ଟଙ୍କାର ସୁନା ଅଳଙ୍କାର ଜବତ
୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :-> ମାହାଙ୍ଗା ଅଂଚଳର ଏକ ପ୍ରତିଷ୍ଠିତ ଜୁଏଲାରୀ ସୁନାଅଳଙ୍କାର ଉପରେ ଆଜି ଜିଏଷ୍ଟି ବିଭାଗ ପକ୍ଷରୁ ଚଢାଉକରାଯାଇ ଟ୍ୟାକ୍ସ ଠକେଇ ର ତଦନ୍ତ କରାଯିବା ସହ ଦୋକାନ କୁ ସିଲ କରାଯାଇଛି, ସୂଚନାନୁଯାୟୀ ମାହାଙ୍ଗା ଥାନା ଉଶୁମା ରଘୁନାଥ ନଗର ଗ୍ରାମର ଜୈନିକ ସୁନା ବ୍ୟବସାୟୀ ତୋଫାନ ସାହୁଙ୍କର ମାହାଙ୍ଗା ମେଡିକାଲ ବଜାର, ଏରକଣା ଓ ସଲେପୁର ବଜାରରେ ଶ୍ରୀରାମ ଜୁଏଲାରୀ ନାମରେ ତିନିଟି ବଡ଼ବଡ଼ ସୁନା ଅଳଙ୍କାର ଦୋକାନ ରହିଛି,ତେବେ ଏହି ସୁନା ଅଳଙ୍କାର ଦୋକାନରେ କୋଟିକୋଟି ଟଙ୍କା ବ୍ୟବସାୟ ହେଉଥିବାବେଳେ ସରକାରୀ ଟ୍ୟାକ୍ସ ଫାଙ୍କି ଅଳଙ୍କାର କଳାବଜାରି କରି ଲୋକଙ୍କୁ ଠାକୁଥିବା ଇନକମ ଟ୍ୟାସ୍କ ବିଭାଗ ଜାଣିବାକୁ ପାଇଥିଲା, ଯାହାକୁ ନେଇ କଟକ ସିଟି ଜିଏଷ୍ଟି ଅଧିକାରୀ ବିରଞ୍ଚି ମହାନନ୍ଦିଆଙ୍କ ନେତୃତ୍ୱରେ ଏକ ଟିମ ମିଳିତ ଭାବେ ସୁନାବ୍ୟବସାୟୀ ତୋଫାନ ସାହୁଙ୍କ ରଘୁନାଥନଗର ବାସ ଭବନ ସମେତ ଏକ ସାଙ୍ଗରେ ସମସ୍ତ ଦୋକାନ ଉପରେ ଚଢ଼ଉକରୀ ବ୍ୟବସାୟିକ କାଗଜପତ୍ର ଯାଞ୍ଚ କରିଥିଲେ,
ପାଖାପାଖି ପାଞ୍ଚ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଟ୍ୟାକ୍ସ ଫାଙ୍କିଥିବା ଏକ ବିଶେଷ ସୂତ୍ରରୁ ଜଣାଯାଇଛି, ଜଣେ ସାମାନ୍ୟ ସୁନା ଦୋକାନୀ କିଛି ବର୍ଷ ମଧ୍ୟରେ ଟ୍ୟାକ୍ସ ଫାଙ୍କି ତିନି ତିନିଟି କୋଟି କୋଟି ମୂଲ୍ୟର ସୁନା ଦୋକାନ କଲେ ତାହାକୁ ନେଇ ବିଭାଗୀୟ ଅଧିକାରୀଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଏପରିକି ସମ୍ପୃକ୍ତ ସୁନଦୋକାନି ବିଭାଗୀୟ ଅଧିକାରୀ ମାନକୁ ମାସିକିଆ ମୋଟା ରକମର ଅର୍ଥ ଲାଞ୍ଚ ଦେଇ ଟ୍ୟାସ୍କ ଫାଂକୁଥିବା ଚର୍ଚା ଜୋର ଧରିଛି, କଳା ଟଙ୍କାରେ ସମ୍ପୃକ୍ତ ବ୍ୟବସାୟୀ ସାଲେପୁର ମାହାଙ୍ଗା, ଅଲିଜୋଡା ସମେତ ବିଭିନ୍ନ ସ୍ଥାନରେ କୋଟିକୋଟି ଟଙ୍କା ମୂଲ୍ୟର ଜମି କ୍ରୟ କରିଥିବା ସାଧରାଣରେ ଆଲୋଚନା ହେଉଛି, କଳା ଟଙ୍କାରେ ଏହି ଜମି ଉପରେ ମଧ୍ୟ କେତେକ ସ୍ଥାନରେ ବଡ଼ ବଡ଼ କୋଠା ନିର୍ମାଣ କରାଯାଇଥିବା ଶୁଣିବାକୁ ମିଳୁଛି, ଟ୍ୟାକ୍ସ ଫାଙ୍କି ଓ କଳା ଟଙ୍କାରେ ବିଭିନ୍ନ ବ୍ୟବସାୟ ଚଳାଇଥିବା ସୁନୀବ୍ୟବସାୟୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ କରିବାକୁ ବୁଦ୍ଧିଜୀବି ମାନେ ଦାବି କରିଛନ୍ତି.














