୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ ଜିଲ୍ଲାର :-> ନିଆଳୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ବିଧାୟକ ଡ଼ାକ୍ତର ପ୍ରଫେସର ପ୍ରମୋଦ ମଲ୍ଲିକଙ୍କୁ ବିଜେଡିର ବହୁ ପୁରୁଖା ଏବଂ ଯୁବକମାନେ ବିରୋଧ କରୁଥିବା ଦେଖିବାକୁ ମିଳୁଛି । ଏହାର ସୁଯୋଗ ନେଇ ଦୀର୍ଘ ଦେଢ଼ ବର୍ଷ ଧରି ବିଭିନ୍ନ ସାମାଜିକ ତଥା ଜନ କଲ୍ୟାଣକାରୀ କାର୍ଯ୍ୟ କରିଆସୁଥିବା ତଥା ନିଆଳୀ ନିର୍ବାଚନ ମଣ୍ଡଳୀରୁ ଆଶାୟୀ ବିଧାୟକ ପ୍ରାର୍ଥୀ ଭାବେ ଇଞ୍ଜିନିୟର ପ୍ରସନ୍ନ କୁମାର ମଲ୍ଲିକ ବିଭିନ୍ନ ପଞ୍ଚାୟତକୁ ଯାଇ ସଭାସମିତି କରୁଥିବା ଦେଖିବାକୁ ମିଳୁଛି । ତାଙ୍କ ପ୍ରତି ଜନ ସମର୍ଥନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଶୁକ୍ରବାର ଦିନ ବାରଙ୍ଗ ବ୍ଲକ ସାଇଁଶୋ ପଞ୍ଚାୟତର ପୁରୁଷୋତ୍ତମପୁର ଠାରେ, ଜନସାଧାରଣ ଇଂଞିନିୟର ପ୍ରସନ୍ନ କୁମାର ମଲ୍ଲିକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଉପଲକ୍ଷେ ଆୟୋଜିତ ସଭାରେ ସ୍ଥାନୀୟ ଅଞ୍ଚଳ ଏବଂ ନିଆଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ବୁଦ୍ଧିଜୀବୀ , ସଚେତନ ଭୋଟର ଭାଇ ଭଉଣୀ ମାନେ ଇଂଜିନିୟର ପ୍ରସନ୍ନ କୁମାର ମଲ୍ଲିକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସଚେତନ ଭୋଟର ମାନଙ୍କ ପାଇଁ ଥିଲା ଏହା ଏକ ପରିବର୍ତ୍ତନର ପ୍ରଥମ କ୍ରାନ୍ତିକାରୀ ଆହ୍ବାନ । ପୂର୍ଣ୍ଣ ବିକଶିତ ନିଆଳି ନିର୍ବାଚନ ମଣ୍ଡଳୀର ସ୍ବପ୍ନକୁ ସାକାର କରିବା ଲାଗି ତଥା ପ୍ରସନ୍ନ କୁମାର ମଲ୍ଲିକଙ୍କ ବଳିଷ୍ଠ ନେତୃତ୍ୱ ପ୍ରତି ଏବେ ଠାରୁ, ଜନସାଧାରଣଙ୍କ ଅତୁଟ ସମର୍ଥନ ଓ ସହଯୋଗ ଦେଖିବାକୁ ମିଳୁଛି । ଶ୍ରୀ ମଲ୍ଲିକ ନାଲକୋ କମ୍ପାନୀରେ ଦୀର୍ଘ ୩୪ ବର୍ଷ ଧରି ବରିଷ୍ଠ ଅଫିସର ଭାବେ କାର୍ଯ୍ୟ କରିଆସୁଛନ୍ତି । ସେ ଜଣେ ଦକ୍ଷ ଇଞ୍ଜିନିୟର ହୋଇଥିବାରୁ, ନିଆଳି ନିର୍ବାଚନ ମଣ୍ଡଳୀର ବିକାଶ ଲାଗି ସେ ଯେଉଁ ସ୍ବପ୍ନ ଦେଖିଛନ୍ତି, ତାହା ବାସ୍ତବ ରୂପାୟନ ହୋଇପାରିବ ଵୋଲି ବକ୍ତାମାନେ ମତ ବ୍ୟକ୍ତ କରିଥିଲେ ।

ନିଆଳିର ଏହି ଚରମ ଦୁର୍ଦ୍ଦଶାର ଅନ୍ତ ପାଇଁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ପରିବର୍ତ୍ତନ ସହିତ ତାଙ୍କ ଭଳି ଜଣେ ଯୋଗ୍ୟ, ସଚ୍ଚୋଟ, ନିର୍ଭୀକ,ଉଚ୍ଚଶିକ୍ଷିତ ତଥା ନିଆଳି ମାଟିର ସନ୍ତାନକୁ ଦଳୀୟ ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବାକୁ ଉପସ୍ଥିତ ଜନସାଧାରଣ ପ୍ରତିଶୃତି ଦେଇଥିଲେ । ଉକ୍ତ ସମ୍ବର୍ଦ୍ଧନା ସଭାରେ ଅଶୋକ କୁମାର ମହାନ୍ତି, ରହିମୁଦ୍ଦିନ୍ ଖାଁ, ରୁଦ୍ର ପ୍ରସାଦ ତ୍ରିପାଠୀ, ସୁମନ୍ତ ଦାସ, ବିନୋଦ ରାୟ, ଅନିଲ ମଲ୍ଲିକ, ସୁକାନ୍ତ ସାମଲ, କୃଷ୍ଣ ନାୟକ, ଦୀପ୍ତି ରଞ୍ଜନ ଷଡ଼ଙ୍ଗୀ, ବିଭୂତି ଜେନା, ସିଦ୍ଦିକି ଶାହା, ବସନ୍ତ ଭୋଇ, ବାବନ ଭୋଇ, ଟିକିନା ରହମାନ, ଏସ କେ ଅଲି, ମୋବିନୁଲ ହକ, ପବିତ୍ର ମୋହନ ବେହେରା, ଅଜୟ ପାଣି, ରଞ୍ଜିତ ମଲ୍ଲିକ, ଲିପୁନ୍ ସାହୁ, ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇ ଥିଲେ ।













