୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :->ଜଙ୍ଗଲରେ ଚଳାଇ ଆସୁଥିଲେ ଜୁଆ ଆଡ଼ଡା ।ଥାନା ପାଖରୁ ଜଙ୍ଗଲ ଯାଏ ସବୁ ଜାଗାରେ ରଖିଥିଲେ ନଜର । ପଇସା ଖର୍ଚ୍ଚ କରି ନିୟୋଜିତ କରିଥିଲେ ବେକାର ଯୁବକ ମାନଙ୍କୁ । ସୁରୁଖୁରୁରେ ଚାଲିଥିଲା ଜୁଆ ସିଣ୍ଡିକେଟ । ହେଲେ ସବୁଦିନ ଯେଭଳି ନଥାଏ ଚାନ୍ଦିନୀ ରାତି ସେହି ନ୍ୟାୟରେ ଦାଉ ସାଧିଲା ପୋଲିସ । ଜଂକିଆ ଥାନା ପୋଲିସ ବେଲପଡା ଜଂଗଲରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ କରି ୧୦ ଟି ବାଇକ ସହ ୫ଜୁଆଡିକୁ ଗିରଫ କରିଛି ।

ସେମାନଙ୍କ ଠାରୁ ୨୭୮୦ଟଙ୍କା ସହ ଜରିପାଲ, ମୋବାଇଲ ଫୋନ,ଘୁଡୁଘୁଡା ପାଲ ସମେତ ବାଇକ,ଟଙ୍କା ଓ ୫ଜୁଆଡିଙ୍କୁ ଧରିବାରେ ସଫଳ ହୋଇଛି । ଗିରଫ ଜୁଆଡି ମାନେ ଟାଙ୍ଗି ଓ ପୁରୀ ଅଞ୍ଚଳର ବୋଲି ଜଣାପଡିଛି । ସେମାନେ ହେଲେ ଯୁଧିଷ୍ଠିର ନାୟକ, କାଲୁ କୁମାର ଦାଶ,

ମାନସ ପ୍ରଧାନ, ସଂଗ୍ରାମ ଛୋଟରାୟ ଓ କୁମର ରାଉତ। ପୋଲିସ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।ଫେରାର ଜୁଆଡି ମାନଙ୍କୁ ଧରିବା ପାଇଁ ବିଭିନ୍ନ ଯାଗାରେ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି । ଦୋଛକିରେ ରହି ଅନ୍ୟାନ୍ୟ ଅସମାଜିକ ବ୍ୟକ୍ତି ମାନଙ୍କୁ ଧରପଗଡ କରିବାରେ କର୍ମତତ୍ପର ହୋଇ ଥାନା ଅଧିକାରୀ ।
















