No Result
View All Result
୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଶୁକ୍ରବାର ଦିନ ଆର,ଉଦୟଗିରି ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ, ଛେଳିଗଡ଼ଠାରେ ବ୍ଲକସ୍ତରୀୟ କ୍ରୀଡା ଓ ଆଥଲେଟିକ୍ସ ଚୟନ ଶିବିର ଉଦଘାଟନ ହୋଇଯାଇଛି l ଏହି ପ୍ରତିଯୋଗିତା 2 ଦିନ ଧରି ଅର୍ଥାତ ତା:- 02/09/2023 ରିଖ ପର୍ଯ୍ୟନ୍ତ ଚାଲୁ ରହିବ l ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥିରୂପେ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ବୀରେନ୍ଦ୍ର ମଣ୍ଡଳ ଯୋଗଦାନ କରିଥିଲେ l ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥିରୂପେ ସରପଞ୍ଚ ଶ୍ରୀମତୀ ସନ୍ତୋଷିନୀ ପାଇକ, ପ୍ରଧାନଶିକ୍ଷକ ଶ୍ରୀ କେ. ଭେଙ୍କଟ ରମଣ ପ୍ରଦ୍ବୀପ ପ୍ରଜ୍ଜ୍ୱଳନ କରିଥିଲେ l
ଏହି ପ୍ରତିଯୋଗିତାରେ ରା. ଉଦୟଗିରି ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ଏବଂ ସେବାଶ୍ରମ ବିଦ୍ୟାଳୟରୁ 350 ରୁ ଉର୍ଧ୍ଵ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଏହି ପ୍ରତିଯୋଗିତାରେ ଚୟନ ହୋଇ ଛାତ୍ରଛାତ୍ରୀଗଣ ଗାରାବନ୍ଧ ଉଚ୍ଚ ବିଦ୍ୟାଳୟରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଯୋଗଦାନ କରିବେ l ଏହି ପ୍ରତିଯୋଗିତା ଜିଲ୍ଲା ଶିକ୍ଷାଧିକାରୀଙ୍କ ତତ୍ୱାବଧାନରେ ଏବଂ ବ୍ଲକର ସମସ୍ତ କ୍ରୀଡାଶିକ୍ଷକମାନଙ୍କ ଅକ୍ଲାନ୍ତ ପରିଶ୍ରମ ସହ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହଯୋଗରେ ମହା ଆଡମ୍ବରରେ ଆରମ୍ଭ ହୋଇଛି l ଏଥି ସହ ଉକ୍ତ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟରୁ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ସହ ଖେଳୁଆଡ଼ ମନୋଭାବ ଦେଖିବାକୁ ମିଳିଥିଲା l

No Result
View All Result