• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସଡ଼କ ସୁରକ୍ଷା ପରିଷଦର ବୈଠକ ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
September 1, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ସଡ଼କ ସୁରକ୍ଷା ପରିଷଦର ବୈଠକ ଅନୁଷ୍ଠିତ
Share on FacebookShare on TwitterWhatsapp

୩୧ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ସଡକ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ବିଭାଗମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପୋଲିସ୍‌ ବିଭାଗ, ପରିବହନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଇଂଜିନିୟରିଂ ବିଭାଗ, ଶିକ୍ଷା ବିଭାଗ, ଟ୍ରକ୍‌-ବସ୍‌ ମାଲିକ ସଙ୍ଘ ଓ ସେ୍ୱଚ୍ଛାସେବୀ ଅନୁଷ୍ଠାନଗୁଡ଼ିକର ଉପଯୁକ୍ତ ସମନ୍ୱୟ ହିଁ ସଡ଼କ ସୁରକ୍ଷା ଦିଗରେ ନିର୍ଣ୍ଣାୟକ ଭୂମିକା ନେବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମତ ପ୍ରକାଶ କରିଛନ୍ତି । ଆଜି ଲୋକସେବା ଭବନ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଡ଼କ ସୁରକ୍ଷା ପରିଷଦର ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ, ସଡକ ସୁରକ୍ଷା ଏବେ ସମଗ୍ର ବିଶ୍ୱବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଦୁଃଖର ବିଷୟ, ଆମ ଦେଶରେ ବିଶ୍ୱର ସମସ୍ତ ଦେଶ ଅପେକ୍ଷା ସର୍ବାଧିକ ସଡକ ଦୁର୍ଘଟଣା ଜନିତ ମୃତୁ୍ୟ ଘଟୁଛି । ଆମ ଦେଶର ମୋଟରଯାନ ସଂଖ୍ୟା ବିଶ୍ୱରେ ଚଳାଚଳ କରୁଥିବା ଯାନର ଶତକଡା ୧ ଭାଗ ହୋଇଥିବା ବେଳେ ଶତକଡା ୧୧ ଭାଗ ସଡକ ଦୁର୍ଘଟଣା ମୃତୁ୍ୟ ଆମ ଦେଶରେ ଘଟିଥାଏ । ଆମ ଦେଶରେ ୨୦୨୨ ମସିହାରେ ସଡକ ଦୁର୍ଘଟଣାରେ ପ୍ରାୟ ୧ଲକ୍ଷ ୪୦ ହଜାର ଲୋକ ମୃତୁ୍ୟବରଣ କରିଛନ୍ତି । ରାସ୍ତା ଦୁର୍ଘଟଣା ସର୍ବେକ୍ଷଣରୁ ଜଣାପଡିଛି ଯେ ଆମ ଦେଶରେ ପ୍ରତିଘଣ୍ଟାରେ ହାରାହାରି ୧୬ ଜଣ ପ୍ରାଣ ହରାଇଥାନ୍ତି ।

ଗତ ଦଶନ୍ଧିରେ ଆମ ରାଜ୍ୟରେ ପ୍ରାୟ ୪୫ ହଜାର ବ୍ୟକ୍ତି ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୃତୁ୍ୟବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ୭୦% ହେଉଛନ୍ତି ଯୁବପିଢି । ମୁଖ୍ୟ ଚିନ୍ତାର ବିଷୟ ଏହିକି ଯେ ଆମ ରାଜ୍ୟରେ ପ୍ରତି ଶହେଟି ଦୁର୍ଘଟଣାରେ ୪୮ ଜଣ ମୃତୁ୍ୟବରଣ କରୁଥିବାବେଳେ ଜାତୀୟ ସ୍ତରରେ ଏହା ୩୬ ଅଟେ । ସମସ୍ତ ପ୍ରଚେଷ୍ଟା ସତ୍ତେ୍ୱ ରାଜ୍ୟରେ ସଡକ ଦୁର୍ଘଟଣାଜନିତ ମୃତୁ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି । ଭାରତ ସରକାରଙ୍କ ସଡ଼କ ପରିବହନ ମନ୍ତ୍ରଣାଳୟ ୨୦୩୦ ମସିହା ସୁଦ୍ଧା ୫୦ ପ୍ରତିଶତ ଦୁର୍ଘଟଣା ମୃତୁ୍ୟ ହ ୍ରାସ ପାଇଁ ଲକ୍ଷ୍ୟ ରଖିଛନ୍ତି । ଆମ ରାଜ୍ୟ ଏହି ଲକ୍ଷ୍ୟ ହାସଲ କରିବା ନିମନ୍ତେ ଅନେକ ପଦକ୍ଷେପ ନେଇଛି । ଆମ ରାଜ୍ୟରେ ୨୦୨୨ ମସିହାରେ ୫ ହଜାର ୪୬୭ ଜଣ ବ୍ୟକ୍ତି ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ପାଖାପାଖି ୫ ହଜାର ଜଣ ଗୁରୁତର ଆହତ ହୋଇଛନ୍ତି । ୨୦୨୩ ମସିହା ଜାନୁୟାରୀ ଓ ଜୁନ ମାସରେ ଗତବର୍ଷ ତୁଳନାରେ ଦୁର୍ଘଟଣାଜନିତ ମୃତୁ୍ୟ ସଂଖ୍ୟା ପ୍ରାୟ ୫% ବୃଦ୍ଧି ପାଇଛି ।

ଆମ ରାଜ୍ୟରେ ମୁଖ୍ୟତଃ ଯାଜପୁର, ମୟୁରଭଞ୍ଜ, ସୁନ୍ଦରଗଡ, କେନ୍ଦୁଝର, ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଅଧିକ ସଂଖ୍ୟାରେ ସଡକ ଦୁର୍ଘଟଣା ଘଟି ଲୋକମାନେ ମୃତୁ୍ୟବରଣ କରୁଛନ୍ତି । ଆମର ଜନପ୍ରିୟ ମୁଖ୍ୟମନ୍ତ୍ରୀ ସଡ଼କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବଜେଟରେ ସଡ଼କ ସୁରକ୍ଷା ନିମନ୍ତେ ‘ମୁଖ୍ୟମନ୍ତ୍ରୀ ସଡ଼କ ସୁରକ୍ଷା ଯୋଜନା’ନାମରେ ଏକ ନୂଆ ଯୋଜନା ପ୍ରଚଳନ କରାଯାଇଛି ଏବଂ ଏହି ଯୋଜନାରେ ୧୪୫ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି । ଏତଦ୍‌ବ୍ୟତୀତ ପ୍ରତି ଗ୍ରାମ ପଞ୍ଚାୟତକୁ ଯୋଗାଯୋଗ ସ୍ଥାପନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆମେ ଲକ୍ଷ୍ମୀ ଯୋଜନା ପ୍ରଚଳନ କରିବାକୁ ଯାଉଛୁ । ଆମ ରାଜ୍ୟରେ ପ୍ରାୟ ୭୦% ଦୁର୍ଘଟଣା ଦ୍ରୁତଗତି ଯୋଗୁଁ ଘଟୁଛି । ସେହିପିର ନିଶାସକ୍ତ ଗାଡିଚାଳନା, ରାସ୍ତାର ବିପରୀତ ପାଶ୍ୱର୍ରେ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣାମାନ ଘଟୁଛି । ଏହା ସବୁଠାରୁ ଚିନ୍ତାର ବିଷୟ ଯେ, ୨୦୨୨ ମସିହାରେ ସମୁଦାୟ ୫୪୬୭ ଜଣ ସଡ଼କ ଦୁର୍ଘଟଣାରେ ମୃତୁ୍ୟବରଣ କରିଥିବାବେଳେ ସେଥିମଧ୍ୟରୁ ୨୪୯୮ ଜଣ ମୋଟର ସାଇକେଲ ଚାଳକ ବା ସହଯାତ୍ରୀ ଅଟନ୍ତି । ଏହି ମୃତକଙ୍କ ମଧ୍ୟରୁ ୧୬୯୫ ଜଣ ହେଲମେଟ୍‌ ପିନ୍ଧି ନଥିବାରୁ ମୃତୁ୍ୟମୁଖରେ ପଡିଛନ୍ତି ।

ତେଣୁ ମୋଟର ସାଇକେଲ ଚାଳକ ଓ ଯାତ୍ରୀ ହେଲମେଟ ପିନ୍ଧିବା ଆଇନକୁ କଡାକଡି ଅନୁପାଳନ କରିବାର ଆବଶ୍ୟକତା ରହିଛି । ଯଦି ଆମେ ହେଲମେଟ ପିନ୍ଧିବାକୁ ଏକ ଅଭ୍ୟାସରେ ପରିଣତ କରିପାରିବା ତେବେ ବହୁ ଅମୂଲ୍ୟ ଜୀବନରକ୍ଷା ପାଇପାରିବ ବୋଲି ମନ୍ତ୍ରୀ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ପ୍ରକାଶ କରିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଯୋଗଦେଇ କହିଲେ ଯେ ବ୍ଲକ୍‌ସ୍ତରରୁ ସହରାଞ୍ଚଳ ପର୍ଯ୍ୟନ୍ତ ସଡ଼କ ନିର୍ମାଣ ସହ ସଂପୃକ୍ତ ଥିବା ଇଂଜିନିୟରମାନେ ଏକ ବିଶେଷଜ୍ଞ ଦଳଠାରୁ ଉନ୍ନତ ସଡ଼କ ନିର୍ମାଣ ପ୍ରଶିକ୍ଷଣ ନେବା ଜରୁରୀ । ରାଜଧାନୀ ଓ ରାଜଧାନୀ ମଧ୍ୟକୁ ଆସୁଥିବା ଅଟୋ ଡ୍ରାଇଭରମାନଙ୍କୁ ସଡ଼କ ସୁରକ୍ଷା ସମ୍ବନ୍ଧରେ ଜାଗରୁକ କରାଇବା ଦରକାର । ବିଶେଷଜ୍ଞମାନେ ସ୍କୁଲ ଓ କଲେଜରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ଆବଶ୍ୟକ । ରାସ୍ତା ପାଶ୍ୱର୍ସ୍ଥ ପିଏଚ୍‌ସି ଓ ସିଏଚ୍‌ସିରେ ଦୁର୍ଘଟଣାଗ୍ରସ୍ତଙ୍କୁ ଜରୁରୀ ଚିକିତ୍ସା ସମ୍ବନ୍ଧରେ ପ୍ରଶିକ୍ଷିତ କରାଇବା ଉଚିତ୍‌ । ରେଡ୍‌କ୍ରସ୍‌/ସେଣ୍ଟଜନ୍‌ ଫାଷ୍ଟ ଏଡ୍‌ ଦଳ ରାସ୍ତା ପାଶ୍ୱର୍ସ୍ଥ ଗ୍ରାମାଞ୍ଚଳରୁ ଅନୁ୍ୟନ ୧୦ ଜଣଙ୍କୁ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ ସମ୍ବନ୍ଧରେ ପ୍ରଶିକ୍ଷିତ କରିବେ ।

ସଡ଼କ ସୁରକ୍ଷା ସେ୍ୱଚ୍ଛାସେବୀମାନଙ୍କ ବାର୍ଷିକ ସମ୍ମେଳନ ଅନୁଷ୍ଠିତ ହୋଇ ସ୍ଥାନୀୟ ଲୋକମାନଙ୍କୁ ସଡ଼କ ସୁରକ୍ଷା ସମ୍ବନ୍ଧରେ ସଚେତନ କରାଗଲେ ଦୁର୍ଘଟଣା କମିବା ସଙ୍ଗେ ସଙ୍ଗେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସମୁଚିତ ସହାୟତା ମିଳିପାରିବ । ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଲେ ଯେ, ସଡକ ଦୁର୍ଘଟଣା ହ ୍ରାସକରିବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସର୍ବଦା ଚେଷ୍ଟିତ ଅଛନ୍ତି । ସଡକ ଦୁର୍ଘଟଣାପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଏକ ସେ୍ୱଚ୍ଛାସେବୀ ଗୋଷ୍ଠୀ ପ୍ରସ୍ତୁତ କରାଯାଇଛି । ଏମାନଙ୍କୁ  First Responder Training  ଦିଆଯାଇଛି । Black Spot ଗୁଡିକୁ Save Life Foundation ଦ୍ୱାରା ସର୍ଭେ କରାଯାଇ ତ୍ରୁଟି ସୁଧାରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ରୋଡ ସାଇନେଜ୍‌ ଅଡିଟ୍‌ କରାଯାଉଛି । ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ପର୍ଯ୍ୟନ୍ତ ୧୮ ଟି ଲେଭେଲ-୧ ଟ୍ରମା ସେଣ୍ଟର ଥିବା ପ୍ରାଇଭେଟ୍‌ ହସ୍ପିଟାଲରେ ମାଗଣା ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଟ୍ରାଫିକ୍‌ପୋଲିସ ଓ ରୋଡ ଇଞ୍ଜିନିୟରମାନଙ୍କ ପାଇଁ ଟ୍ରେନିଂ ପ୍ରୋଗ୍ରାମ କରାଯାଉଛି । ଇଣ୍ଟେଲିଜେଣ୍ଟ ଟ୍ରାଫିକ୍‌ ପରିଚାଳନା ବ୍ୟବସ୍ଥା ପ୍ରଚଳନ କରାଯାଇଛି । e-detection ବ୍ୟବସ୍ଥା ପ୍ରଚଳନ କରାଯାଇଛି ।

ବିଭାଗ ତରଫରୁ April   ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ Zero Fatality Week  ପାଳନ କରାଯାଉଛି । ଜୁନିୟର ରକ୍ଷକ ପ୍ରଚଳନ କରି ସମସ୍ତ NCC କ୍ୟାଡ଼େଟମାନଙ୍କୁ ଟ୍ରେନିଂ ଦେବା, ପ୍ରତି ଜିଲ୍ଲାରେ Traffic Training
Park ସ୍ଥାପନ କରିବା, ସୁବାହକ ଯୋଜନାରେ ଏ ବର୍ଷ ୫୦ହଜାର ଚାଳକଙ୍କୁ Refresh Training ଥିବା ଓ ୫୦ ହଜାର ନୂଆ ଓ Heavy Vehicle Driver ସୃଷ୍ଟିକରିବା, ଟ୍ରକ ଟର୍ମିନାଲ ସ୍ଥାପନ ଓ CCTV  ପାଇଁ ବଜେଟରେ ୨୦୦ କୋଟି ଟଙ୍କାର ବ୍ୟବସ୍ଥା ସହ Highway Patrol ବ୍ୟବସ୍ଥା ସଂପ୍ରସାରଣ ଆଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁଯାୟୀ ଗୋଟିଏ ସଡକ ଦୁର୍ଘଟଣା କମିଟି ଗଠନ କରାଯାଇଛି । ଏହି କମିଟି ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଥିବା ପଦକ୍ଷେପଗୁଡିକୁ ନିୟମିତ ଭାବେ ତଦାରଖ କରୁଛନ୍ତି । ଏହି କମିଟିର ସେକ୍ରେଟେରୀ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଆମ ରାଜ୍ୟ ଗସ୍ତ କରିଥିଲେ । ଆମ ରାଜ୍ୟ ତରଫରୁ ନିଆଯାଇଥିବା ପଦକ୍ଷେପଗୁଡିକୁ, ବିଶେଷକରି, ସୋଲାସିୟମ ଫଣ୍ଡ ସ୍କିମ୍‌ର ସେ ଉଚ୍ଚପ୍ରଶଂସା କରିଥିଲେ । ମୁଖ୍ୟ ଶାସନ ସଚିବ ଏବଂ ସଂଶ୍ଲିଷ୍ଟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ସଡକ ସୁରକ୍ଷା ବୈଠକ ମଧ୍ୟ ନିୟମିତ ଭାବେ ବସୁଛି ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିମାନ ଗ୍ରହଣ କରାଯାଉଛି ବୋଲି ଶ୍ରୀମତୀ ଉଷା ପାଢ଼ୀ ପ୍ରକାଶ କରିିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ପୋଲିସ୍‌ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ ବଂଶାଲ, ଆଇନ୍‌ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଧନେଶ୍ୱର ମଲ୍ଲିକ, ସ୍ୱରାଷ୍ଟ୍ର ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ପି.ସି. ପ୍ରଧାନ, ଦେ୍ୱðତ ନଗରୀ ପୋଲିସ୍‌ କମିଶନର ଶ୍ରୀ ସୌମେନ୍ଦ୍ର ପି୍ରୟଦର୍ଶୀ ଓ ଅନ୍ୟ ସଂପୃକ୍ତ ବିଭାଗୀୟ ଉଚ୍ଚ ପଦାଧିକାରୀମାନେ ଯୋଗଦେଇଥିଲେ । ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର ରାଜ୍ୟର ସଡ଼କ ସୁରକ୍ଷା ଓ ଦୁର୍ଘଟଣାର ବିଭିନ୍ନ ଦିଗ ସମ୍ବନ୍ଧରେ ଏକ ପାୱାରପଏଣ୍ଟ ଉପସ୍ଥାପନ କରିଥିଲେ । ୨୦୨୩ ଜାନୁଆରୀରୁ ଜୁନ୍‌ ମାସ ପର୍ଯ୍ୟନ୍ତ ରାଜ୍ୟରେ ୬,୨୭୨ଟି ସଡ଼କ ଦୁର୍ଘଟଣାରେ ୨,୯୯୧ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲାବେଳେ ୨୦୨୨ ଜାନୁଆରୀରୁ ଜୁନ୍‌ ମାସ ପର୍ଯ୍ୟନ୍ତ ୬,୦୨୯ଟି ସଡ଼କ ଦୁର୍ଘଟଣାରେ ୨,୮୪୯ ଜଣ ପ୍ରାଣ ହରାଇଥିଲେ । ୨୦୨୩ ଜାନୁଆରୀରୁ ଜୁନ୍‌ ମାସ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୯୭ଟି ସଡ଼କ ଦୁର୍ଘଟଣା ହୋଇଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରେ ୪୫୩, କଟକ ଜିଲ୍ଲାରେ ୪୦୪, କେଉଁଝର ଜିଲ୍ଲାରେ ୪୦୩, ଗଞ୍ଜାମ ଜିଲ୍ଲାରେ ୩୮୬ଟି ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାଗୁଡ଼ିକ ମୁଖ୍ୟତଃ ଯାନବାହନର ଅତ୍ୟଧିକ ବେଗ, ମଦ୍ୟପାନ କରି ଗାଡ଼ି ଚଳାଇବା, ରାସ୍ତାର ବିପରୀତ ପାଶ୍ୱର୍ରେ ଗାଡ଼ି ଚଳାଇବା, ନାଲି ଲାଇଟ୍‌ ସଂକେତକୁ ନ ମାନିବା, ଗାଡ଼ି ଚଳାଉଥିଲାବେଳେ ମୋବାଇଲ ଫୋନ୍‌ର ବ୍ୟବହାର ଯୋଗୁଁ ହୋଇଥିଲା । Standard Operating Procedure (SOP) for post-crash Assistance ଶୀର୍ଷକ ପୁସ୍ତିକା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

June 20, 2026
ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

June 20, 2026
ପୁରୀ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ

ପୁରୀ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ

June 20, 2026
ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା  

ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା  

June 20, 2026

Recent News

ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

June 20, 2026
ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

June 20, 2026
ପୁରୀ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ

ପୁରୀ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ

June 20, 2026
ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା  

ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା  

June 20, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

June 20, 2026
ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

June 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version