୩୧ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବାଲୁଗାଁ :-> ସକାଳ ୭.୩୦ ରେ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ ମୂଖ୍ୟ ଅତିଥି ରୁପରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଉପାଧ୍ୟକ୍ଷ ଶ୍ରୀ ଭଗବାନ ପ୍ରଧାନ ଏବଂ ସମସ୍ତ ପାରିଷଦ ବୃନ୍ଦ ଉପସ୍ଥିତ ଥିଲେ । ଏହାପରେ ଅଧ୍ୟକ୍ଷା ଶ୍ରୀମତୀ ପାଇକରାୟ ସମସ୍ତଙ୍କ ସହ ଯାଇ ଗାନ୍ଧୀ ଛକରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଏହା ସହିତ ବାଲୁଗାଁ ମେଡିକାଲ ଏବଂ ବୃଦ୍ଧାଶ୍ରମରେ ଫଳବଣ୍ଟନ କରିଥିଲେ । ଏହାପରେ ଦିନ ୧୧.୦୦ ଟାରେ ବାଲୁଗାଁ ଏନ୍.ଏ.ସି. ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତତ୍ ସଙ୍ଗେ ସଙ୍ଗେ ଦିବା ୨.୦୦ ଘଣ୍ଟିକା ସମୟରେ ସଭାକାର୍ଯ୍ୟ ଆରମ୍ଭ ହେଲା ।

ଉକ୍ତ ସଭା କାର୍ଯ୍ୟରେ ସ୍କୁଲ ପିଲାମାନଙ୍କୁ ନେଇ ହୋଇଥିବା ପ୍ରତିଯୋଗିତାରେ କୃତିତ୍ତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ଅଧ୍ୟକ୍ଷା ମହୋଦୟା ତାଙ୍କ ବକ୍ତବ୍ୟରେ ବାଲୁଗାଁ ଏନ୍.ଏ.ସି. କୁ ଏକ ଉନ୍ନତ ଏନ୍.ଏ.ସି. ରେ ପରି ଣତ କରିବା ପାଇଁ ସମସ୍ତଙ୍କ ସହୋଯୋଗ କାମନା କରିଥିଲେ । ଏହି ଉତ୍ସବରେ ଏନ୍.ଏ.ସି. ର ସମସ୍ତ କର୍ମଚାରୀ, ସମସ୍ତ ୱାର୍ଡ଼ର କାଉନସିଲର ଉପସ୍ଥିତ ରହି ସହୋଯୋଗ କରିଥିଲେ ।
















