୩୧ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ଏକ ଭବ୍ୟ ସମାରୋହ ଓ ଚିତାକର୍ଷକ ରାଲି କାର୍ଯ୍ୟକ୍ରମ ଜରିଆରେ ପୌର ପରିଷଦ,ହିଞ୍ଜିଳିକାଟୁ ପକ୍ଷରୁ ଗୁରୁବାର ପାଳିତ ହୋଇଛି ଅଖିଳ ଭାରତ ସ୍ୱାୟତ ଶାସନ ଦିବସ ଉତ୍ସବ।ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଯୋଗ ଦେଇ ୧୦ଟି ଉନ୍ନୟନ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ।ରାଜ୍ୟ ସରକାରଙ୍କ ପକ୍ଷରୁ ସହରାଞ୍ଚଳ ବିକାଶ ଯୋଜନାର ଅନୁଦାନ ପାଣ୍ଠି ବିନିଯୋଗ ହୋଇ ନିର୍ମିତ ହୋଇଥିବା ପ୍ରକଳ୍ପର ସଫଳ ରୂପାୟନ ଦିଗରେ ହିଞ୍ଜିଳିକାଟୁ ପୌର ପରିଷଦ ବହୁ ଉଲ୍ଲେଖନୀୟ କାର୍ଯ୍ୟ ଓ ପ୍ରଶଂସନୀୟ ଉଦ୍ୟମ ଜାରି ରଖିଛି।ରାଜ୍ୟ ଓ ଜାତୀୟ ସ୍ତରରେ ପୁରସ୍କୃତ ହେବା ସହ ଶୀର୍ଷ ସ୍ଥାନ ବଜାୟ ରଖିବା ଉଦ୍ଦେଶ୍ୟରେ ପୌର ପରିଷଦକୁ ସହଯୋଗ ଓ ସହଭାଗୀତା ଜାରି ରଖିବା ସକାଶେ ସହରବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ସ୍ୱାୟତ ଶାସନ ଦିବସ ଅବସରରେ ଏହାର ଉପଲବ୍ଧି ସମ୍ପର୍କରେ ନିଜ ଅଭିଭାଷଣ ପ୍ରଦାନ କରିଥିଲେ।ପୂର୍ବାହ୍ନରେ ପୌର ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ସଂଯୋଜନାରେ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପୋୖରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରି ସାମୁହିକ ଭାବେ ଜାତୀୟ ସଙ୍ଗୀତ ଗାନ ହୋଇଥିଲା ।

ସ୍ୱାୟତ ଶାସନ ଦିବସ ପାଳନର ଆଭିମୁଖ୍ୟ ଓ ପୋୖରାଞ୍ଚଳରେ ସମ୍ପାଦିତ ହୋଇଥିବା ବହୁ ଉନ୍ନୟନ ପ୍ରକଳ୍ପ ସମ୍ବନ୍ଧରେ ପୋୖରାଧ୍ୟକ୍ଷ ବକ୍ତବ୍ୟ ରଖିଥିଲେ । ପରେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରୁ ଉତ୍ସବ ସ୍ଥଳ ପର୍ଯ୍ୟନ୍ତ ଏକ ସୁଶୋଭିତ ରାଳିର ଆୟୋଜନ ହୋଇଥିଲା । ତହସିଲଦାର ସୁନୀଲ କୁମାର ପ୍ରଧାନ, ବିଜେଡ଼ି ନେତୃମଣ୍ଡଳୀ, ଶିକ୍ଷକ ଶିକ୍ଷୟିତ୍ରୀ,ଶିକ୍ଷାର୍ଥୀ ଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଓ ସବୁ ବର୍ଗର ବ୍ୟକ୍ତି ବିଶେଷ ଅଂଶ ଗ୍ରହଣ କରି ସ୍ୱଚ୍ଛତା ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ମୋ ସହର,ସୁନ୍ଦର ସହର ରୂପେ ଗଢି ତୋଳିବା ପାଇଁ ପରିମଳ, କଠିନ ଓ ବର୍ଜ୍ୟବସ୍ତୁ,ଏକକ ବ୍ୟବହାର ପ୍ଲାଷ୍ଟିକ, ଗ୍ରେ ୱାଟର ଉପରେ ବିଦ୍ୟାଳୟର ଶିକ୍ଷାର୍ଥୀ ମାନେ ପ୍ଲାକାର୍ଡ ଧରି ସଚେତନତା ସୃଷ୍ଟି କରିଥିଲେ । ସ୍ଥାନୀୟ ମିନି ଷ୍ଟାଡିୟମ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ୪୩ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ, ସଫେଇ ଭଉଣୀ, ଭାଇଙ୍କୁ ପୋଷାକ ବଣ୍ଟନ ସହ ସ୍ବଚ୍ଛ ସାଥି ଓ ସୁପରଭାଇଜର ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୋୖରାଞ୍ଚଳର ୭ ଜଣକୁ ପୁରସ୍କୃତ ଓ ୫ଜଣ ଦିବ୍ୟଙ୍ଗଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରା ଯାଇଥିଲା । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ୨୨ ଜଣ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଘରର ୫ ମିଟର ଦୂରତା ପର୍ଯ୍ୟନ୍ତ ସ୍ବଚ୍ଛତା ନିୟମ ଅନୁପାଳନ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ପୁରସ୍କୃତ କରାଯିବା ସହ ଘରେ ଜୈବିକ ଖତ ପ୍ରସ୍ତୁତ କରୁଥିବା ଜୈନିକା ଗୃହିଣୀଙ୍କୁ ପୌର ପରିଷଦ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ସାନ୍ଧ୍ୟକାଳୀନ କାର୍ଯ୍ୟକ୍ରମ ବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତିଭାସନ,ଆସିକା ଚିନି ଶିଳ୍ପ ପରିଚାଳନା ନିର୍ଦ୍ଦେଶକ ପ୍ରିୟ ରଞ୍ଜନ ପୃଷ୍ଟି,ବିଡ଼ିଓ ସୁବ୍ରତ କୁମାର ଜେନା,ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ପାରିଷଦ, ପୌର କର୍ମଚାରୀ ଓ ସହରର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।















