No Result
View All Result
୩୦ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ସଂସ୍କୃତ ଦିବସ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତ ଶିକ୍ଷୟତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଦାସ ଙ୍କ ତତ୍ବାବଧାନ ଏବଂ ପ୍ରଧାନ ଶିକ୍ଷକ ପୁର୍ଣ୍ଣ ଚନ୍ଦ୍ର ପ୍ରଧାନ ଙ୍କ ପୌରହିତ୍ୟ ରେ ଏହି ସଂସ୍କୃତ ଦିବସ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଥିଲା ଏହି ଉତ୍ସବରେ ମଞ୍ଚାସିନ ଅତିଥି ମାନେ ମୁଖ୍ୟତଃ ସଂସ୍କୃତ ଭାଷାର ମହତ୍ବ , ଗୁରୁତ୍ୱ ଓ ଆବଶ୍ୟକତା ବିଷୟରେ ନିଜ ନିଜର ମତ ଉପସ୍ଥାପନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାରଳାଖେମୁଣ୍ଡି ସ୍ଥିତ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ତ୍ରିପାଠୀ ଏବଂ ମଖ୍୍ୟବକ୍ତା ଭାବେ ଏସ:କେ:ସି:ଜିମହାବିଦ୍ୟାଳୟର ସଂସ୍କୃତ ବିଭାଗ ପ୍ରମୁଖ ଡ଼ଃ ବିଘ୍ନେଶ୍ବର ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ପଣ୍ଡିତ କୁମୁଦ ରଂଜନ ଦାଶ ଏବଂ ବିଶିଷ୍ଟ ଅତିଥି ଭାବେ ଖାଣ୍ଡବା ସ୍ଥିତ ବଂଶଧାରା ଉଚ୍ଚ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ପଣ୍ଡିତ ଶୁଭାଶିଷ ପତି ପ୍ରମୁଖ ଯୋଗ ଦେଇ ସଂସ୍କୃତ ଭାଷାର ବୈଜ୍ଞାନିକ ସିଦ୍ଧାନ୍ତ ଓ ତତ୍ବ ବିଷୟ ରେ ଆଲୋଚନା କରିଥିଲେ ।
ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସଂସ୍କୃତ ଭାଷଣ , ସଂଗୀତ ଓ ଶ୍ଳୋକ ପାଠ ଉପସ୍ଥିତ ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲା । ପରିଶେଷରେ ସଂସ୍କୃତ ଶିକ୍ଷୟତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଦାସ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଏବଂ ମିଷ୍ଟାନ୍ନ ବଣ୍ଟନ କରା ଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗକରିଥିଲେ

No Result
View All Result