ବିଜେଡିରେ ଥିବା ବିଶୃଙ୍ଖଳିତ ନେତା ଶ୍ରୀ ହରି ନାୟକ ଙ୍କ କୁଟ ଚକ୍ରାନ୍ତ ରେ ପେଶି ହେଉଛନ୍ତି ବିଧାୟକ ରମେଶ ବେହେରା ।

୨୯ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଦଶପଲ୍ଲା :-> ନୟାଗଡ ଜ଼ିଲ୍ଲା ନୁଆଗାଁ ବ୍ଲକ ଅନ୍ତର୍ଗତ ମହୀପୁର ପଞ୍ଚାୟତରେ କୁଜି ନେତାଙ୍କର ଉନ୍ମୁକ୍ତ କାଣ୍ଡ । ୫୭ ନମ୍ବର ଜାତୀୟ ରାଜପଥ ଉପରେ ଶ୍ରୀହରି କେତୋଟି ହାତ ଗଣତି ବିଜେପି କଂଗ୍ରେସ ନେତାଙ୍କୁ ଧରି ବିଜେପିର ଭାଇସ ଚେୟାରମ୍ୟାନ୍, କଂଗ୍ରେସ ଜିଲ୍ଲା ସଭାପତି, ବିଜେପି ଯୁବ ମୋର୍ଚ୍ଚା ସଭାପତି ଗଣଧାରଣା ଦେବା ସହିତ ଜାତୀୟ ରାଜପଥ ଅବରୋଧ କରି ବିଧାୟକ ଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ସୂଚନାନୁସାରେ ସରକାର ଏବଂ NGT ତଥା ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଦର୍ଶ ବିଦ୍ୟାଳୟ କରିବା ପାଇଁ ନୂଆଗାଁ ବ୍ଲକ୍ ରେ ଆଦର୍ଶ ବିଦ୍ୟାଳୟ ର ନିର୍ମାଣକାର୍ଯ୍ୟ ଟି ସୂଚାରୁ ରୂପେ ହେଉଥିବା ବେଳେ କିଛି ବିରୋଧୀ ନେତା ଙ୍କ ଜିଦ୍ ପାଇଁ ଗ୍ରାମ ପଞ୍ଚାୟତ ରେ ଆଦର୍ଶ ବିଦ୍ୟାଳୟ କରେଇବାର ଅଭିଯୋଗ ସାମ୍ନା କୁ ଆସିଥିଲେ ହେଁ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଆଦର୍ଶ ବିଦ୍ୟାଳୟ ବ୍ଲକ୍ ତଥା ହେଡ୍ କ୍ୱାଟର ରେ ହେବା ଦ୍ଵାରା ତାହା ସମସ୍ତଙ୍କ ଉପକାରି ସାଧ୍ୟ ହୋଇପାରିବ ।

ତେବେ ବିଦ୍ୟାଳୟ ଟି ବ୍ଲକ୍ ରେ ନକରି ପଞ୍ଚାୟତରେ କରିବାର ଅଭିଯୋଗ ଭଳି ବୃଥା ପ୍ରାସଙ୍ଗିକତା କୁ ନେଇ ବିଧାୟକ ଙ୍କ ଉପରେ କ୍ଷୁବ୍ଧ ପ୍ରକାଶ କରିବା ହିଁ ଏକ ହୀନ ମାନସିକତା ବୋଲି ବ୍ଲକ୍ ବାସୀ ପ୍ରକାଶ କରିଛନ୍ତି । କୁଟ ରାଜନୀତି ର ଚରମ ସୀମା ଟପି ଯାଇଥିବା ଶ୍ରୀହରି ନାୟକ କେତୋଟି ବିଶୃଙ୍ଖଳିତ ନେତା ଙ୍କୁ ଧରି ଜନସାଧାରଣ ଙ୍କ ମନରେ ମିଥ୍ୟା ପ୍ରଲୋଭନ ସୃଷ୍ଟି କରାଇବାର ଏହି ଚକ୍ରାନ୍ତ ବୋଲି ସ୍ପଷ୍ଟ ବାରି ହେଉଛି । ବିଜେଡିରେ ଥିବା ବିଶୃଙ୍ଖଳିତ ନେତା ଶ୍ରୀ ହରି ନାୟକ ଙ୍କ କୁଟ ଚକ୍ରାନ୍ତ ରେ ପେଶି ହେଉଛନ୍ତି ବିଧାୟକ ରମେଶ ବେହେରା ।

ଶ୍ରୀହରି ଏହି ପ୍ରାୟୋଜିତ ଉନ୍ମୁକ୍ତ କାଣ୍ଡ ରୁ ପାରି ହେବା ପାଇଁ ସଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି),ବିଧାୟକ ଅରୁଣ ସାହୁ ଓ ପର୍ଯ୍ୟବେକ୍ଷକ ବିଧାୟକ ପଦ୍ମନାଭ ବେହେରା ଙ୍କ ନାମ ଧରି ଚାଲିଛନ୍ତି । ଯତଦ୍ଵାରା ଏଭଳି ବରିଷ୍ଠ ସଙ୍ଗଠକ ତଥା ହେଭିୱେଟେଜ୍ ନେତା ମାନେ ଶ୍ରୀହରି ଙ୍କୁ ଏହି ପ୍ରସଙ୍ଗ ବିଷୟ ରେ କୌଣସି ବାର୍ତା ଦେଇ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ବିଶେଷ ସୂତ୍ରରୁ ଜଣାପଡିଛି ଯେ, ବିଧାୟକ ରମେଶ ବେହେରାଙ୍କ ଦଳୀୟ ସଙ୍ଗଠନ ଓ ଲୋକପ୍ରିୟତାକୁ ଦେଖି ଶ୍ରୀହରି ସହ୍ୟ କରିପାରୁନଥିବା ବେଳେ ଏଭଳି ଏକ କାଣ୍ଡ ଘଟାଇ ବିଜେଡି ଦଳର ମାନ ମହତକୁ ତଳେ ପକେଇବାରେ ଲାଗିଛନ୍ତି ବୋଲି କିଛି ବୁଦ୍ଧିଜୀବି ପ୍ରକାଶ କରିଛନ୍ତି ।














