୨୮ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :-> ମାହାଙ୍ଗା ଥାନା ଚାହାପଡା ଗୋବିନ୍ଦ ପୁର ଗ୍ରାମରେ ଘଟିଯାଇଛି ଏକ ଅଘଟଣ, ଜଣେ ମାନସିକ ରୋଗୀ ନିଜେ ନିଜେ ନିଜ ବେକକୁ ପନିକିରେ କାଟିଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକ କହିଛନ୍ତି ,ସୂଚନା ଅନୁଯାୟୀ ଗୋବିନ୍ଦପୁର ଗ୍ରାମର ତ୍ରିଲୋଚନ ବେହୁରାଙ୍କ୩୬ବର୍ଷୀୟ ପୁତ୍ର ପ୍ରଦୀପ୍ତ ଜଣେ ମାନସିକ ରୋଗୀ,
ଆଜି ପୂର୍ବାହ୍ନରେ ହଠାତ ଘରୁ ପନିକି ଧରି ବାହାରୁ ଦୌଡିପଳେଇ ଗାଁ ଦାଣ୍ଡରେ ନିଜ ବେକକୁ କଟିଦେଇଥିଲା, ଲୋକ ମାନେ ତାକୁ ଆୟତ୍ତ କରିପାରିନଥିଲେ, ଘଟଣାସ୍ଥଳରେ ପଡି ଯାଇ ମୃତ୍ୟ ବରଣ କରିଥିବା ଜଣାଯାଇଛି,
ପ୍ରବଳ ରକ୍ତସ୍ରାବ ହେବା ଯୋଗୁ ଘଟଣା ସ୍ଥଳରେ ପ୍ରାଣବାୟୁ ଉଡିଯାଇଥିଲା, ମେଡିକାଲ ନେବାଯାଏ ବି ପରିବାର ଲୋକ ସମୟ ପାଇନଥିଲେ, I I C ଘଟଣା ସ୍ଥଳରେ ମଧ୍ୟ ପହଞ୍ଚିଥିଲେ. ପୋଲିସ୍ ଅଧିକାରୀ ପହଞ୍ଚି ମୃତ ଯୁବକର ତଦନ୍ତ କରି ଥିଲେ.

© 2023 Odisha Taza News.