• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଇଆଇଟି ମାଡ୍ରାସର ରଫ୍ତାର ଟିମ୍ ସହ ସହଭାଗିତା କଲା ସିଏସ୍ଏମ୍ ଟେକ୍

Proprietor Abhimanyu Maharana by Proprietor Abhimanyu Maharana
August 27, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
CSM Tech partners IIT Madras’ Team Raftar
Share on FacebookShare on TwitterWhatsapp

୨୦୨୫ ସୁଦ୍ଧା ବିଶ୍ବର ଦ୍ରୁତତମ ମେଡ୍ ଇନ୍ ଇଣ୍ଡିଆ ସ୍ବୟଂଚାଳିତ ଇଭି ରେସ୍କାର୍ ନିର୍ମାଣ କରିବାକୁ ଲକ୍ଷ୍ୟ

୨୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ବର/ଚେନ୍ନାଇ :-> ଆଫ୍ରିକା, ଦୁବାଇ, ଯୁକ୍ତରାଷ୍ଟ୍ର ୟୁଏସ୍ ଓ କାନାଡ଼ାରେ ସକ୍ରିୟ ବ୍ୟବସାୟ କରୁଥିବା ଭାରତୀୟ ଆଇଟି କମ୍ପାନି ସିଏସ୍ଏମ୍ ଟେକ୍ନୋଲୋଜିଜ୍ ୨୦୨୫ ସୁଦ୍ଧା ବିଶ୍ବର ଦ୍ରୁତତମ ସ୍ବୟଂଚାଳିତ ଇଲେକ୍ଟ୍ରିକ୍ ରେସ୍ କାର ନିର୍ମାଣ ଲାଗି ଆଇଆଇଟି ମାଡ୍ରାସ୍ ସହ ସହବନ୍ଧିତ ହୋଇଛି । ଆଇଆଇଟି ମାଡ୍ରାସର ଛାତ୍ରଛାତ୍ରୀଙ୍କ ଦ୍ବାରା ପରିଚାଳିତ ମୋଟରସ୍ପୋର୍ଟସ ଟିମ୍, ରଫ୍ତାର ସହ ସହଯୋଗିତା କରିଛି ସିଏସ୍ଏମ୍ ଟେକ୍ । ଅଟୋମୋଟିଭ ଇଞ୍ଜିନିୟରିଂ ଓ ମୋଟରସ୍ପୋର୍ଟସ ପ୍ରତି ରୁଚି ରଖିଥିବା ଆଇଆଇଟି ମାଡ୍ରାସର ବିଭିନ୍ନ ବିଭାଗର ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଦ୍ବାରା ଗଠିତ ଟିମ୍ ହୋଇଛି ରଫ୍ତାର । ପ୍ରତିବର୍ଷ ଏହି ଟିମ୍ ଏକ ଦ୍ରୁତତମ ଫର୍ମୁଲା ଷ୍ଟୁଡେଣ୍ଟ ରେସ୍କାର ନିର୍ମାଣର ଚ୍ୟାଲେଞ୍ଜ ଗ୍ରହଣ କରିଥାଏ । ଏହା ଦେଶର ସବୁଠାରୁ ସକ୍ଷମ ଓ ସୁଦୃଢ଼ ଇଞ୍ଜିନିୟର ଟିମ୍ ହେବା ଦିଗରେ କାମ କରୁଛି ।

ଯାନ (ଇଭି) ଡିଜାଇନ, ବିକାଶ ଓ ଗ୍ରହଣ କରିବାରେ ଶିଳ୍ପ ଭାଗିଦାରିତା ଏକ ପ୍ରମୁଖ ଭୂମିକା ତୁଲାଇଥାଏ । ସିଏସଏମ୍ ଭଳି ଟେକ୍ନୋଲୋଜି କମ୍ପାନି ଓ ଆଇଆଇଟି ମାଡ୍ରାସ ଭଳି ଏକ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ସହଭାଗିତା ମିଳିତ ବିଶେଷଜ୍ଞତା ଓ ସମ୍ବଳ, କଷ୍ଟ ସେୟାରିଂ ଓ ରିସ୍କ ପରିଚାଳନା, ତ୍ବରିତ୍ ଗବେଷଣା ଓ ବିକାଶ, ଷ୍ଟାଣ୍ଡାର୍ଡାଇଜେସନ ଓ ଇଣ୍ଟରପେରାବିଲିଟି, ପଲିସି ଆଡଭୋକେସି, ଇକୋସିଷ୍ଟମ ଡେଭଲପମେଣ୍ଟ ଓ ନଲେଜ ଏକ୍ସଚେଞ୍ଜ ଦିଗରେ ବେଶ ସହାୟକ ହେବ । ସିଏସଏମ୍ ହେଉଛି ମେକ୍ ଇନ୍ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତର ଏକ ବଡ଼ ସମର୍ଥକ, କାରଣ ଏସବୁ ସରକାରୀ ପଦକ୍ଷେପ ଦ୍ବାରା ଅଭିବୃଦ୍ଧି ଚକ୍ର, ସୃଜନଶୀଳତା ଓ ଆତ୍ମନିର୍ଭରଶୀଳତା ସୃଷ୍ଟି ଓ ବିକାଶ ଲାଗି ଲକ୍ଷ୍ୟ ରଖାଯାଇଛି ।

ଏହି ମୂଳମନ୍ତ୍ରକୁ ଆଧାର କରି ସ୍ବଦେଶୀ ଜ୍ଞାନକୌଶଳ ତଥା କ୍ଷମତାରେ ଏକ ଅତ୍ୟାଧୁନିକ ତଥା ଦ୍ରୁତତମ ରେସ୍ କାର୍ ବିକାଶ କରିବାର ମହତ୍ବାକାଙ୍କ୍ଷୀ ସ୍ବପ୍ନକୁ ଇନ୍ଧନ ଯୋଗାଇବା ଉଦ୍ଦେଶ୍ୟରେ ଆଇଆଇଟି ମାଡ୍ରାସ ସହ ଏମ୍ଓୟୁ ସ୍ବାକ୍ଷର କରିଛି ସିଏସଏମ୍ ଟେକ୍ନୋଲୋଜିଜ୍ । ସିଏସ୍ଏମ୍ ଟେକ୍ ପ୍ରତିଷ୍ଠାତା ତଥା ସିଇଓ ପ୍ରିୟଦର୍ଶୀ ନାନୁ ପାଣି, କମ୍ପାନିର ମୁଖ୍ୟ ମାନବ ସମ୍ବଳ ଅଧିକାରୀ (ସିଏଚ୍ଆର୍ଓ) ଏବଂ ଆଇଆଇଟି ମାଡ୍ରାସର ଡିନ୍ ଅଫ୍ ଇଣ୍ଡଷ୍ଟ୍ରି କଣ୍ଟ୍ରିବ୍ୟୁସନ ଆଣ୍ଡ ସ୍ପନସରଡ୍ ରିସର୍ଚ୍ଚ ପ୍ରଫେସର ମନୁ ସାନ୍ଥନମ୍ଙ୍କ ମଧ୍ୟରେ ଏହି ଏମଓୟୁ ସ୍ବାକ୍ଷର ହୋଇଥିଲା । ଏମଓୟୁ ସ୍ବାକ୍ଷର ଅବସରରେ କେମିକାଲ ଇଞ୍ଜିନିୟରିଂ ବିଭାଗର ଆସୋସିଏଟ୍ ପ୍ରଫେସର ପ୍ରଫେସର ଅରବିନ୍ଦ କୁମାର ଚାନ୍ଦିରନ୍ ଏବଂ ରଫ୍ତାର ଟିମ୍ର ଅନେକ ସଦସ୍ୟ ଉପସ୍ଥିତ ଥିଲେ । ଏ ଅବସରରେ ସୂଚନା ଦେଇ, ସିଏସ୍ଏମ୍ ଟେକ୍ ପ୍ରତିଷ୍ଠାତା ତଥା ସିଇଓ ଶ୍ରୀ ପ୍ରିୟଦର୍ଶୀ ନାନୁ ପାଣି କହିଛନ୍ତି, ‘‘ଏହା ହେଉଛି ଭବିଷ୍ୟତ ।

ମୁଁ ଏହାକୁ ସମର୍ଥନ କରୁଛି । ଆଇଆଇଟି-ମାଡ୍ରାସର ଛାତ୍ରଛାତ୍ରୀ ଓ ଫାକଲ୍ଟିମାନେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଇଲେକ୍ଟ୍ରୋନିକ୍ସ, ଆନୁଷଙ୍ଗିକ ଟେକ୍ନୋଲୋଜି ଓ କ୍ରସ୍-ଡୋମେନ୍ ବିଶେଷଜ୍ଞତା ଦ୍ବାରା ଯାହା ହାସଲ କରିବେ, ତାହା ଚିତାକର୍ଷକ ହେବ ।’’ କଳ୍ପନା କରାଯାଇଥିବା ଲକ୍ଷ୍ୟ ହାସଲ ଦିଗରେ ଦୃଢ଼ମନା ରହିବାକୁ ଟିମ୍ ରଫ୍ତାର ସଦସ୍ୟମାନଙ୍କୁ ଶ୍ରୀ ପାଣି ପରାମର୍ଶ ଦେଇଥିଲେ । ସେ ପୁନଶ୍ଚ କହିଛନ୍ତି, ‘‘ରଫ୍ତାରର ପ୍ରୟାସ ଯାତ୍ରୀବାହୀ ଯାନ ସହ ଭାରି ଯାନ, ଟେଲିମେଟ୍ରି, ଭେଇକିଲ ଟ୍ରାକିଂ ଓ ଆହୁରି ଅନେକ କ୍ଷେତ୍ରରେ ଗେମ୍ ଚେଞ୍ଜର ହେବାର କ୍ଷମତା ରଖିଛି । ଏହି ଟିମ୍ର କ୍ଷମତାକୁ ମାନିବାକୁ ପଡ଼ିବ ଏବଂ ଦେଶକୁ ଆଗକୁ ତଥା ଉପରକୁ ନେବାରେ ସେମାନେ କାମ ଜାରି ରଖିବାକୁ ମୁଁ ଅନୁରୋଧ କରୁଛି । ଅଟୋମୋବାଇଲ ଶିଳ୍ପର ପରବର୍ତ୍ତୀ ବୃହତ ସୃଜନଶୀଳତା ଭାରତରୁ ହିଁ ଆରମ୍ଭ ହେବା ଆବଶ୍ୟକ ।’’ ଶ୍ରୀ ପାଣିଙ୍କ ଚିନ୍ତାଧାରା ସହ ସହମତ ହୋଇ ପ୍ରଫେସର ସନ୍ଥନମ୍ ଆଇଆଇଟିରେ ଇଞ୍ଜିନିୟରିଂ ଇକୋସିଷ୍ଟମ ମୁଖ୍ୟତଃ ଟିମ୍ ରଫ୍ତାରକୁ ସମର୍ଥ ତଥା ସଶକ୍ତ କରିବାରେ ଶିଳ୍ପ ଅଂଶୀଦାରଙ୍କ ଭୂମିକା ଉପରେ ଗୁରୁତ୍ବାରୋପ କରିଥିଲେ । ଏଭଳି ଏକ ଜଟିଳ ପ୍ରକଳ୍ପକୁ ଆଗେଇ ନେବା, ଏକ ଉତ୍କର୍ଷତାର ସହ କାର୍ଯ୍ୟକାରୀ ଏବଂ ସମ୍ମୁଖୀନ ହେଉଥିବା ସମସ୍ୟା ପାଇଁ ଅଧାରୁ ପ୍ରକଳ୍ପ ନ ଛାଡ଼ିବା ଲାଗି ଛାତ୍ରଛାତ୍ରୀଙ୍କ ଉତ୍ସାହ ତଥା ନିଷ୍ଠାପରତାକୁ ସେ ପ୍ରଶଂସା କରିଥିଲେ ।

୨୦୦୮ର ଏକ ଛାତ୍ର କ୍ଲବରୁ ଆରମ୍ଭ ହୋଇ ୨୦୧୨ରେ ଏକ ବ୍ଲେଜିଂ ଫାଷ୍ଟ କମ୍ବସନ୍-ଡ୍ରିଭେନ୍ ସ୍ପୋର୍ଟସକାର ନିର୍ମାଣ ଲାଗି ଆରମ୍ଭ ହୋଇଥିବା ଏହି ଟିମ୍ ତିନିଥର ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକ ଲାଗି ଆୟୋଜନ ହେଉଥିବା ଦେଶର ସର୍ବବୃହତ ମୋଟରସ୍ପୋର୍ଟ ‘ଫର୍ମୁଲା ଭାରତ’ ତିନିଥର ଜିତିଛି, ଯାହାକି ଅନ୍ୟ କୌଣସି ଅନୁଷ୍ଠାନ ତୁଳନାରେ ସର୍ବାଧିକ । ଏମିତିକି ଏହା ଫର୍ମୁଲା ଜର୍ମାନୀ ଭଳି ବିଦେଶରେ ଆୟୋଜିତ ଉତ୍ସବରେ ମଧ୍ୟ ବେଶ ଚମକଦାର ପାଲଟିଛି ଏବଂ ବିଶ୍ବବିଦ୍ୟାଳୟ ସ୍ତରୀୟ କମ୍ବସନ୍ ଓ ଇଭି ବର୍ଗରେ ନିଜକୁ ଏକ ଅପରାଜେୟ ବଳ ଭାବେ ପ୍ରମାଣିତ କରିଛି । ସିଏସ୍ଏମ୍ ଟେକ୍ନୋଲୋଜିଜ୍ ନିଜର ଅଣ-ଲାଭକରୀ ସଂସ୍ଥା ସିଏସ୍ଏମ୍ ଫାଉଣ୍ଡେସନ ଅଧୀନରେ ଆଇଆଇଟି ମାଡ୍ରାସକୁ ସମର୍ଥନ କରିବା ଆରମ୍ଭ କରିଛି । ଗତବର୍ଷ ଏହା ଆଇଆଇଟି ଦିଲ୍ଲୀରେ ସ୍ନାତ୍ତକ କାର୍ଯ୍ୟକ୍ରମ ପାଇଁ ଏକ ବୃତ୍ତିର ଆରମ୍ଭ କରିଛି, ଯାହାକି ଏକ ଦଶନ୍ଧି ଧରି ଚାଲୁ ରଖିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛି । ନିଜ ଶୀର୍ଷ ନେତୃବୃନ୍ଦଙ୍କ ଲକ୍ଷ୍ୟ ଆଧାରରେ ସିଏସ୍ଏମ୍ ଟେକ୍ନୋଲୋଜିଜ୍ ଶିକ୍ଷା କ୍ଷେତ୍ରରେ ଜାତୀୟ ସ୍ତରରେ ଉତ୍କର୍ଷତା ହାସଲ କରିଥିବା ଅନୁଷ୍ଠାନକୁ ସମର୍ଥନ ଜାରି ରଖିବ ଏବଂ ଉଚ୍ଚଶିକ୍ଷାରେ ସୁଧାର ଆଣିବା ଦିଗରେ କାମ କରିଚାଲିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

June 19, 2026
ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

June 19, 2026
ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା

ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା

June 19, 2026
ସୋଲାର ପ୍ୟାନେଲ ସ୍ଥାପନା କ୍ଷେତ୍ରରେ ଅଗ୍ରଣୀ ବାଲେଶ୍ଵର ଜିଲ୍ଲାରେ ସ୍ଥାପନ ହୋଇଛି ୧୦ହଜାରରୁ ଅଧିକ ରୁଫଟପ୍ ସୋଲାର୍

Baleshwar Leads Odisha’s Energy Transition with Over 10,000 Rooftop Solar Installations

June 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

June 19, 2026
ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

June 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version