No Result
View All Result
୨୪ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଅଡବା ପୋଲିସ ଭାଲିପଙ୍କ ଗ୍ରାମ ରାସ୍ତାରେ ପେଟ୍ରୋଲିଙ୍ଗ କଲାବେଳେ ଏକ ମାକ୍ସ ପିକ୍ ଅପ୍ ଗାଡ଼ି ନମ୍ବର (OR05ଏକଆ 6277)ରେ ଚାଲାଣ ହେଉଥିବା ଗଞ୍ଜେଇ ଜବତ କରିଛନ୍ତି l ଏହାସହ ଗଞ୍ଜେଇ ଗାଡି କୁ ସୁରକ୍ଷା ଦେଉଥିବା ଦୁଇଟି ବାଇକ ମଧ୍ୟ ଜବତ କରାଯାଇଛି l ପୋଲିସ କୁ ଦେଖି ଚାଲାଣ କାରି ମାନେ ଜଙ୍ଗଲ ମଧ୍ୟକୁ ଚମ୍ପଟ ମାରିଥିଲେ l ପୋଲିସ ଉକ୍ତ ଗାଡ଼ିରୁ ୮୧୬ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରିଛି l ଜବତ ଗଞ୍ଜେଇ ର ମୂଲ୍ୟ ୪୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି l

କେସ ନମ୍ବର ୧୨୬/୨୩ ରେ ମାମଲା ରୁଜୁ କରି ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।
ମୋହନା ଅଞ୍ଚଳ ଗଞ୍ଜେଇ ଚାଷର ଭୂସ୍ବର୍ଗ ପାଲଟିଥିବା ଜବତ ହେଉଥିବା ଗଞ୍ଜେଇ ରୁ ଅନୁମାନ ହେଉଛି। ସ୍ଥାନୀୟ ପୋଲିସ ଦିବାରାତ୍ର ପେଟ୍ରୋଲିଙ୍ଗ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ କରି ଥାନା ପରିସର ମଧ୍ୟରେ ସହ ସହ ଗାଡ଼ି ଜବତ କରି ଆସାମୀ ଙ୍କୁ କୋର୍ଟ ଚାଲାଣ କରି ସୁନାମ ଅର୍ଜନ କରିଥିବା ବେଳେ ଗଜପତି ଏସ.ପି.ସ୍ଵାତୀ ଏସ କୁମାର ଙ୍କ କଡ଼ା ନିର୍ଦ୍ଦେଶ ଥିବା ପ୍ରକାଶ।


No Result
View All Result