No Result
View All Result
ହାଡୁ ଓ ସୁରବକାଙ୍କ ମଧ୍ୟରେ ସବୁବେଳେ କଳିଝଗଡା ଲାଗି ରହୁଥିଲା ଭୋଲି ଗ୍ରାମବାସୀ କହୁଛନ୍ତି ।

୨୩ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ପାରିବାରିକ କଳହର କରୁଣ ପରିଣତି। ଜଣେ ମହିଳାଙ୍କୁ ତାର ସ୍ୱାମୀ ଶାବଳରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ରାଣୀଖମା ନାୟକ ସାହିରେ। ଗତକାଲି ସନ୍ଧ୍ୟାରେ ହାଡୁ ଓ ସୁରବକା ଉଭୟ କାମରୁ ଫେରିଥିଲେ। ପରେ ଘରେ ଟଙ୍କା ଖର୍ଚ୍ଚକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।
ଏହି ବଚସା ଉଗ୍ର ରୂପ ନେଇଥିଲା। ହାଡୁ ଉତ୍କ୍ଷିପ୍ତ ହୋଇ ଏକ ଶାବଳ ଆଣି ସୁରବକାଙ୍କୁ ପିଟି ହତ୍ୟା କରିଥିଲେ। ସ୍ୱାମୀସ୍ତ୍ରୀ ପାଟି ତୁଣ୍ଡ ଶୁଣି ପଡ଼ୋଶୀ ଘଟଣାସ୍ଥଳରେ ପହଞ୍ଚିଥିଲେ।ସୁରବକା ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଏନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ହତ୍ୟାକାଣ୍ଡ ବ୍ୟବହୃତ ଶାବଳକୁ ଜବତ କରି ଘଟଣାର ତଦନ୍ତ କରୁଛି। ହାଡୁ ଓ ସୁରବକାଙ୍କ ମଧ୍ୟରେ ସବୁବେଳେ କଳିଝଗଡ଼ା ଲାଗି ରହୁଥିଲା ବୋଲି ଗ୍ରାମବାସୀ କହିଛନ୍ତି।

No Result
View All Result