ଆତ୍ମହତ୍ୟା ର କାରଣ ଜାଣି ଶିକ୍ଷକଙ୍କ ଠାରୁ ୭୦ ହଜାର ଟଙ୍କା ଦାବି କରି ଘଟଣାକୁ ରଫାଦଫା କରିବା ପାଇଁ ଚାପ ପକାଇଥିଲେ, ଯୋଉଥିପାଇଁ ତାଙ୍କୁ ମଧ୍ୟ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି,
ରସିକିଆ ମାଷ୍ଟର ଙ୍କୁ ସୁରକ୍ଷା ଦେବାକୁ କହି ଅଡିଓ ହାତେଇଥିବା ସ୍ୱାର୍ଥ ବାଦୀ ବ୍ୟକ୍ତି ଓ ବୋଲକରା ମିଡିଆ ସ୍ୱାର୍ଥ ହାସଲ ପରେ ଶିକ୍ଷକଙ୍କୁ ଅନ୍ଧାରି କୋଠରୀକୁ ପଠାଇଦେଇଛି,

୨୨ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ ଜିଲ୍ଲା ମାହାଙ୍ଗା :-> ଫସିଗଲା ଅଭିମନ୍ୟୁ ଚକ୍ରବ୍ୟୁହରେ, ଫସେଇଦେଲା ବୋଲକରା ମିଡିଆ, ଅର୍ଥ ଲାଳସା ରେ ପୁଅର ସୁଖ ଦେଖିଲାନି ମା, ନିଜ ଦୋଷ ଦୁର୍ବଳତା କୁ ଲୁଚାଇବାକୁ ରଚିଥିବା ନାଟକର ହେଲା ପର୍ଦାଫାସ, ଶେଷରେ ପରପାଇଁ ଖୋଲିଥିବା ଗାତରେ ପଡିଗଲେ ରସିକିଆ ଖେଳ ମାଷ୍ଟର, ଖେଳ କରୁ କରୁ ବନ୍ଧା ହୋଇ ଗଲା ଜେଲ, ସୁରକ୍ଷା ଦେବାକୁ କହି ଅନ୍ଧାର ଭିତରକୁ ଠେଲିଦେଲା ବୋଲକରା ମିଡିଆ, ଆମେ ଆଗରୁ ପ୍ରକାଶ କରିଥିଲୁ ଘଟଣାର ଭବିଷ୍ୟ ବାଣୀ, ଆଉ ସୂଚନା ଦେଇଥିଲୁ ପ୍ରତିଟି ଦୋଷ ଦୁର୍ବଲତା ଉପରେ, ଖେଳ ଶିଖାଇବା ବଦଳରେ ଦେଉଥିଲେ ପ୍ରେମ ଶିକ୍ଷା, ଆଉ ଯାହାର ପର୍ଦାଫାସ କରିଛି କଟକ ଗ୍ରାମାଞ୍ଚଳ ପୁଲିସ, କଟକ ଜିଲ୍ଲା ମାହାଙ୍ଗା ବହୁଚର୍ଚିତ ନାବାଳିକା ମୃତ୍ୟୁ ଘଟଣାର ସତ୍ୟ ସାମ୍ନାକୁ ଆଣିଛି ପୁଲିସ,

ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କ ଅଡିଓ ଭାଇରଲ ଘଟଣାକୁ ପୁଲିସ ଗୁରୁତର ସହ ତଦନ୍ତ ଆରମ୍ଭ କରି ସଫଳତା ମଧ୍ୟ ପାଇଛି, ଯେଉଁ ଅଡିଓକୁ ରାଜନୈତିକ ବ୍ୟକ୍ତି ମାନେ ନେଇ ସାଧରାଣରେ ଭାଇରଲ କରିଥିଲେ ସେଇ ମାନଙ୍କ ପାଇଁ ଜେଲ ଯାଇଛନ୍ତି ଗୋକନ ବିଦ୍ୟାଳୟର ଖେଳ ଶିକ୍ଷକ ଅନୁପମ ରାୟ, ପୁଲିସ ମୃତ ନାବାଳିକା ଛାତ୍ରୀ ଙ୍କ ମୋବାଇଲ ଜବତ କରିବା ପରେ ଜାଣିବାକୁ ପାଇଥିଲେ ଖେଳଶିକ୍ଷଙ୍କ କଳା ସାମ୍ରାଜ୍ୟର ଗୁମର କଥା ,ଶିକ୍ଷକ ଜଣକ ନାବାଳିକା ଛ୍ୱତ୍ରୀଙ୍କ ସହ ଏଭଳି କାମ କରିଥିଲେ ଯାହାକି ଛାତ୍ରୀଜଣଙ୍କ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ, ଆଉ ଆତ୍ମହତ୍ୟା ପରେ ଲୋକ ଲଜ୍ୟା ରୁ ବର୍ତ୍ତିବାପାଇଁ ଶବକୁ ତରବରିଆ ଭାବେ ପୋଡି ପ୍ରମାଣ ନଷ୍ଟ ପାଇଁ ହାଡ଼ ପାଉଁଶ ପାଣିରେ ଭସାଇ ଦେଇଥିଲେ ,
ଆଉ ଏଥିରେ ପୂର୍ବତନମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ନାୟକ ସମର୍ଥନ ଦେଇ ପ୍ରମାଣ ନଷ୍ଟ କରିବାରେ ସହଯୋଗ କରିଥିବା ଓ ଆତ୍ମହତ୍ୟା ର କାରଣ ଜାଣି ଶିକ୍ଷକଙ୍କ ଠାରୁ ୭୦ ହଜାର ଟଙ୍କା ଦାବି କରି ଘଟଣାକୁ ରଫାଦଫା କରିବା ପାଇଁ ଚାପ ପକାଇଥିଲେ, ଯୋଉଥିପାଇଁ ତାଙ୍କୁ ମଧ୍ୟ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି, ଯାହା ହେଉ ମୃତ୍ୟୁ ପରେ ବି ଛାତ୍ରୀ ଜଣକ ପ୍ରତି ହୋଇଥିବା ଅନ୍ୟାୟ ଅତ୍ୟାଚାର ର ନ୍ୟାୟ ଦେଇଛି ପୁଲିସ, ତା ଆତ୍ମା ଶାନ୍ତି ପାଇବ , ହେଲେ ରସିକିଆ ମାଷ୍ଟର ଙ୍କୁ ସୁରକ୍ଷା ଦେବାକୁ କହି ଅଡିଓ ହାତେଇଥିବା ସ୍ୱାର୍ଥ ବାଦୀ ବ୍ୟକ୍ତି ଓ ବୋଲକରା ମିଡିଆ ସ୍ୱାର୍ଥ ହାସଲ ପରେ ଶିକ୍ଷକଙ୍କୁ ଅନ୍ଧାରି କୋଠରୀକୁ ପଠାଇଦେଇଛି, ଆଉ ଶିକ୍ଷକଙ୍କ ମା ଏବେ ବହୁନି ବାହୁନି କାନ୍ଦୁଛନ୍ତି ନିଜ ପୁଅର ଦୋଷ ନଜାଣି ବୋଲକରା ମିଡିଆରେ ନିଜର ବୟାନ ଦେଇ, ଯାହା ବି ହଉ କଟକ ଗ୍ରାମାଞ୍ଚଳ ପୁଲିସ ଧନ୍ୟବାଦର ପାତ୍ର, କାହିଁକିନା ପ୍ରକୃତ ଦୋଷୀଙ୍କୁ ଧରି ମୃତା ନାବାଳିକାକୁ ନ୍ୟାୟ ଦେଇଛନ୍ତି, ଅଭିମନ୍ୟୁ ଭଳି ନିଜେ ରଚିଥିବା ଚକ୍ରବ୍ୟୁହରେ ନିଜେ ଫସି ଯାଇଛି ବୋଲି ଆଲୋଚନା ହେଉଛି














