୧୯ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ରାଜ୍ୟ ସରକାରଙ୍କ ନିର୍ଦେଶ ପ୍ରକାରେ ନୁଆଗଡ ବ୍ଳକରେ ଅଗଷ୍ଟ ୧୫ରେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତକରଣ ବିଭାଗ ଏବଂ ଓଡିଶା ସରକାର ମଧୁବବୁ ପେନସନ୍ ଯୋଜନାରେ ୧୦୫ ନୁତନ ହିତାଧିକାରୀଙ୍କୁ ଭାବେ ମଧୁବାବୁ ପେନସନ ଭତ୍ତା ବଣ୍ଟନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗବରା ତିରୁପତି ରାଓ ଯୋଗ ଦେଇଥିବା ବେଳେ ସ୍ଥାନୀୟ ଲୋକନାଥ ଶବର , ବ୍ଳକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ନୃସିଂହ ଚରଣ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ରାଜୀବ ଦୋରା, ବିଜେଡି ଉପସଭାପତି ଜେମସ୍ ରାଇକା ଓ ବ୍ଳକର ସମସ୍ତ ସରପଞ୍ଚ , ସମିତିସଭ୍ୟ/ ସଭ୍ୟା ଉପସ୍ଥିତ ଥିଲେ ।
ଏଥିରେ ବ୍ଳକର ୧୯ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୧୦୫ ଜଣ ବିଧବା, ବାଦ୍ଧକ୍ୟ, ଦିବ୍ୟାଙ୍ଗ, ଅବିବାହିତ ଓ ସ୍ବାମୀ ପରିତ୍ୟାଗ ମହିଳାଙ୍କୁ ନୂତନ କରି ଭତ୍ତା ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷା ଅଧିକାରୀ ଆନନ୍ଦ ରାଓ ପରିଚାଳନା କରିଥିବା ବେଳେ ସାମାଜିକ ସୁରକ୍ଷା କାର୍ଯ୍ୟ ସହାୟକ ଜାକସନ୍ ଲିମା ସହଯୋଗ କରିଥିଲେ ।














