ବୋଲଗଡ଼ ବିଡିଓଙ୍କ ଦୂର୍ନୀତିର ପେଡି ଖୋଲିଲେ ଲୁନି ପରିଡା
ବୋଲଗଡ ବିଡିଓ ବହୁ ଦୁର୍ନୀତି ଲିପ୍ତ ଅଛନ୍ତି ଯାହା ଅଡିଟ୍ ରିପୋର୍ଟ କହୁଛୁ , କାହିଁକି ସରକାର ତାଙ୍କୁ ବଦଳି କରୁନାହାନ୍ତି ,ତାଙ୍କୁ ନେଇ ପ୍ରଶ୍ନ କରିବା ତାଙ୍କର ସବୁ ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ କରିବାକୁ ଦାବି କଲେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସୁପତ୍ର ପୁଥିବଲ୍ଲବ ପଟ୍ଟନାୟକ ।

୧୮ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବୋଲଗଡ଼ :-> ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୟନ୍ କ୍ରମେ ୯ଦଫା ଦାବି ନେଇ ସମଗ୍ର ରାଜ୍ୟର ୩୧୪ଟି ବ୍ଲକରେ ଶୁକ୍ରବାର ଦିନ ବିକ୍ଷୋଭ ହୋଇଥିଲା । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କଂଗ୍ରେସ ଦଳ ପକ୍ଷରୁ କଂଗ୍ରେସ ନେତା ପୃଥିବୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରବଳ ଲଗାଣ ବର୍ଷା ସତ୍ବେ ସମଗ୍ର ବ୍ଲକ ର ୧୯ଗୋଟି ପଂଚାୟତ ରୁ କଂଗ୍ରେସ ପ୍ରେମୀ,ସେବାଦଳ, ଯୁବ କଂଗ୍ରେସ, ଛାତ୍ର ଦଳ, ପଛୁଆ ବର୍ଗ ସେଲ, କୃଷକ ସେଲ୍, ଅନୁଷ୍ଠିତ ଜାତି ଓ ଜନଜାତି ଓ ମହିଳା କଂଗ୍ରେସ ଶହଶହ ସଖ୍ୟାରେ କର୍ମି ମାନେ ଯୋଗଦେଇ ଥିଲେ ।

ଦିନ ୧୨ଟା ରେ ସମସ୍ତେ ତହସିଲ୍ ଛକ ଠାରେ ଏକାଠି ହୋଇ ଏକ ବିଶାଳ ଶୋଭଯାତ୍ରାରେ ଗୋପବନ୍ଧୁ ଛକ, ବସ ଷ୍ଟାଣ୍ଡ ଛକ ଓ କଲେଜ ଛକ ଦେଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଥିଲା। ସେଠାରେ ଏକ ବିକ୍ଷୋଭ ସମାହାରରେ ସଭା କରଯାଇଥିଲା। ଏଥିରେ ବ୍ଲକ କଂଗ୍ରେସ କମିଟି ସଭାପତି ସଞ୍ଜୟ କୁମାର ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ବେଗୁନିଆ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ନେତା ପୃଥିବୀ ବଲ୍ଲଭ ପଟ୍ଟନାୟକ ୯ଦଫା ଦାବୀ ଉପରେ ଆଲୋଚନା କରି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥଲେ।

ପୂର୍ବତନ ସରପଂଚ ମାଧବ ଚନ୍ଦ୍ର ବିଶ୍ବାଳ, ରଘୁନାଥ ସାହୁ, ନଟବର ପାଣ୍ଡେ, ପୁର୍ବତନ ସମିତି ସଭ୍ୟ ଫକିର ମୋହନ ସାହୁ, ଦୀନବନ୍ଧୁ କର, ବରିଷ୍ଠ କଂଗ୍ରେସ ନେତା ବିଜୟ କୁମାର ମହାନ୍ତି, ପ୍ରଭାତ କୁମାର ପରିଡା, ଧିରେସ ମହାପାତ୍ର, ସନ୍ତୋଷ ପ୍ରଧାନ, ରମେଶ ପଟ୍ଟନାୟକ ,ଭାଗିରଥି ପରିମାଣିକ, ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ପରିଡା, ଗଙ୍ଗାଧର ଦାସ, ପ୍ରଦୀପ ପାଲ୍ଟାସିଙ୍ଗ ପ୍ରମୁଖ ରାଜ୍ୟ ସରକାରଙ୍କର ବିଭିନ୍ନ ଦୁର୍ନୀତି, ନାରୀ ନିର୍ଯାତନା, ବେକାରୀ ସମସ୍ୟା, ପିଶି କାରବାର, ଚାଷୀ ସମସ୍ୟା, ନିତ୍ୟବ୍ୟବହର୍ଯ୍ୟ ଦରଦାମ ବୃଦ୍ଧି, ଚାଷୀ ସମସ୍ୟା,ଓ ପ୍ରଧାନ ମନ୍ତ୍ରୀ ଆବାସ ଦୁର୍ନୀତି ସମ୍ପର୍କରେ ତୀବ୍ର ସମାଲୋଚନା କରିଥିଲେ, ଶେଷରେ ବରିଷ୍ଠ କଂଗ୍ରେସ ନେତା ଗଙ୍ଗାଧର ଦାସ ଦେଇ ଥିଲେ ।















