୧୮ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଆସନ୍ତା ୨୨ ରେ ଚିଲିକା ନିର୍ବାଚନମଣ୍ଡଳି ଗସ୍ତରେ ଆସିବେ ୫ଟି ସଚିବ ଭି କେ ପାଣ୍ଡିଆନ। ଏଥି ପାଇଁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ଓ ନେତା ଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପ୍ରତିଦିନ ତୁହାକୁ ତୁହା ଜିଲ୍ଲା ପ୍ରଶାସନର ଚିଲିକା ନିର୍ବାଚନମଣ୍ଡଳି ଗସ୍ତ ଜାରି ରହିଛି। ତେବେ ପୂର୍ବ ନିର୍ଦ୍ଧାରିତ ବାଣପୁର ପଲଟନ ପଡିଆ ବଦଳରେ ନାଚୁଣୀ ହାଇସ୍କୁଲ ପଡିଆରେ ୫ଟି ସଚିବଙ୍କ ଜନସଭା ହେବ ବୋଲି ସୂଚନା ମିଳିଛି।

ଏଥି ନିମନ୍ତେ ଯୁଦ୍ଧକାଳିନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଛି। ହେଲିପ୍ୟାଡ଼ ଠୁ ନେଇ ଅସ୍ଥାୟୀ ମଞ୍ଚ ନିର୍ମାଣ ଜାରି ରହିଛି। ପାଖାପାଖି ୨୫ ହଜାର ଜନସମାଗମ ଲକ୍ଷ ନେଇ ଆରମ୍ଭ ହେଉଛି ପ୍ରସ୍ତୁତି। ପ୍ରତ୍ୟେକ ଦିନ ଖୋର୍ଦ୍ଧା ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଏଥି ନିମନ୍ତେ ନାଚୁଣୀ ଗସ୍ତ ଜାରି ରଖିଛନ୍ତି। ଗମନାଗମନ ଠାରୁ ନେଇ ସଚିବଙ୍କ ସୁରକ୍ଷା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ତଦାରଖ କରୁଛନ୍ତି।
ତେବେ ଆଜି ବିଜେଡିର ତୁଙ୍ଗ ନେତାମାନେ ନାଚୁଣୀ ଗସ୍ତ କରିଛନ୍ତି। ୫ଟି ସଚିବ ଙ୍କ ଗସ୍ତ କିପରି ସଫଳ ହେବ ସେ ନେଇ ଅଣ୍ଟା ଭିଡିଛି ବିଜେଡି। ଆଜି ଅପରାହ୍ନରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା, ଚିଲିକା ନିର୍ବାଚନମଣ୍ଡଳି ପଯ୍ୟବେକ୍ଷକ ରାଜା ଚକ୍ର, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର, ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀ ଗୁମାନସିଂହ,

ଜିଲ୍ଲା ସବ୍ କଲେକ୍ଟର , ତହସିଲ ଦାରଙ୍କ ସମେତ ଚିଲିକା ନିର୍ବାଚନ ମଣ୍ଡଳିର ସମସ୍ତ ଆଗ ଧାଡ଼ିର ବିଜେଡି ନେତା ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ମନୋଜ କୁମାର ପ୍ରଧାନ,ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପ ସଭାପତି ଗୋପୀନାଥ ମହାରଣା,ବାଣପୁର ଏ ନେ ସି ଚେୟାରମ୍ୟାନ ମୀଟୁ ନାୟକ, ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ,ଚିଲିକା ବ୍ଲକ ବରିଷ୍ଠ ସଂଘଠକ ଉତ୍ପଳ ପାଇକରାୟ,ବାଣପୁର ବ୍ଲକ ସାଂସଦ ପ୍ରତିନିଧି ଯଦୁ ପ୍ରଧାନ,

ସରପଞ୍ଚ ଅକ୍ଷୟ କୁମାର ସେଠୀ ସମସ୍ତ ନାଚୁଣୀ ହାଇସ୍କୁଲ ପଡିଆ ତଦାରଖ କରିଛନ୍ତି । ଏହାପରେ ବାଣପୁର ବ୍ଲକ ଓ ଏନେସି ର ସମସ୍ତ ବିଜେଡି ର କର୍ମୀ ନେତା ମାନଙ୍କ ସହିତ ବାଣପୁର ସହିଦ କୃତିବାସ ଭବନ ଠାରେ ବିଜେଡି ର ସମସ୍ତ ସରପଞ୍ଚ ଓ ଏ ସେ ଜି ମହିଳା ମାଆ ମାନେ,ଏ ନେ ସି ର ଚେୟାର ମ୍ୟାନ ସମସ୍ତ ବିଜେଡି କାଉନସିଲର ମାନଙ୍କ ସହିତ ଏକ ବିସ୍ତୃତ ବୈଠକ ଅନୁଷ୍ଠିତ ହୋଇଯାଇଛି l
















