୧୮ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> ରାଜ୍ୟର ସମସ୍ତ ବ୍ଲକ ସମ୍ମୁଖରେ ଆଜି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ୯ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଏହି ଘେରାଉରେ ସମସ୍ତ କଂଗ୍ରେସ ସାଂସଦ , ବିଧ୍ୟାୟକ , ଜିଲ୍ଲା ଓ ସମସ୍ତ ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ମାନଙ୍କ ସମେତ କଂଗ୍ରେସ କର୍ମୀ ଓ ସମର୍ଥକ ମାନେ ୯ ଦଫା ଦାବି ସ°କ୍ରାନ୍ତ ରେ ବ୍ଲକ୍ ସ୍ଥରରେ ଚାଲିଥିବା ପିସି କାରବାର ନାରୀ ନିର୍ଯାତନା , ଇନ୍ଦ୍ରା ଆବାସ ରେ ଦୁର୍ନୀତି, ପେଟ୍ରୋଲ ଡ଼ିଜେଲ ରେ ମୂଲ୍ୟ ବୃଦ୍ଧି ଆଦି ବିଭିନ୍ନ ଦାବି ବିରୋଧରେ ବ୍ଲକ କାର୍ଯ୍ୟଳୟ ସମ୍ମୁଖ ରେ ଘେରାଉ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଏହି କ୍ରମରେ ନିଆଳି ବ୍ଳକ ସମ୍ମୁଖ ରେ ଆୟୋଜିତ ବିକ୍ଷୋଭରେ ପିସିସି ସଭା ପତି ଶରତ ପଟ୍ଟନାୟକ ଯୋଗଦେଇ ଉଭୟ ବିଜେପି ଓ ବିଜେଡ଼ି କୁ କଡ଼ା ସମାଲୋଚନା କରିଥିଲେ । ସାଧାରଣ ନିର୍ବାଚନ ପୂର୍ବରୁ ବ୍ଲକ୍ ସ୍ତରରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଛି କଂଗ୍ରେସ । ଏହି କ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ କଟକ ଜିଲ୍ଲା ନିଆଳି ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେ କହିଥିଲେ ଯେ ଏକ ବିଂଶ ଶତାବ୍ଦୀ ପରେ ମଧ୍ୟ ଗାଁ ଗଣ୍ଡା ରେ ସାଧାରଣ ଲୋକେ ଖଟିଆ ରେ ରୋଗୀ ବୋହୁଛନ୍ତି । ଗାଁ କୁ ସମ୍ମାନ କଥା କହୁଥିବା ବିଜେଡ଼ି ଗାଁ ଗଣ୍ଡାର ବିକାଶ ପରିବର୍ତ୍ତେ ବିନାଶ କରିଛି ।

ଲକ୍ଷ୍ୟ ଲକ୍ଷ୍ୟ ବେକାରୀ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି । ଅଣ ଓଡ଼ିଆ ହାତରେ ଶାସନ ଭାର । ବାବୁ ଗିରି ଶାସନ ଆଉ ଓଡ଼ିଶାରେ ଚଳିବ ନାହିଁ । ନେତା ଆଉ ମୁଖିଆ ଯଦି ନୀରବ , ତେବେ ସାଧାରଣ ଜନତାଙ୍କ କଥା ବୁଝିବ କିଏ ? ରାଜ୍ୟରେ ବିଭିନ୍ନ ବ୍ଲକ ରେ ଦୁର୍ନୀତି ଚରମ ସୀମା re ପହଞ୍ଚିଛି । ବିନା ପିସିସି ରେ ସାଧାରଣ ଲୋକଙ୍କ କାର୍ଯ୍ୟ ହେଉନାହିଁ । ପ୍ରକୃତ ହିତଧିକାରୀ ହଇରାଣ ହରକତ ହେଉଛନ୍ତି । ସରକାରି ପକା ଯୋଜନା ବିଜେଡ଼ି ହତାରେ , ବାର୍ଦ୍ଧକ୍ୟ ଭତା ଠାରୁ ଆରମ୍ଭ କରି ରାସ୍ତା ଘାଟ , ସବୁ କାମରେ ପିସି ଆଦାୟ ଚାଲିଛି । କଂଗ୍ରେସ ସରକାର ସମୟରେ ୧୫୦ ବ୍ଲକ ରେ ପାନୀୟ ଜଳ ଯୋଗାଣ ଯୋଗାଇ ଦିଆଯାଈଛି ।

କିନ୍ତୁ ୨୪ ବର୍ଷ ଶାସନ କରୁଥିବା ବିଜେଡ଼ି ସରକାର ୩୦ ପ୍ରତିଶତ ଗାଁ କୁ ପାନୀୟ ଜଳ ଯୋଗାଇ ବାରେ ବ୍ୟର୍ଥ ହୋଇଛି । ତେବେ ବିଜେଡ଼ି ଓ ବିଜେପି ଭାଇ ଭାଇ ହୋଇ ସବୁ ଖାଇଗଲେ ଏବଂ ଜନତା ସବୁ ବୁଝି ଗଲେଣି ବୋଲି କହିଛନ୍ତି ପିସିସି ସଭାପତି । ଆଗାମୀ ନିର୍ବାଚନରେ ଲୋକେ ଏହାର ଜବାବ ଦେବେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧରି , ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ଶଶିକାନ୍ତ ଲେଙ୍କା , ନିଆଳି ବ୍ଳକ କଂଗ୍ରେସ ସଭାପତି ସୌଭାଗ୍ୟ ବସ୍ତିଆଙ୍କ ସମେତ ବହୁ କଂଗ୍ରେସ ନେତା ଓ ହାଜର ହାଜର କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ଦଳ ପକ୍ଷରୁ ୯ ଦଫା ଦାବିରେ ବ୍ଲକ ସମ୍ମୁଖରେ ଧାରଣା ଦେବା ସହିତ ରାଜ୍ୟ ପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଶାସନଙ୍କୁ ଦିଆଯାଇଥିଲା ।














