୧୭ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା – ଜଟଣୀ :-> ଜଟଣୀ ସ୍ଥିତ ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ବିଜେବି ଇନଷ୍ଟିଚ୍ୟୁଟ ଠାରେ ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ କଂଗ୍ରେସର ତିନି ଗୋଟି ଶାଖାର ଦୁଇ ବାର୍ଷିକ କର୍ମକର୍ତ୍ତା ନିର୍ବାଚିତ ହୋଇଯାଇଛି। ଆଜି ପୂର୍ବାହ୍ନ ସାଢେ଼ ଦଶଟା ରେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ବ୍ରାଞ୍ଚର ସମ୍ପାଦକ ମାନେ ନିଜ କାର୍ଯ୍ୟକାଳ ସମୟେ ବିଭିନ୍ନ ଉପଲବ୍ଧି ସମ୍ପର୍କରେ ଲିଖିତ ସଂପାଦକୀୟ ପାଠ କରିଥିଲେ ଏବଂ କୋଷାଧ୍ୟକ୍ଷ ମାନେ ଆୟ ବ୍ୟୟ ହିସାବ ଦେବାପରେ ତାହା ଗୃହରେ ପାରିତ ହୋଇଥିଲା ।

କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ପରେ ସାଧାରଣ ସମ୍ପାଦକ ଶ୍ରୀ ସାହୁ ପୁରାତନ ଶାଖା ପରିଷଦକୁ ଭଙ୍ଗ ଘୋଷଣା କରି ନିର୍ବାଚନ କମିଶନର ଭାବେ କେନ୍ଦ୍ରୀୟ ପଦାଧିକାରୀ ଶ୍ରୀ ଏମ ଜି କେ ରାଓ ଙ୍କୁ ନୂତନ ପରିଷଦ ନିର୍ବାଚନ ନିମନ୍ତେ ନିଯୁକ୍ତି ଦେଇଥିଲେ । ପୂର୍ବରୁ ନୋମିନେଶନ କରିଥିବା ପ୍ରାର୍ଥୀ ମାନଙ୍କ ନିମନ୍ତେ ଭୋଟ ଗ୍ରହଣ କରାଯାଇଥିଲା । ଓପନ ଲାଇନ ଶାଖା ସମ୍ପାଦକ ଭାବରେ ଶ୍ରୀ ଏଲ ଡି ମହାନ୍ତି ପୁନଃ ନିର୍ବାଚିତ ହୋଇଥିବା ବେଳେ ସଭାପତି ଭାବେ ସତ୍ୟରଞ୍ଜନ ପଟ୍ଟନାୟକ,

କାର୍ଯ୍ୟକାରୀ ସଭାପତି ମହମ୍ମଦ ମୁସ୍ତାକ ଅଲ୍ଲୀ, ଉପ ସଭାପତି ଭାବେ ଜି ଆର୍ ମୋହନ ରାଓ,ଅଶ୍ୱିନ ସାହୁ, ସହ ସଂପାଦକ ଭାବେ ପି ରାଜା ରାଓ,ରାକେଶ ଘଡେ଼ଇ,ତ୍ରିଲୋଚନ ବେହେରା,କେ ତାରକେଶ୍ୱର ରାଓ,ସାଂଗଠାନିକ ସମ୍ପାଦକ ଭାବେ ପ୍ରଦୀପ ସୁନ୍ଦରାୟ,ସୁନିଲ ପରିଡ଼ା ପ୍ରମୁଖ ନୂତନ ଭାବେ ନିର୍ବାଚିତ ହୋଇଥିଲେ। କୋଷାଧ୍ୟକ୍ଷ ଭାବେ ଅକ୍ଷୟ କୁମାର ପ୍ରଧାନ ନିର୍ବାଚିତ ହୋଇଥିଲେ।

ରନିଂ ବ୍ରାଞ୍ଚର ସମ୍ପାଦକ ପ୍ରଫୁଲ୍ଲ ବେହେରା, ସଭାପତି ସେକ୍ ଅବଦୁଲ କଇମ୍,କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ନାହାକ,କୋଷାଧ୍ୟକ୍ଷ ଭାବେ ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଉପ ସଭାପତି ଭାବେ ଜି ବି କେ ହରିଚନ୍ଦନ,ମହେଶ କୁମାର ସ୍ବାଇଁ,ସହ ସମ୍ପାଦକ ଦୀପକ କୁମାର,ତପନ କୁମାର ବେହେରା,ନାରାୟଣ ଜେନା, ସାଙ୍ଗଠନିକ ସମ୍ପାଦକ ଭାବେ ଜୟନ୍ତ କୁମାର ସାମଲ,ସୁଧାକର ଜେନା ନିର୍ବାଚିତ ହୋଇଥିଲେ। ହେଡ଼କ୍ୱାର୍ଟର ଶାଖାର ସମ୍ପାଦକ ଭାବରେ ଧୁଶାସନ ସାହୁ,ସଭାପତି ଭାବେ ଗୋପାଳ ଦାସ , କାର୍ଯ୍ୟକାରୀ ସଭାପତି ଭାବେ ରୁନି ବେହେରା,

ଉପ ସଭାପତି ବି ଭି ଆପା ରାଓ, କେ ସି ବେହେରା,ସହ ସଂପାଦକ ଭାବେ ୟୁ ଶଙ୍କର ରାଓ,ରମେଶ ପଲେଇ, ଏସ ସାଇ କ୍ରିଷ୍ଣା,ଗଜେନ୍ଦ୍ର ନାୟକ, ସାଙ୍ଗଠନିକ୍ ସମ୍ପାଦକ ଭାବେ ସୁବାସ ଦାସ,ସଂପାଦିକା ଭାବେ ଅର୍ପିତା ମହାନ୍ତି ଓ କୋଷାଧ୍ୟକ୍ଷ ଭାବେ ରବିନ୍ ପରିମାଣିକ ନୂତନ ଭାବେ ନିର୍ବାଚିତ ହୋଇଥିଲେ। ମଣ୍ଡଳ ସହ ସଂଯୋଜକ ଶ୍ରୀ ସୁନୀଲ କୁମାର ଭଞ୍ଜ, କେନ୍ଦ୍ରୀୟ ପଦାଧିକାରୀ ଶ୍ରୀ ପ୍ରମୋଦ କୁମାର ସାହାଣୀ, ସୁବ୍ରତ ପଣ୍ଡା,ତ୍ରିଲୋଚନ ମହାନ୍ତି ,ଶରତ କୁମାର ପଣ୍ଡା ଆଶୁତୋଷ ମହାନ୍ତି, ଆଶୁତୋଷ ବ୍ରହ୍ମା,ଭୀ ଏସ ପ୍ରସାଦ,ଅମିତ୍ କୁମାର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।















