୧୭ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :-> ମାହାଙ୍ଗା ବହୁ ଚର୍ଚ୍ଚିତ ନାବାଳିକା ମୃତ୍ୟୁ ଘଟଣା ଅଡିଓ ଭାଇରଲ ପରେ ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ମାହାଙ୍ଗା ପୂର୍ବତନ ବ୍ଲକ ଅଧକ୍ଷ ଶରତ ନାୟକ, ଗତ ଦୁଇ ମାସ ପୂର୍ବେ ଗୋକନ ଶୁଖୁଆପଡା ଗ୍ରାମରେ ଜଣେ ନାବାଳିକା ମୃତ୍ୟୁ ଘଟଣାକୁ ନେଇ ଏକ ଫୋନ ବାର୍ତ୍ତାଲାପ ରେ ଶ୍ରୀ ନାୟକ ମୃତ ନାବାଳିକା ଶବକୁ ପୋଡି ପ୍ରମାଣ ନଷ୍ଟ କରିବା ସହ ସମ୍ପୃକ୍ତ ପ୍ରେମିକ ଶିକ୍ଷକଙ୍କ ମାଙ୍କ ଠାରୁ ଘଟଣାକୁ ରଫାଦଫା କରିବା ପାଇଁ ଟଙ୍କା ଦାବି କରୁଥିବା ନେଇ ଅଡିଓ ଭାଇରଲ ହୋଇଥିଲା,
ଏହାକୁ ନେଇ ବରୋଧୀ ମାନେ ବିଜେଡି ଉପରେ ଦୋଷାରୋପ କରିବା ସହ ସ୍ଥାନୀୟ ବିଧାୟକ ଙ୍କ ପ୍ରତି ଆଙ୍ଗୁଳି ନିର୍ଦେଶ କରିଥିଲେ, ହେଲେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ସ୍ୱଚ୍ଛତାର ପ୍ରମାଣ ଦେଇଛନ୍ତି, ଏହି ଘଟଣାକୁ ଗୁରୁତର ସହ ବିଚାରକୁ ନେଇ ଦଳୀୟ ଜିଲ୍ଲା ନେତୃମଣ୍ଡଳିଙ୍କ ଆଲୋଚନା ପରେ ଆଜି ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ନାୟକ ଙ୍କୁ ଦଳର ପ୍ରାଥମିକ ସଦସ୍ୟପଦରୁ ନିଲମ୍ବନ କରିଛନ୍ତି, ଯାହାକୁ ନେଇମାହାଙ୍ଗା ବାସୀ ବିଧାୟକ ପ୍ରତାପ ଜେନା ଓ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି














