୧୫ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) ଆର, ଉଦୟଗିରି :-> ମହେନ୍ଦ୍ରଗଡ଼ କାର୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ 77 ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି I ଏ ଅବସରରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ କୁମୁଦିନୀ ଗମାଙ୍ଗ ଜାତୀୟ ପତାକା ଉତୋଳନ କରିଥିବା ବେଳେ ସମିତିସଭ୍ୟ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଗମାଙ୍ଗ ଶ୍ରୀ କୃପାସିନ୍ଧୁ ଗମାଙ୍ଗ

ନାଏବ ସରପଞ୍ଚ ଶ୍ରୀ ଉତ୍ତମ ମାଝୀ ଶ୍ରୀ ଶାମ୍ସନ ଲିମା ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ I ଛାତ୍ର ଛାତ୍ରୀ ମାନେ ଗ୍ରାମ ପରିକ୍ରମା କରିଥିଲେ I ସ୍କାଉଟ ମାଷ୍ଟେର ଶ୍ରୀ ଟି ଗଙ୍ଗାଧର ପାତ୍ର ଓ ଜୁନିୟର ରେଡ କ୍ରସର ମାଷ୍ଟେର ଟ୍ରେନେର ଶ୍ରୀ ସୁବାସ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ ।













