No Result
View All Result
ଥାନାରେ କାର୍ଯ୍ୟରତ ଥିବା ଗ୍ରାମରକ୍ଷୀ ଆନନ୍ଦ ପ୍ରଧାନଙ୍କ ଏହି ନିଆରା ପ୍ରୟାସ ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଛି । ସେ ମାଉଥ ଅର୍ଗାନ୍ ମାଧ୍ୟମରେ ଜାତୀୟ ସଙ୍ଗୀତ ସହ ବିଭିନ୍ନ ଦେଶାତ୍ମବୋଧକ ଗୀତ ଗାଉଥିବା ଦୃଶ୍ୟ ଆଜି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛି । ଅତି ସୁନ୍ଦର୍ ଭାବେ ଗ୍ରାମରକ୍ଷୀ ଜଣକ ମାଉଥ ଅର୍ଗାନ ବା ପାଟିରେ ବଜାଉଛନ୍ତି ।
୧୫ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) ଆର,ଉଦୟଗିରି :-> ସୁନ୍ଦର ବାଦ୍ୟ ସ୍ୱର । ଯିଏ ଶୁଣିବ ମନ ପ୍ରଫୁଲ୍ଲିତ ହୋଇଯିବ । ଆପଣତ ଜାଣିଛନ୍ତି ଆଜି ୭୭ ତମ ସ୍ୱାଧିନତା ଦିବସ। ଏଥିପାଇଁ ସବୁଠି ଉତ୍ସବ ମୁଖର । ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତୋଳନ ସହ ଦେଶାତ୍ମବୋଧକ ପରିବେଶ ସୃଷ୍ଟି ହୋଇଛି । ତେବେ ଗଜପତି ଜିଲ୍ଲା ମୋହନା ଥାନା ପରିସରରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ଥାନାରେ କାର୍ଯ୍ୟରତ ଥିବା ଗ୍ରାମରକ୍ଷୀ ଆନନ୍ଦ ପ୍ରଧାନଙ୍କ ଏହି ନିଆରା ପ୍ରୟାସ ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଛି ।

ସେ ମାଉଥ ଅର୍ଗାନ୍ ମାଧ୍ୟମରେ ଜାତୀୟ ସଙ୍ଗୀତ ସହ ବିଭିନ୍ନ ଦେଶାତ୍ମବୋଧକ ଗୀତ ଗାଉଥିବା ଦୃଶ୍ୟ ଆଜି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛି । ଅତି ସୁନ୍ଦର୍ ଭାବେ ଗ୍ରାମରକ୍ଷୀ ଜଣକ ମାଉଥ ଅର୍ଗାନ ବା ପାଟିରେ ବଜାଉଛନ୍ତି । ଏହାକୁ ସେ ନିଜ ମାମୁଁଙ୍କ ଠାରୁ ଗତ ୬ମାସ ହେଲା ଶିଖୁଥିବା ବେଳେ, ଆଜିର ଭଳି ପବିତ୍ର ଦିନରେ ବଜାଇ ସମସ୍ତଙ୍କ ମନ କିଣିଛନ୍ତି । ଓଡ଼ିଆମାନଙ୍କ ପ୍ରତିଭା ଓ ତାଙ୍କ ଜୟଯାତ୍ରା ଅନେକ ଦେଖିବାକୁ ମିଳିଛି । ଖେଳ ହେଉ ବା ଅନ୍ୟ କୌଣସି କ୍ଷେତ୍ରରେ ହେଉ, ଅନେକ ପ୍ରତିିଭା ଓଡିଶା ପାଇଁ ପାଲଟିଛନ୍ତି ଗୌରବର କାରଣ । ତେବେ ଏହି ମାଉଥ ଅର୍ଗାନ୍ ମାଧ୍ୟମରେ ଅନେକ ଗୀତ ଗାଇ ଏବେ ସବୁଠି ପ୍ରଶଂସାର ପାତ୍ର ଆନନ୍ଦ ।


No Result
View All Result