୧୪ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) କଟକ :-> କଟକ ସଦର ଥାନା ଅନ୍ତର୍ଗତ ବମ୍ଫକୁଦ ଠାରେ ଭଡ଼ାରେ ଚାଲୁଥିବା ଆଦିତ୍ୟ ଦାସଙ୍କ ଫ୍ଲାଏଆସ ଇଟା କାରଖାନା ଏବଂ ରଡ଼ ଗୋଦାମରେ କାର୍ଯ୍ୟ କରୁଥିବା କେତେକ କର୍ମଚାରୀ, ସେହ କାରଖାନାର ଜଣେ ଡ଼୍ର।ଇଭରକୁ ମୋବାଇଲ ଚୋରି କରିଥିବା ଅଭିଯୋଗରେ ରବିବାର ରାତିରେ ବାଡ଼ିରେ ନିରଦ୍ଧୁମ ପିଟି ଥିଲେ ।

ଯାହା ଫଳରେ ତାର ମୃତ୍ୟୁ ହୋଯିବାରୁ ମାଡ଼ ମାରିଥିବା କର୍ମଚାରୀ ମାନେ ଯୋଜନା ବଦ୍ଧ ଭାବେ ବେକରେ ରସିବାନ୍ଧି ପାଖରେ ଥିବା ଏକ ଆଜବେଷ୍ଟ ଘରେ ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେଇଥିଲେ । ଏହି ଘଟଣାର ଖବରପାଇ ଫ୍ଲାଏଆସ ଇଟା କମ୍ପାନୀର ମାଲିକ ଆଦିତ୍ୟ ଦାସ ପହଞ୍ଚି , ଟ୍ରକ ଡ଼୍ର।ଇଭର ବେକରେ ରସି ଦେଇ ମୃତ ଅବସ୍ଥାରେ ଝୁଲୁଥିବା ଦେଖି ସକାଳ ୫ଟାରେ କଟକ ସଦର ଥାନାକୁ ଜଣାଇଥିଲେ ।

ପିସିଆର ଭ୍ୟାନ ସକାଳ ୭ ଟାରେ ଘଟଣା ସ୍ଥଳରେ ପହଂଚି ସଦର ଥାନା ଆଇଆଇସିଙ୍କୁ ଜଣାଇଥିଲେ । ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ଯୋନ୍ -୪ ଏସିପି ଚନ୍ଦନ ଘଡେ଼ଇ ଫ୍ଲାଏଆସ ଇଟା କାରଖାନାରେ ପହଞ୍ଚି କାରଖାନା ରେ କାର୍ଯ୍ୟ କରୁଇ ଶ୍ରମିକମାନଙ୍କୁ ପଚରାଉଚରା କରିଥିଲେ । ସେଠାରେ କର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ କଥା ବାର୍ତ୍ତାରେ ତାଳମେଳ ନରହରିବାରୁ ଆଠଜଣ ଶ୍ରମିକଙ୍କୁ ଥାନାକୁ ନେଇ ପଚରା ଉଚୁରା ଚଳାଇଛି ।

ବେକରେ ରସି ଲାଗିଥିବା ମୃତ ଡ଼୍ର।ଇଭରର ପାଦ ତଳେ ଲାଗିଥିବା ଦେଖିବାକୁ ମିଳିଥିଲା । ଏହା ଆତ୍ମହତ୍ୟା ନା ହତ୍ୟା ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡିବ । ପୁଲିସ ଘଟଣା ସ୍ଥଳରୁ ତିନୋଟି ବାଡ଼ି ଜବତ କରିଛି । ମୃତ ଡ଼୍ର।ଇଭରକୁ ମାରି ବେକରେ ଫାସି ଲଗାଇ ଟାଙ୍ଗି ଦିଆଯାଇଛି ବୋଲି ତାର ଭାଇ ସଦର ଥାନାରେ ଅଭିଯୋଗ କରିଛି ।

ମୃତ ଡ଼୍ର।ଇଭର ଜଣକ ହେଲେ ନିରଞ୍ଜନ ସାହୁ ( ୨୫) ବର୍ଷ । ତାଙ୍କ ଘର ଅନୁଗୁଳ ଜିଲ୍ଲା ରାଜ କିଶୋରନଗର ଥାନା ଅନ୍ତର୍ଗତ ବାଲିଜେରଙ୍ଗ ଗ୍ରାମରେ ବୋଲି ଜଣାପଡିଛି । ପୋଲିସ ମୃତ ଯୁବକର ଶରୀରକୁ ଉଦ୍ଧାର କରି ବ୍ୟବଛେଦ ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚାଲୁରଖିଛି ।
















