• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗିରଫଙ୍କୁ ପୁଲିସର ମାଡ଼ ଘଟଣା, ୧୫ ଦିନ ମଧ୍ୟରେ ପଦକ୍ଷେପ ପାଇଁ କୁଇ ସମାଜର ଚେତାବନୀ

Proprietor Abhimanyu Maharana by Proprietor Abhimanyu Maharana
August 12, 2023
in ଓଡ଼ିଶା, କନ୍ଧମାଳ, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ଗିରଫଙ୍କୁ ପୁଲିସର ମାଡ଼ ଘଟଣା, ୧୫ ଦିନ ମଧ୍ୟରେ ପଦକ୍ଷେପ ପାଇଁ କୁଇ ସମାଜର ଚେତାବନୀ
Share on FacebookShare on TwitterWhatsapp

୧୧ ଅଗଷ୍ଟ ଶୁକ୍ରବାର 2023 (ଓଡ଼ିଶା ତାଜା ନ୍ୟୁଜ) କନ୍ଧମାଳ :-> ଚଳିତ ମାସ ୫ ତାରିଖ ଦିନ ଫିରିଙ୍ଗିଆ ଠାରେ ଆନ୍ଦୋଳନକାରୀ ମାନେ ଥାନା ପୋଡ଼ିବା ସହିତ କିଛି ପୁଲିସ୍‌‌ ଅଧିକାରୀଙ୍କ ଉପରେ ଆକ୍ରମଣ କରିବା ଘଟଣା ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ପରବର୍ତ୍ତି ସମୟରେ ପୁଲିସ୍‌‌ ପ୍ରଶାସନ ପକ୍ଷରୁ ୨୧ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହିତ ପ୍ରାୟ ୫୦ ଜଣଙ୍କ ନାମରେ ମାମଲା ରୁଜୁ କରିବା ଓ ୩୦୦ ଜଣଙ୍କୁ ଚିହ୍ନଟ କରିଥିବା ଜଣାଯାଇଛି । ତେବେ ଗିରଫ ନାମରେ ପୁଲିସ୍‌‌ ପ୍ରଶାସନ ପ୍ରତିଶୋଧ ପରାୟଣ ହୋଇ ଯେଉଁମାନଙ୍କୁ ଗିରଫ କରିଛି ସେମାନଙ୍କୁ ଯେଉଁଭଳି ଭାବେ ଖୋଲାଖୋଲି ଭାବେ ନିର୍ଘାତିଆ ମାଡ଼ ମାରିଛି

ସେହି ସବୁ ମାଡ଼ ମରାଯିବା ର ଭିଡ଼ିଓ ଏବେ ଏ ମୋବାଇଲରୁ ସେ ମୋବାଇଲ୍‌‌କୁ ଘୁରୁି ବୁଲୁଥିବା ବେଳେ ଏହାକୁ ନେଇ କନ୍ଧମାଳ ଜିଲା ଫୁଲବାଣୀ ସ୍ଥିତ କୁଇ ସମାଜ ସମିତି ତାହାର ପ୍ରତିକ୍ରିୟା କରିବା ସହିତ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପ୍ରକାର ଚେତାବନୀ ଦେଇଛି। ବିଶେଷ କରି ଯେଉଁ ଗାଡ଼ି ନମ୍ବର ଓଡ଼ି-୦୫ଏସ୍‌‌-୧୭୭୯ରେ ଗଂଜେଇ ଚାଲାଣ ହେଉଥିଲା ଓ ତାହାକୁ କିଛି ନିର୍ବାଚିତ ଲୋକ ପ୍ରତିନିଧି ଜବତ କରିଥିଲେ ବାସ୍ତବରେ ତାହା କାହାର ଗାଡ଼ି ଓ କେଉଁ କାରଣ ଯୋଗୁଁ ସେଥିରେ ଗଂଜେଇ ପଠାଯାଉଥିଲା ଓ ଏହାର ପଛରେ କିଏ ରହିଛି ତାହାର ମଧ୍ୟ ବିଧିବଧ ଭାବେ ତଦନ୍ତ କରିବା ପାଇଁ ଏହି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି।

ଏହି ଘଟଣାକୁ ନେଇ ୫ ତାରିଖରେ ଅଞ୍ଚଳବାସୀ ରାସ୍ତା ଅବରୋଧ କରିଥିବା ଓ ପରବର୍ତ୍ତି ସମୟରେ ସେଠାରେ ଘଟିଥିବା ଘଟଣାରେ ବାସ୍ତବରେ ଯେଉଁ ମାନେ ସମ୍ପୃକ୍ତ ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ପୁଲିସ୍‌‌ ଯାହାକୁ ପାଇଲା ତାହାକୁ ଗିରଫ କରି ଯେଉଁଭଳି ଭାବେ ମାରପିଟ୍‌‌ କରାଯାଉଛି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଥାନା ପୋଡ଼ିବା ସହିତ ସରକାରୀ କର୍ମଚାରୀ ମାନଙ୍କ ଉପରେ ଆକ୍ରମଣକୁ ମଧ୍ୟ କୁଇ ସମାଜ କର୍ମକର୍ତ୍ତା ମାନେ ନିନ୍ଦା କରିବା ସହିତ ଯେଉଁ ମାନଙ୍କ ଯୋଗୁଁ ଏହି ଘଟଣା ଘଟିଲା ପୁଲିସ୍‌‌ ସେହିମାନଙ୍କୁ ଗିରଫ କରିବା ଉପରେ ଜୋର ନଦେଇ କେବଳ ପ୍ରତିଶୋଧ ପରାୟଣ ହୋଇ

ଯେଉଁଭଳି ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଆଗାମି ଦିନରେ ଭିନ୍ନ ରୁପ ନେବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରେନା ବୋଲି ଚେତାବନୀ ଦେଇଛି କୁଇ ସମାଜ ସେବା ସମିତି। ପ୍ରଥମେ ପୁଲିସ୍‌‌ ଯେଉଁ ଗଂଜେଇ ଚାଲାଣକୁ ନେଇ ଏତେବେଡ଼ ତୁମୁଳ କାଣ୍ଡ ଘଟିଛି ସେହି ମାମଲାରେ ପୂର୍ବତନ ଥାନା ଅଧିକାରୀ ତପନ କୁମାର ନାହକଙ୍କ ବିରୁଦ୍ଦରେ ମଧ୍ୟ ମାମଲା ରୁଜୁକରି ତଦନ୍ତ କରିବାକୁ କୁଇ ସମାଜ ଦାବି କରିଛି। ଏଥି ସହିତ ଗିରଫ ନାମରେ ଯେଉଁଭଳି ଭାବେ ପୁଲିସ୍‌‌ କର୍ମୀମାନେ ମାଡ଼ ମାରିଛନ୍ତି ତାହା ମଧ୍ୟ ଆଇନ ବିରୋଧ ଅଟେ।

ତେଣୁ ଯେଉଁ ପୁଲିସ୍‌‌ କର୍ମଚାରୀ ମାନେ ଏଭଳି ଦମନଲୀଳା କରି ଅନେକ ନିର୍ଦ୍ଦୋଷଙ୍କୁ ମାଡ଼ ମାରିଛନ୍ତି ସେହି ସୁରକ୍ଷା କର୍ମୀ ମାନଙ୍କୁ ମଧ୍ୟ ଯେଉଁ ଭିଡ଼ିଓ ଓ ଫଟୋ ଭାଇରାଲ୍‌‌ ହେଉଛି ସେହି ମାଧ୍ୟମରେ ଚିହ୍ନଟ କରି ତୁରନ୍ତ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି, କନ୍ଧମାଳ କୁଇ ସମାଜ ସେବା ସମିତି। ଏହି ସାମ୍ବାଦିକ ସମ୍ମିଳନୀରେ ଫୁଲବାଣୀ କୁଇ ସମାଜ ସେବା ସମି୍‌‌ତିର ସଭାପତି ସୁଦର୍ଶନ କହଁର, ସଂପାଦକ ଅବନି କୁମାର କହଁର, କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର, ମହିଳା ସଭାନେତ୍ରୀ ସୌଦାମିନି କହଁର, ବରିଷ୍ଠ କର୍ମକର୍ତ୍ତା ପଞ୍ଚାନନ କହଁର ଓ ବିରେନ୍ଦ୍ର କହଁର ପ୍ରମୁଖ ମଂଚାସିନ ଥିଲେ।

ଏନେଇ କୁଇ ସମାଜ ପକ୍ଷରୁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉକ୍ତ ଦାବିପତ୍ର ସେମାନଙ୍କ କନ୍ଧମାଳ ଜିଲା ପ୍ରଶାସନ ଜରିଆରେ ପଠାଇଥିବା ମଧ୍ୟ ସୂଚନା ଦେବା ସହିତ ଏହି ଘଟଣାରେ ରାଷ୍ଟ୍ରପତି ତୁରନ୍ତ ହସ୍ତକ୍ଷେପ ପାଇଁ ମଧ୍ୟ ନିବେଦନ କରାଯାଇଛି। ୧୫ ଦିନ ମଧ୍ୟରେ ଏହି ଘଟଣାର ସମାଧାନ କରିବା ଦିଗରେ ପୁଲିସ୍‌‌ ପ୍ରଶାସନ ଓ ଜିଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଅଞ୍ଚଳରେ ଶାନ୍ତି ଓ ସଦଭାବନା ବଜାର ରଖିବାରେ ମଧ୍ୟ ସହାୟକ ହେବା ପାଇଁ ନିବେଦନ କରାଯାଇଛି। ନତୁବା ନିକଟ ଓ ଭବିଷ୍ୟତରେ ଏହି ଘଟଣାକୁ ନେଇ ଭିନ୍ନ ପରିସ୍ଥିତି ସୃଷ୍ଟିହେବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରେନା ବୋଲି ମଧ୍ୟ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Advento Communications Honored for Excellence in  PR Services

Advento Communications Honored for Excellence in PR Services

May 8, 2026
ଭୁବନେଶ୍ୱରରେ ଆୟୋଜିତ ହେବ ଇଷ୍ଟର୍ଣ୍ଣ ଇଣ୍ଡିଆ ରିଜିଓନାଲ ଷ୍ଟୁଡେଣ୍ଟ୍‌ସ କନ୍‌ଫେରେନ୍ସ-୨୦୨୬

Eastern India Regional Students’ Conference–2026 to be Held at Bhubaneswar

May 8, 2026
ଭୁବନେଶ୍ୱରରେ ଆୟୋଜିତ ହେବ ଇଷ୍ଟର୍ଣ୍ଣ ଇଣ୍ଡିଆ ରିଜିଓନାଲ ଷ୍ଟୁଡେଣ୍ଟ୍‌ସ କନ୍‌ଫେରେନ୍ସ-୨୦୨୬

ଭୁବନେଶ୍ୱରରେ ଆୟୋଜିତ ହେବ ଇଷ୍ଟର୍ଣ୍ଣ ଇଣ୍ଡିଆ ରିଜିଓନାଲ ଷ୍ଟୁଡେଣ୍ଟ୍‌ସ କନ୍‌ଫେରେନ୍ସ-୨୦୨୬

May 8, 2026
ନାଚୁଣୀ ଥାନାରେ କୈଶୋର ସମସ୍ୟା ନିରାକରଣ ସଚେତନତା ଶିବିର

ନାଚୁଣୀ ଥାନାରେ କୈଶୋର ସମସ୍ୟା ନିରାକରଣ ସଚେତନତା ଶିବିର

May 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Advento Communications Honored for Excellence in  PR Services

Advento Communications Honored for Excellence in PR Services

May 8, 2026
ଭୁବନେଶ୍ୱରରେ ଆୟୋଜିତ ହେବ ଇଷ୍ଟର୍ଣ୍ଣ ଇଣ୍ଡିଆ ରିଜିଓନାଲ ଷ୍ଟୁଡେଣ୍ଟ୍‌ସ କନ୍‌ଫେରେନ୍ସ-୨୦୨୬

Eastern India Regional Students’ Conference–2026 to be Held at Bhubaneswar

May 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version